www.samajalive.in
Sunday, December 14, 2025
23.1 C
Bhubaneswar

ବଜରଙ୍ଗ ଦଳ ପକ୍ଷରୁ କାର୍ଗିଲ ବିଜୟ ଦିବସ

ସମ୍ବଲପୁର: ବଜରଙ୍ଗ ଦଳ ସମ୍ବଲପୁର ତରଫରୁ ସ୍ଥାନୀୟ କଚେରୀ ଛକ ସ୍ଥିତ ଶହୀଦ ସ୍ତମ୍ଭ ଠାରେ ସୁଧିର ରଞ୍ଜନ ବହିଦାରଙ୍କ ନେତୃତ୍ୱରେ ୨୩ତମ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି। ମଙ୍ଗଳବାର ସନ୍ଧ୍ୟା ସମୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୯୯୯ ମସିହା ଜୁଲାଇ ୨୬ ତାରିଖରେ ଦୀର୍ଘ ୬୦ ଦିନ ଧରି ପାକିସ୍ଥାନ ସହିତ ହୋଇଥିବା ଯୁଦ୍ଧରେ ସର୍ବୋଚ୍ଚ ବଳିଦାନ ଦେଇଥିବା ଭାରତୀୟ ସେନାର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଯବାନ ମାନଙ୍କୁ ସମ୍ମାନ ଜଣାଇବା ପାଇଁ ଆୟୋଜିତ କାର୍ଗିଲ ବିଜୟ ଦିବସ ପାଳନ ଅବସରରେ ଶହୀଦ ସ୍ତମ୍ଭ ଠାରେ ବଜରଙ୍ଗୀ ମାନେ ଦୀପ ପ୍ରଜ୍ୱଳନ କରିଥିଲେ। ଏହି ଅବସରରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରବକ୍ତା ପ୍ରଦୀପ ବହିଦାର ଏହି ଦିବସ ପାଳନର ମହତ୍ୱ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ବିହିପର ରାଜୀବ ଶତପଥି, କ୍ଷିତୀଶ ନାୟକ, ବଜରଙ୍ଗ ଦଳର ଆଦିତ୍ୟ ପୁରୋହିତ, ବସନ୍ତ ମହାପାତ୍ର, ପ୍ରମୋଦ ଛନ୍ଦ, ବିବେକ ପାତ୍ର, ଶେଖର ସ୍ୱାମୀ, ଓମ ପ୍ରକାଶ ସ୍ୱାଇଁ, ଆଜାଦ ହାତୀ, ବବି ସ୍ୱାଇଁ, ବିବେକ ପାତ୍ର, ଶୁଭମ ପଣ୍ଡା, ଆକାଶ ସେନାପତି, ଚିନ୍ମୟ ଦାସ, ଚିଙ୍କୁ ସାହୁ, କିଶୋର ପ୍ରଧାନ, ସୁନୀଲ ଦାସ, ରାହୁଲ ଗୁପ୍ତା, ଅୟୁଷ ମହାରଣା, ଜଗନ ନାୟକ, ସୁଶୀଲ ମହାରଣା ପ୍ରମୁଖ ଯୋଗଦାନ ଦେଇଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories