www.samajalive.in
Sunday, December 14, 2025
19.1 C
Bhubaneswar

ଗସ୍ତକାଳରେ ଜିଲାପାଳଙ୍କୁ ମୋହରା ବନାଇବାକୁ କ୍ଷେତ୍ର ପ୍ରସ୍ତୁତ:

ଦେବଗଡ଼: ଦେବଗଡ଼ ଜିଲାର ନୂତନ ଜିଲାପାଳ ଭାବେ ଆଇ.ଏ.ଏସ୍‍.ଅଫିସର ସୋମେଶ କୁମାର ଉପାଧ୍ୟାୟ ଦାୟିତ୍ୱ ଗ୍ରହଣ କରିବା ପରେ ବିଭିନ୍ନ ଅଂଚଳ ଗସ୍ତ କରିବାସହ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖୁଛନ୍ତି। ବିଶେଷ ଭାବେ ଗରିବ ବୃଦ୍ଧ ବୃଦ୍ଧା, ବିଧବା ଏବଂ ଭିନ୍ନକ୍ଷମମାନଙ୍କ ପାଇଁ ଉଦ୍ଦିଷ୍ଟ ଭତ୍ତା ଏବଂ ସହାୟତା ପ୍ରଦାନ ଉପରେ ଗୁରୁତ୍ୱାରୋପ କରୁଥିବା ଦେଖିବାକୁ ମିଳୁଛି। ଏକ୍ଷେତ୍ରରେ କୌଣସି ଅନିୟମିତତା ଦେଖାଦେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ମଧ୍ୟ ଲକ୍ଷ୍ୟ କରାଯାଉଛି। ଏହି କ୍ରମରେ ଭତ୍ତା କରାଇଦେବାକୁ କହି ଜଣେ ବୃଦ୍ଧାଙ୍କ ଠାରୁ ୫ଶହ ଟଙ୍କା ଲାଂଚ ନେବା ଅଭିଯୋଗରେ ଜିଲାପାଳ ଶ୍ରୀ ଉପାଧ୍ୟାୟ ତିଲେଇବଣି ବ୍ଲକ ସୁଗୁଡା ଗ୍ରାମପଂଚାୟତର ନିର୍ବାହୀ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।

ଶ୍ରୀ ଉପାଧ୍ୟାୟ ଏଠାରେ ଯୋଗ ଦେବାର ୧୮ ଦିନ ନପୁରୁଣୁ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁର୍ନୀତିଗ୍ରସ୍ତଙ୍କୁ ଦୁର୍ନୀତି ନକରିବାକୁ ପରୋକ୍ଷରେ ଏକ ପ୍ରକାର ଚେତାବନୀ ଦେଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। କେବଳ ଏତିକି ନୁହେଁ ବିଭିନ୍ନ ଅଂଚଳ ଗସ୍ତ ସମୟରେ ସେ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରିବାରେ ଅବହେଳା କରୁଥିବା ବହୁ କର୍ମଚାରୀ ଏବଂ ଏପରିକି ଉଚ୍ଚସ୍ତରୀୟ ଅଧିକାରୀ ମାନଙ୍କୁ ମଧ୍ୟ ଚେତାବନୀ ଦେଇସାରିଛନ୍ତି। ଏଭଳି ପରିସ୍ଥିତିରେ ଜିଲାପାଳ ଶ୍ରୀ ଉପାଧ୍ୟାୟଙ୍କ ଗସ୍ତ କାର୍ଯ୍ୟକ୍ରମ ଚୁଡାନ୍ତ ହେଲେ କାର୍ଯ୍ୟାନୁଷ୍ଠାନ ଭୟରେ ସମ୍ପୃକ୍ତ ଅଂଚଳର ଦୁର୍ନୀତିଗ୍ରସ୍ତ କର୍ମଚାରୀ ଓ ଅଧିକାରୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଉଛି। ଏଥିସହ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଓ ଅଧିକାରୀ ମାନେ କର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ବିଭିନ୍ନ ବାହାନା ଏବଂ ଉପାୟ ଅବଲମ୍ବନ କରାଯାଉଥିବା ଦେଖିବାକୁ ମିଳୁଛି। ଏପରିକି ଜିଲାପାଳ ଶ୍ରୀ ଉପାଧ୍ୟାୟଙ୍କ ନଜରରୁ ନିଜ ନିଜର ଦୋଷ ଦୁର୍ବଳତା ଲୁଚାଇବାକୁ ମିଥ୍ୟା ଅଭିନୟ ଏବଂ ଛଳନାର ମଧ୍ୟ ସାହାରା ନିଅଯାଉଛି।

- Advertisement -

ଏହି କ୍ରମରେ ଆସନ୍ତା କାଲି (୨୭ ତାରିଖ) ଜିଲାପାଳ ଶ୍ରୀ ଉପାଧ୍ୟାୟଙ୍କର ବାରକୋଟ ବ୍ଲକ ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ସେ କେଉଠିକି ଗଲେ ଖୁସି ହେବେ ଓ ଭୁଲ ତୃଟି ଏବଂ ନିଜର ଦୋଷ ଦୁର୍ବଳତା ଧରାପଡ଼ିବ ନାହିଁ ସେଥିନେଇ ଇତିମଧ୍ୟରେ ଯୋଜନା ଏବଂ ବ୍ଲୁ ପ୍ରିଂଟ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ଏହି ଯୋଜନା ଅନୁଯାୟୀ ଆଜି ଜିଲାପଳ ଶ୍ରୀ ଉପାଧ୍ୟାୟଙ୍କୁ ବାରକୋଟ ବ୍ଲକର ଅନୁନ୍ନତ ତଥା ଅ।।ଦିମ ଜନଜାତି ପାଉଡିଭୁୟାଁ ଅଧ୍ୟୁଷିତ ସରୁଆଳି ଗ୍ରାମ ପଂଚାୟତର କଦଳୀଡିହି ସମେତ ସରୁାଳି ଏବଂ ଏବଂ ଗୁରୁସଙ୍ଗ ଗ୍ରାମ ପଂଚାୟତର ବିଭିନ୍ନ ଅଂଚଳ ପରିଦର୍ଶନ ପାଇଁ ନିଆଯିବାକୁ କ୍ଷେତ୍ର ପ୍ରସ୍ତୁତ କରାଯାଇଛି। ସେହିପରି ମନରେଗା ଯୋଜନାରେ ନିର୍ମାଣାଧିନ କର୍ଯ୍ୟରେ ଯେମିତି ଶ୍ରମିକ ମାନେ ଉପସ୍ଥିତ ଥିବେ ତାହା ଉପରେ ବେଶ ଗୁରୁତ୍ୱାରୋପ କରାଯାଇଛି। ଜିଲାପାଳଙ୍କ ଗସ୍ତ ସମୟରେ ଯେଭଳି ଗ୍ରାମସାଥୀ ବା ମେଟ ଉପସ୍ଥିତ ରୁହନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ବାରକୋଟ ବ୍ଲକର ଏପିଓ ସଧାନା ରାଉତ ପଂଚାୟତ ସ୍ତରୀୟ ଅଧିକାରୀ/କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ଜିଲାପାଳଙ୍କ ଗସ୍ତ ସମୟରେ ନିର୍ମାଣ ସ୍ଥଳୀରେ ଯଦି ଗ୍ରାମସାଥୀ ବା ମେଟ ନ ରହିପାରନ୍ତି ତେବେ ନକଲି ଗ୍ରାମସାଥୀ ବା ମେଟ ଯୋଗାଡ କରି ତାଙ୍କ ସ୍ଥାନରେ ଠିଆ କରିବାକୁ ମଧ୍ୟ ପଂଚାୟତ ସ୍ତରୀୟ ଅଧରକାରୀ ଓ କର୍ମଚାରୀଙ୍କୁ ଏପିଓ ମ୍ୟାଡମ ନିର୍ଦ୍ଦେଶ ଜାରୀ କରିଛନ୍ତି। ସେହିପରି ବାରକୋଟ ବ୍ଲକର ଜଣେ ନିର୍ଦ୍ଦିଷ୍ଟ କନିଷ୍ଠ ଯନ୍ତ୍ରୀ ଓ ଜଣେ ଧନଶାଳୀ ଅସ୍ଥାୟୀ ଡାଟା ଏଂଟ୍ରି ଅପରେଟର ଏହି ଯୋଜନା ପ୍ରସ୍ତୁତିରେ ସାମିଲ ଥିବା ଜଣାପଡ଼ିଛି। ଯାହାର କି ଏକ୍ସକ୍ଲୁସିଭ ଅଡିଓ କ୍ଲିପ କେବଳ ‘ସମାଜ’ ହାତରେ ଲାଗିଛି। ମୋଟାମୋଟି ଭାବେ କହିବାକୁ ଗଲେ ଆସନ୍ତା କାଲି ଜିଲାପାଳଙ୍କ ଗସ୍ତ ସମୟରେ ତାଙ୍କୁ ‘ଭକୁଆ’ ବନାଇବାର ଷଡଯନ୍ତ୍ର ତଥା ବୃଥା ଅପଚେଷ୍ଟା କରାଯାଉଛି କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ ବାରକୋଟ ବ୍ଲକର ଏପିଓ ଏବଂ ସହଯୋଗୀ ମାନେ ଜିଲାପାଳ ଭଳି ପଦବୀରେ ଥିବା ଜଣେ ଦକ୍ଷ ଆଇଏଏସ୍‍ ଅଫିସରଙ୍କୁ ଭକୁଆ ବନାଇବାରେ କେତେଦୂର ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories