ବୁଧବାର ରାଶିଫଳ ୨୭.୦୭.୨୦୨୨

ମେଷ: ପ୍ରଭାବଶାଳୀ ହୋଇପାରନ୍ତି। ଭବିଷ୍ୟତ କର୍ମପନ୍ଥା ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ଶ୍ରମର ମୂଲ୍ୟାଙ୍କନ ହେବ। ଗୁଣଜ୍ଞ ହେବେ। ନୀତିନିଷ୍ଠ ହେବେ। ଚତୁର ଓ ଧନଯୁକ୍ତ ହେବେ।
ବୃଷ: ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୂଚନା ମିଳୁଛି। ଉତ୍ତମ ବସ୍ତୁ-ରତ୍ନ ଲାଭ ହୋଇପାରେ। ସରକାରୀ ସ୍ତରରୁ ଧନଲାଭ ହେବ। ଯାନବାହନ ସୁଖ ମିଳିବ। ସ୍ବଅର୍ଜିତ ଧନ ଭୋଗ କରିବେ।
ମିଥୁନ: ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ଉଚ୍ଚ ପଦପଦବୀରେ ଆସୀନ ହେବା ଆଶା କରାଯାଏ। ବିଷୟାନୁରକ୍ତ ହୋଇପାରନ୍ତି। ରାଜପ୍ରାସାଦ ଭଳି ସୁଖୈଶ୍ବର୍ଯ୍ୟ ଭୋଗ ସହିତ ଯାନବାହନ ସୁଖ ମିଳିବ।
କର୍କଟ: ରାଜତୁଲ୍ୟ କ୍ଷମତାଧାରୀ ହୋଇପାରନ୍ତି। କର୍ମକ୍ଷେତ୍ର ଉତ୍ସାହପ୍ରଦ ହେବ। ପରୋପକାରୀ ହେବେ। ବହୁ ପ୍ରକାର ଧନ ପ୍ରାପ୍ତିରେ ସନ୍ତୁଷ୍ଟ ହେବେ। ଦକ୍ଷ ପରାମର୍ଶଦାତା ହେବେ। ଶାସ୍ତ୍ରଜ୍ଞାତା ହେବେ।
ସିଂହ: ବିଜ୍ଞ ବ୍ୟକ୍ତିଭାବେ ବହୁ ସମ୍ମାନର ଅଧିକାରୀ ହେବେ। ସତ୍ପଥଗାମୀ ହୋଇପାରନ୍ତି। ପ୍ରମଦାପ୍ରିୟ ହେବେ। ଶତ୍ରୁନାଶ କରି ଆଶ୍ବସ୍ତ ହେବେ। ଧନ ଭୋଗର ସୂଚନା ମିଳୁଛି। ଐଶ୍ବର୍ଯ୍ୟ ପ୍ରାପ୍ତି ଓ ତେଜୀୟାନ୍ ହେବେ।
କନ୍ୟା: ବ୍ୟବସାୟ ଅତ୍ୟନ୍ତ ଲାଭପ୍ରଦ ହେବ। ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ହେବେ। ସର୍ବଜନାନୁରକ୍ତ ହୋଇପାରନ୍ତି। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ସ୍ତ୍ରୀ ଧନ ହେତୁ ସୁଖୀ ହେବେ।
ତୁଳା: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସୁଖ୍ୟାତି ଅର୍ଜନ କରିବେ। ଲୋକପ୍ରିୟତା ବୃଦ୍ଧି ହେବ। ସନ୍ମାର୍ଗୀ ହେବେ। ଉପକାରୀ ବ୍ୟକ୍ତିଙ୍କଠାରେ କୃତଜ୍ଞ ହୋଇପାରନ୍ତି। ପତ୍ନୀଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍ ହେବାକୁ ପଡ଼ିବ।
ବିଛା: ରାଜପୂଜା ମିଳିପାରେ। ଯାନବାହନଯୁକ୍ତ ହୋଇପାରନ୍ତି। ପରାକ୍ରମଶାଳୀ ହେବେ। ଗ୍ରାମାଧୀଶ ହୋଇପାରନ୍ତି। ବହୁଜନ ପୋଷକ ହେବା ଆଶା କରାଯାଏ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ।
ଧନୁ: ପତ୍ନୀ ମନୋହାରିଣୀ ଓ ଶୁଭାଧ୍ୟାୟୀ ହେବେ। ବହୁ ପ୍ରକାରର ଧନଲାଭର ସୂଚନା ମିଳୁଛି। ପ୍ରଭୂତ ସୁଖ ଭୋଗ କରିବେ। ମତିମାନ୍ ହେବେ। ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ।
ମକର: ରାଜତୁଲ୍ୟ ହୋଇପାରନ୍ତି। ଦେଶାଦିରେ ଆଧିପତ୍ୟ ବିସ୍ତାର କରିବାରେ ପାରଙ୍ଗମ ହେବେ। ଅସତ୍ ବ୍ୟୟ ହୋଇପାରେ। ଅଗ୍ନିମାନ୍ଦ୍ୟରେ ଆକ୍ରାନ୍ତ ହୋଇପାରନ୍ତି। ଶାରୀରିକ ଦୁର୍ବଳତା ଦେଖାଦେବ।
କୁମ୍ଭ: ହର୍ଷଯୁକ୍ତ ହେବେ। ବିଶୁଦ୍ଧ ଭାଷୀ ହୋଇପାରନ୍ତି। ଧନଶାଳୀ ହେବେ। ବୁଦ୍ଧି ବଳରେ ନିଧିପ୍ରାପ୍ତିର ସୂଚନା ମିଳୁଛି। ଚିତ୍ତ ସନ୍ତୁଷ୍ଟ ହେବ। କର୍ମ ତତ୍ପର ହେବେ। ମାନବବାଦର ଚେତନାକୁ ଉପସ୍ଥାପନ କରିବେ।
ମୀନ: ଶାସ୍ତ୍ରପଟୁ ହେବେ। ପୁଣ୍ୟଦେହୀ ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦଯୁକ୍ତ ହୋଇପାରନ୍ତି। ରାଜବଂଶ ପୂଜିତ ହେବେ। ପ୍ରଭୂତ ମିତ୍ରାତ୍ମଜ ଓ ଭୂରିସୌଖ ଭୋଗ କରିପାରନ୍ତି। କୁଳ ପ୍ରଧାନ ହେବେ।
Comments are closed.