ଗୁରୁବାର ରାଶିଫଳ (୦୫/୦୫/୨୦୨୨)

ମେଷ : ଧୀ ଶକ୍ତିସମ୍ପନ୍ନ ହେବେ। ଐଶୀ କୃପା ଲାଭ କରିପାରନ୍ତି। ଭାଷା ଓ ବ୍ୟବହାର ଭଦ୍ରୋଚିତ୍ତ ହେବ। ପ୍ରେମୀ ଓ ସାହସୀ ହେବେ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବେ। ସର୍ବତ୍ର ବିଜୟୀ ହେବେ।

ବୃଷ : ଭାଗ୍ୟଶାଳୀ ହୋଇପାରନ୍ତି। ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବନ୍ଧୁ ସହାୟତା ମିଳିବ।

ମିଥୁନ : ଆୟ ଆଶାନୁରୂପ ହେବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ବିଦ୍ବାନ୍‌ ଓ ଶାସ୍ତ୍ରଜ୍ଞ ହେବେ। ମିଷ୍ଟାନ୍ନ ଭୋଜନ ମିଳିବ। ସୁସ୍ଥ ରହିବେ।

କର୍କଟ : ସାଧନାର ସ୍ବର୍ଣ୍ଣିମ ସୂତ୍ର ଏକାନ୍ତବାସକୁ ସାମୟିକ ଭାବେ ଆଦରି ନେବେ। କର୍ମଚଞ୍ଚଳ ରହିବେ। ଭାଷାରେ ଶାଳୀନତା ରହିବ। ଚକ୍ଷୁରେ ସାମାନ୍ୟ ପୀଡ଼ା ଉପୁଜିପାରେ। ଧର୍ମକାର୍ଯ୍ୟରେ ଧନ ବ୍ୟୟ ହେବ।

ସିଂହ : ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କନ୍ୟା : ମନରେ ଧ୍ୟାନର ପ୍ରଦୀପ ପ୍ରଜ୍ବଳନ କରି ଚଲାପଥକୁ ଆଲୋକିତ କରିପାରନ୍ତି। ଚିତ୍ତ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ପ୍ରଥିତଯଶା ହୋଇପାରନ୍ତି।

prayash

ତୁଳା : ଭାଗ୍ୟଶାଳୀ ହେବେ। ଭୋଗୀ ଓ ବିଳାସୀ ହୋଇପାରନ୍ତି। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ସୁଖ ମିଳିବ।

ବିଛା : ଧୈର୍ଯ୍ୟ ଓ ସାହସର ସହିତ ସମସ୍ୟା ସମାଧାନ ସୂତ୍ର ବାହାର କରିବାରେ ପାରଙ୍ଗମ ହେବେ। ପ୍ରତିଶୋଧ ପରାୟଣ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ କାୟ, ମନ, ବାକ୍ୟରେ ସଂଯମୀ ଓ ସତର୍କ ହେବେ।

ଧନୁ : ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ଅହଂଭାବକୁ ବିସର୍ଜିତ କରି ଶାଶ୍ବତ ପ୍ରେମର ସନ୍ଧାନ ପାଇବେ। ବ୍ୟବସାୟ ଲାଭଜନକ ହେବ।

ମକର : ଅନାବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ।

କୁମ୍ଭ : ଧାର୍ମିକ ଓ ଜ୍ୟୋତିର୍ମୟ ବ୍ୟକ୍ତିତ୍ବସମ୍ପନ୍ନ ହେବେ। କର୍ମଚଞ୍ଚଳ ରହିବେ। ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ଅନବଦ୍ୟ ରଚନା ଜନମାନସରେ ପ୍ରଭାବ ବିସ୍ତାର କରିବ।

ମୀନ : ଉଦାର ସ୍ବଭାବର ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ନମ୍ରତାର ପ୍ରତୀକ ହୋଇପାରନ୍ତି। ଆଦର୍ଶ ବ୍ୟକ୍ତିତ୍ବସମ୍ପନ୍ନ ହେବେ। କୃଷି କର୍ମରେ ପାରଦର୍ଶୀ ହେବେ। ଯାନ-ବାହନ ସୁଖ ମିଳିବ।

kalyan agarbati

Comments are closed.