ଶନିବାର ରାଶିଫଳ (୦୧/୧୦/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Oct 1, 2022 Share ମେଷ : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ପୁଣ୍ୟକର୍ମା ବ୍ୟକ୍ତି ହେଲେ ବି ସେହି ପୁଣ୍ୟ କର୍ମ ପାଇଁ ଅହଂକାରୀ ବା ଗର୍ବୀ ହେଲେ ଦୁର୍ଦଶାଗ୍ରସ୍ତ ହେବେ। ସତର୍କତାର ସହ ଚଳିବେ। ବୃଷ : ଆଜି ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ। ଭକ୍ତି, ରସ, ପ୍ରେମର ଅଧିକାରୀ ହୋଇପାରନ୍ତି। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ସେବା ମନୋଭବର ହେବେ। ଆନନ୍ଦ ଉପଭୋଗ କରିବେ। ମିଥୁନ : ଶତ୍ରୁବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ସାରା ଦିନ କାର୍ଯ୍ୟବ୍ୟସ୍ତ ରହିବେ। କର୍କଟ : ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ଜ୍ଞାନଗରିମାଯୁକ୍ତ ହେବେ। ବିଭିନ୍ନ ସ୍ତରରୁ ଆଶାନୁରୂପ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆଦର୍ଶ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସିଂହ : ମାନବ ବାଦର ଚେତନାକୁ ଉପସ୍ଥାପନ କରି ନୀତି, ଆଦର୍ଶର ପ୍ରତୀକ ହୋଇପାରନ୍ତି। ପରିଶ୍ରମ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। କୃଷି କାର୍ଯ୍ୟ କରୁଥିବା ବାଳ ଶ୍ରମିକଙ୍କୁ ଥଇଥାନର ବ୍ୟବସ୍ଥା କରିବେ। କନ୍ୟା : ବ୍ୟବସାୟ ଲାଭଦାୟକ ହେବ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ପରୋପକାରୀଭାବେ ସର୍ବତ୍ର ଆଦର ସମ୍ମାନ ପାଇବେ। ଅଶାନ୍ତି ଦୂର ହେବ। ଠାକୁରଙ୍କ ନିକଟରେ ପ୍ରେମ-ଭକ୍ତି ନିବେଦନ କରିପାରନ୍ତି। Related Posts ଗଛ ମୂଳରେ ଚାଲିଛି ଶିକ୍ଷା ଦାନ Jan 12, 2025 ଦେବଜିତ୍ ସାଇକିଆ ବିସିସିଆଇ ସଚିବ ନିଯୁକ୍ତ Jan 12, 2025 ତୁଳା : ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ତ୍ୟାଗପୂତ ମନୋବୃତ୍ତିର ହେବେ। ଆପଣଙ୍କ ସହନଶୀଳତା ଅନ୍ୟମାନଙ୍କୁ ଦିଗ୍ଦର୍ଶନ ହେବ। କୀର୍ତ୍ତିମାନ୍ ହେବେ। ସରଳ ନିରାଡ଼ମ୍ବର ରହିବେ। ବିଛା : ଆୟ ଆଶାନୁରୂପ ହେବ। ବନ୍ଧୁ ବା ସରକାରୀ ସହାୟତାରୁ ଲାଭବାନ୍ ହେବେ। ଭୋଜନ ରୁଚିପୂର୍ଣ୍ଣ ହେବ। ସୁସ୍ଥ ଓ ନିରାମୟ ରହିବେ। ନୂଆବନ୍ଧୁ ହଟିବେ। ଚିନ୍ତାଧାରା ଉନ୍ନତମାନର ହେବ। ଧନୁ : ଆକାଂକ୍ଷାରୂପକ ବେଡ଼ି ଜୀବନରେ ଅଗ୍ରସର ହେବାର ପଥରୋଧ କରେ। କର୍ମଚଞ୍ଚଳ ରହିବେ। ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଧର୍ମକାର୍ଯ୍ୟ ଓ ଦରିଦ୍ର ସେବାରେ ଅଧିକ ବ୍ୟୟ ହେବ। ମକର : ଜ୍ଞାନ ଅର୍ଜନ ପାଇଁ ସାଧୁ, ସନ୍ଥଙ୍କ ଆଶ୍ରିତ ହୋଇପାରନ୍ତି। ସରକାରୀ ଓ ବେସରକାରୀ ସୂତ୍ରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟକ୍ତି ଚେତନାକୁ ସ୍ବଚ୍ଛନ୍ଦ କରିପାରନ୍ତି। କୁମ୍ଭ : ଆତ୍ମାନୁଶୀଳନ ଦ୍ବାରା କୃତକର୍ମର ମହତ୍ବ ଉପଲବ୍ଧ ହେବ। ଧର୍ମୀୟ ବିଚାରରେ ନିରପେକ୍ଷକାରୀ ହେବେ। ଦୟାଧର୍ମରେ ଦୀକ୍ଷିତ ହୋଇପାରନ୍ତି। ମନରେ ଧ୍ୟାନର ଦୀପ ଜଳାଇବାକୁ ପଡ଼ିବ। ମୀନ : କାର୍ଯ୍ୟର ସଫଳ ରୂପାୟନ କରିବାର ଉଦ୍ୟମ ପ୍ରଶଂସନୀୟ ହେବ। ବିବାଦୀୟ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରି ପୁରସ୍କୃତ ହେବେ। କୃଚ୍ଛ୍ରସାଧନା ବଳରେ ଦିବ୍ୟଶକ୍ତି ସମ୍ପନ୍ନ ହୋଇପାରନ୍ତି। Share FacebookTwitterWhatsApp
Comments are closed.