ସୋମବାର ରାଶିଫଳ (୨୦/୦୬/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Jun 20, 2022 Share ମେଷ : ରାଜଯୋଗ ଥିବାରୁ ପ୍ରାୟ ପ୍ରତ୍ୟେକ କାର୍ଯ୍ୟକ୍ଷେତ୍ରରେ ପ୍ରଭୁତ୍ବ ବିସ୍ତାର କରିବେ। ନାନା ସୁଖ ଓ ବିଶାଳ ଯଶର ଅଧିକାରୀ ହେବେ। ଦାନ-ଧର୍ମରେ ଦୀକ୍ଷିତ ହେବେ। ଶତ୍ରୁ ବିଜୟୀ ହେବେ। ବୃଷ : ମହଦାକାଙ୍କ୍ଷୀ ହେବେ। ସଜ୍ଜନ ବ୍ୟକ୍ତିଭାବେ ମାନ୍ୟତା ପ୍ରାପ୍ତ ହେବେ। ମିତ୍ରମାନଙ୍କଠାରୁ ସହଯୋଗ ପାଇବେ। ଦୃଢ଼ ପୌରୁଷଯୁକ୍ତ ହେବେ। ବିନୟଭାବସମ୍ପନ୍ନ ହେବେ। ପ୍ରଥିତ ପ୍ରତାପୀ ହେବେ। ମିଥୁନ : ଦାନକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ନିଜର ଅଭୀଷ୍ଟ ପୂରଣ ପାଇଁ ମିଥ୍ୟାର ଆଶ୍ରୟ ନେବେନାହିଁ। ପତ୍ନୀ, ପୁତ୍ର ସୁଖ ଅନୁଭବ କରିବେ। ଭୋଗୀ, ବିଳାସୀ ଓ ଧନାଢ଼୍ୟ ହୋଇପାରନ୍ତି। କର୍କଟ : ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଭ୍ରମଣଜନିତ ସୁଖ ବ୍ୟର୍ଥ ହୋଇପାରେ। ପତ୍ନୀଙ୍କ ନିକଟରେ ହାର ମାନିପାରନ୍ତି। କ୍ଷୀଣ ଶରୀର ଓ ଆଳସ୍ୟ ପରାୟଣ ହୋଇପାରନ୍ତି। ସିଂହ : ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ବ୍ୟବସାୟ ଲାଭଜନକ ହେବ। ଅହଂକାରୀ ହୋଇପାରନ୍ତି। ବିବାହ ବିଳିମ୍ବିତ ହେବ। ଦାମ୍ପତ୍ୟ ଜୀବନ କଷ୍ଟପ୍ରଦ ହୋଇପାରେ। କନ୍ୟା : ବହୁ ଶୁଭଫଳର ଅଧିକାରୀ ହେବେ। ଭ୍ରାତୃ ସ୍ନେହ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁହନ୍ତା ହୋଇପାରନ୍ତି। କେତେକ କ୍ଷେତ୍ରରେ ପଛଘୁଞ୍ଚା ଦେଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ। Related Posts ‘ସାହିତ୍ୟ ସାଧାରଣ ଲୋକଙ୍କ ଭାଷା ପ୍ରକାଶ କରୁ’ Jan 15, 2025 ଜୁକରବର୍ଗଙ୍କ ମନ୍ତବ୍ୟ ପାଇଁ ଭାରତକୁ କ୍ଷମା… Jan 15, 2025 ତୁଳା : କର୍ମଚଞ୍ଚଳ ରହିବେ। ହଠାତ୍ କିଛି ଅର୍ଥ ମିଳିପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ଧାର୍ମିକ ଓ ତେଜସ୍ବୀ ହେବେ। ବିଛା : ଉଦାର ସ୍ବଭାବର ହେବେ। ଦାନଶୀଳ ହୋଇପାରିନ୍ତି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷିଜାତ ଦ୍ରବ୍ୟ କାରବାରରେ ଲାଭବାନ୍ ହେବେ। ପ୍ରେମୀ ଓ ବୁଦ୍ଧିମାନ୍ ହେବେ। ଧନୁ : ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ନିରୀହ ସ୍ବଭାବ ସମ୍ପନ୍ନ ହେବେ। ପ୍ରମାଦହୀନ ହୋଇପାରନ୍ତି। ସାଧୁସେବା ନିରତ ହେବେ। ମକର : ଭାଗ୍ୟଶାଳୀ ହୋଇପାରନ୍ତି। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କେତେକ ସ୍ଥାନରେ ବିବାଦଶୀଳ ହୋଇପାରନ୍ତି। କୁମ୍ଭ : ଆୟ ଊଣା ହେବନି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମୋକଦ୍ଦମାରେ ବିଜୟୀ ହେବେ। ଧନ ପ୍ରାପ୍ତିର ସୂଚନା ମିଳୁଛି। ସମ୍ବର୍ଦ୍ଧିତ ହେବେ। ବିଦ୍ବାନ୍ ଓ ଶାସ୍ତ୍ରଜ୍ଞ ହେବେ। ସୁସ୍ଥ ଓ ନିରାମୟ ରହିବେ। ମୀନ : କର୍ମଚଞ୍ଚଳ ରହିବେ। ଏକାନ୍ତରେ ମୌନ ରହି ତପ ସାଧନାରତ ହୋଇପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଗୁପ୍ତ ବିଦ୍ୟାରେ ରୁଚି ରହିବ। ଜ୍ଞାନୀ ବ୍ୟକ୍ତିଭାବେ ସମ୍ମାନିତ ହେବେ। Share FacebookTwitterWhatsApp
Comments are closed.