ଶୁକ୍ରବାର ରାଶିଫଳ (୨୮.୦୪.୨୦୨୩)

ମେଷ : ବାସଗୃହର ପରିବେଶ ଉତ୍ତମ ମାନର ହେବ। ଦିନଟି ସମସ୍ୟା ବହୁଳ ହୋଇପାରେ। କୃଚ୍ଛ୍ର ସାଧନା ବଳରେ ସମସ୍ୟାର ସମାଧାନ କରିପାରନ୍ତି। ଯାନବାହନ ସୁଖ ମିଳିବ। କୃଷି କର୍ମଦକ୍ଷ ହେବେ।
ବୃଷ : ସରକାରୀ କର୍ମକର୍ତ୍ତାଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। କବିତା ରଚନାକାରୀ ହେବେ। ବ୍ରାହ୍ମଣଙ୍କ ଅନୁରକ୍ତ ହେବେ। ପ୍ରାଧାନ୍ୟତା ବିସ୍ତାର କରିପାରନ୍ତି। ପଦୋନ୍ନତି ମିଳିପାରେ। ସକଳ ଗୁଣଯୁକ୍ତା, ସୁଖୀ ହେବେ।
ମିଥୁନ : ବିଭିନ୍ନ ସ୍ତରରେ ସମ୍ମାନିତ ହେବା ଆଶା କରାଯାଏ। ଏପରି କାର୍ଯ୍ୟ କରନ୍ତୁ, ଯେଉଁଥିରେ ଅପବାଦ ନ ଥିବ। ପତ୍ନୀଙ୍କଠାରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ବିବିଧ ଧନଯୁକ୍ତ ହେବେ। ମତିମାନ୍ ହେବେ। ନୀତିଜ୍ଞ ହେବେ।
କର୍କଟ : ଆୟ ଊଣା ହେବ ନାହିଁ। ସରକାରୀ ବା ବନ୍ଧୁଙ୍କ ସହାୟତାରୁ ଲାଭବାନ୍ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ବିବେକୀ ଓ ବୁଦ୍ଧିମାନ୍ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଆଦର, ସମ୍ମାନ ମିଳବ।
ସିଂହ : ଏକାନ୍ତ ସାଧନା ଫଳବତୀ ହେବ। ମନ ଭିତରେ ଉପୁଜିଥିବା କ୍ରୋଧକୁ ପ୍ରକାଶ ନ କରି ଅନ୍ତର୍ଗାମୀ କରିପାରନ୍ତି। ଆୟ ଅପେକ୍ଷା ବ୍ୟୟର ପରିମାଣ ଅଧିକ ହୋଇପାରେ। ପ୍ରେମପୂର୍ଣ୍ଣ କଥାରେ ପରକୁ ଆପଣାର କରିପାରନ୍ତି।
କନ୍ୟା : ବହୁ ଉପାୟରୁ ଧନଲାଭ ହୋଇପାରେ। ଶାସ୍ତ୍ରାଦି ବ୍ୟାଖ୍ୟା ଓ ବିନୟ ଭାବସମ୍ପନ୍ନ ହୋଇ ଅର୍ଥ ଆଣିପାରନ୍ତି। ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। କୀର୍ତ୍ତିମାନ୍ ହେବେ। ଗୁଣଜ୍ଞ ହେବେ। ମନ ପ୍ରସନ୍ନ ରହିବ।
Related Posts
Comments are closed.