ଆଜିର ରାଶିଫଳ (ଗୁରୁବାର) ୧୫/୦୯/୨୦୨୨

ମେଷ: ପରମ ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ବିଭିନ୍ନ ସ୍ତରରୁ ଧନାଗମ ହେବ।

ବୃଷ: ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ରଣାଙ୍ଗନରେ ବୀରତ୍ବ ପ୍ରଦର୍ଶନ କରିବେ। ଧନସମ୍ପଦ ଭରପୂର ରହିବ। ଗୁଣଜ୍ଞ ହେ​‌େ​‌ବ।

ମିଥୁନ: କର୍ମଚଞ୍ଚଳ ରହିବେ। ଥଣ୍ଡାକଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଏକାନ୍ତରେ ମୌନ ରହି ସାଧନାରେ ବ୍ରତୀ ହୋଇପାରନ୍ତି। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ।

କର୍କଟ: ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନଲାଭର ସୂଚନା ମିଳୁଛି। କରିତ୍‌କର୍ମା ହେବେ।

ସିଂହ: କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତ ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ଅକ୍ଷୟ କୀର୍ତ୍ତି ସ୍ଥାପନ କରିପାରନ୍ତି। ପାରିବାରିକ ସ୍ନେହଶ୍ରଦ୍ଧା ରହିବ।

କନ୍ୟା: ଭାଗ୍ୟଶାଳୀ ହେବେ। ଭୋଗବିଳାସ କରିପାରନ୍ତି। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

prayash

ତୁଳା: ଈର୍ଷାପରାୟଣ ହୋଇପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଜଳଯାତ୍ରା ନ କରିବା ଭଲ। ସତର୍କତାର ଦିନ ଆଜି।

ବିଛା: ବନ୍ଧୁ ମିଳନରେ ଉପକୃତ ହେବେ। ବ୍ୟବସାୟ ଲାଭଜନକ ହେବ। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହୋଇପାରନ୍ତି।

ଧନୁ: ଅନାବଶ୍ୟକ ଖର୍ଚ୍ଚରୁ ଓହରିଯିବେ। ଆଖିରେ ଯନ୍ତ୍ରଣା ଉପୁଜିପାରେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁହନ୍ତା ହେବେ। ଚାକିରିରେ ସୁନାମ ଅର୍ଜନ କରିବେ।

ମକର: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ।

କୁମ୍ଭ: ଉଦାର ସ୍ବଭାବର ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସୁସ୍ଥ ରହିବେ। କୃଷକମାନଙ୍କର ସହାୟକ ହେବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।

ମୀନ: ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ମଧୁର ଭାଷାରେ ପରକୁ ଆପଣାର କରିପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନ ଭାଇଙ୍କଠାରୁ ଆଦର, ସମ୍ମାନ ମିଳିବ। ଧାର୍ମିକ ଓ ବନ୍ଧୁପ୍ରେମୀ ହେବେ।

kalyan agarbati

Comments are closed.