ରାଶିଫଳ ମଙ୍ଗଳବାର (୨୦/୦୯/୨୦୨୨)
ମେଷ: ଆତ୍ମବିଶ୍ବାସକୁ ଜାଗ୍ରତ କରି ସୁଫଳର ଅଭିଳାଷୀ ହୋଇପାରନ୍ତି। ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିବେ। ଦୟାଧର୍ମରେ ବିଲୀନ ହେବେ। ସରକାରୀ ଅର୍ଥ ମିଳିବ।
ବୃଷ:ଭାଗ୍ୟଲକ୍ଷ୍ମୀ ବରଦାୟିକା ଅଛନ୍ତି। ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ପୁଣ୍ୟବାନ୍ ବା ସୁବିମଳ ଯଶସ୍ବୀ ହେବେ। ପାପ, ତାପ, ପରିହାରକ ହୋଇପାରନ୍ତି। ପୁଣ୍ୟପ୍ରଭା ପତ୍ନୀ ସହଯୋଗୀ ହେବେ।
ମିଥୁନ: ଶ୍ରୀଚନ୍ଦ୍ର ଭୋଗ ହେତୁ ବିନୟୀ, ପ୍ରୀତିଜନକ, ମନୋହର ହାସ୍ୟ ବିଶିଷ୍ଟ ହୋଇପାରନ୍ତି। ସଂଗୀତ ପ୍ରିୟ ହେବେ। ବଦାନ୍ୟତା ଗୁଣରୁ ଲୋକପୂଜ୍ୟ ହେବେ। ଉପଯୁକ୍ତ ମନ୍ତ୍ରଣାଦାତା ଓ ସୁଖୀ ହେବେ।
କର୍କଟ: ଚଞ୍ଚଳଚେଷ୍ଟିତ ହେବେ। ନିରାଡ଼ମ୍ବର ଓ ସରଳ ଜୀବନଯାପନ କରିପାରନ୍ତି। ସଂଯମୀ ସାଧନା ସିଦ୍ଧିପ୍ରାପ୍ତିର ଆଧାର ହେବ। ଭାଷା ମଧୁର ଓ ବ୍ୟବହାର ପ୍ରେମପୂର୍ଣ୍ଣ ହେବ। ଧର୍ମକାର୍ଯ୍ୟରେ ଧନ ବ୍ୟୟ ହେବ।
ସିଂହ: ମହାକ୍ରମୋ, ମହାକର୍ମା, ମହାତେଜା ହୋଇପାରନ୍ତି। ସରକାରୀ କୃପା ଲାଭ କରିବେ। ମନର ଆବେଗକୁ ଶାନ୍ତ କରିପାରନ୍ତି। ସତ୍ୟ, ଶୌଚ, ଦୟା ଓ ଦାନ ଆପଣଙ୍କ ମୂଳମନ୍ତ୍ର ହେବ। ଜନକଲ୍ୟାଣରେ ନିୟୋଜିତ ହେବେ।
କନ୍ୟା: ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ ଆପଣଙ୍କୁ ଗରିମାମୟ କରିପାରେ। ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିପାରନ୍ତି। ଦୟାର୍ଦ୍ରଚିତ୍ତ ହେବେ। ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟ ଲାଭଜନକ ହେବ।
ତୁଳା: ସତ୍ୟଧର୍ମ ପରାୟଣ ହେବେ। ନିଜର ଭାଗ୍ୟନିୟନ୍ତା ନିଜେ ହେବେ। କର୍ମ ବଳରେ ବଳୀୟାନ ହୋଇପାରନ୍ତି। ସପତ୍ନୀକ ଶୁଭକାର୍ଯ୍ୟରେ ଯୋଗଦାନ କରିପାରନ୍ତି। ସ୍ବାତନ୍ତ୍ର୍ୟ ବ୍ୟକ୍ତିତ୍ବସମ୍ପନ୍ନ ହେବେ।
ବିଛା: ଈପ୍ସିତ ସୁବିଧା, ସୁଯୋଗ ପାଇ ଲାଭବାନ୍ ହେବେ। ଜ୍ୟୋତିର୍ମୟ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ବିବେକାନୁମୋଦିତ କାର୍ଯ୍ୟକରି ଧର୍ମାଧର୍ମର ମାର୍ଗକୁ ବାଛିନେବେ। ସଂକଟକୁ ନଡରି ମୁକାବିଲା କରିବେ।
ଧନୁ: ନମ୍ରତାର ପ୍ରତୀକ ହୋଇପାରନ୍ତି। କାର୍ଯ୍ୟ ଫଳପ୍ରସୂ ହୋଇଛି, ହେଉଛି ଓ ହେବାର ସୂଚନା ମିଳୁଛି। ଚେତନାର ଉଳ ପ୍ରଦୀପ ହେବେ। ପୁଣ୍ୟପ୍ରଭା ପତ୍ନୀଙ୍କଠାରୁ ପରାମର୍ଶ ମିଳିବ। ବାଣିଜ୍ୟ ଲାଭଦାୟକ ହେବ।
ମକର: ଶତ୍ରୁତାର ଅବସାନ ଘଟାଇ ପାରନ୍ତି। ଋଣ ଗ୍ରହୀତାଭାବେ ଋଣଦାତାଙ୍କ ବିରାଗଭାଜନ ହୋଇପାରନ୍ତି। ଧୀ ଶକ୍ତିସମ୍ପନ୍ନ ହେବେ। ଭ୍ରାତୃଭାବ ଅତୁଟ ରହିବ। ମନକୁ ସାଧିଲେ ସବୁ ସାଧ୍ୟ ହୋଇଯିବ।
କୁମ୍ଭ: ଈଶ୍ବରୀୟ ସତ୍ତାକୁ ଅନୁଭବ କରିପାରନ୍ତି। ଆତ୍ମୀୟସ୍ବଜନ, ଧନ ଆଦିରେ ଆସକ୍ତି ଶୂନ୍ୟତା ଓ ମମତା ଶୂନ୍ୟତା ଯୋଗଁୁ ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ। ଶାସ୍ତ୍ରାଦି ଅଧ୍ୟୟନରତ ହେବେ।
ମୀନ: କୃଷି ବିଶାରଦଭାବେ କୃଷକଙ୍କ ପରାମର୍ଶଦାତା ହେବେ। ମନରେ ଲଗାମ ଦେଇ ସମର୍ପିତ ଜୀବନଯାପନ କରିପାରନ୍ତି। ଶ୍ରମ ସାର୍ଥକ ହେବ। ପ୍ରଥେମେ ଭୁଲ ବୁଝାମଣା ଘଟିଲେ ବି ତା’ର ସୁଧାର ଆଣିପାରନ୍ତି।
Comments are closed.