ହୋଣ୍ଡା ମୋଟରସାଇକେଲ ଆଣିଲା ଭାରତର ପ୍ରଥମ ୩୦୦ ସିସି ଫ୍ଲେକ୍ସ-ଫ୍ୟୁଲ ବାଇକ

ନୂଆଦିଲ୍ଲୀ : ହୋଣ୍ଡା ମୋଟରସାଇକେଲ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଭାରତର ପ୍ରଥମ ୩୦୦ ସିସି ଫ୍ଲେକ୍ସ-ଫ୍ୟୁଲ ମୋଟରସାଇକେଲ ସିବି୩୦୦ଏଫ୍ ଫ୍ଲେକ୍ସ-ଫ୍ୟୁଲର ବଜାର ପ୍ରବେଶ କରାଇଛି । ପରିବେଶ ପ୍ରତି ସଚେତକ ଚାଳକଙ୍କ ଆବଶ୍ୟକତାକୁ ପୁରା କରିବା ପାଇଁ ଡିଜାଇନ୍ ହୋଇଥିବା ଏହା ଭାରତର ପ୍ରଥମ ୩୦୦ ସିସି ଫ୍ଲେକ୍ସ-ଫ୍ୟୁଲ ମୋଟରସାଇକେଲ । ଗ୍ରାହକ ଏବେ ନିଜ ନିକଟସ୍ଥ ବିଗଓ୍ବିଙ୍ଗ୍ ଡିଲରସିପରେ ୨୦୨୪ ହୋଣ୍ଡା ସିବି୩୦୦ଏଫ୍-ଫ୍ଲେକ୍ସ ଫ୍ୟୁଲ ବୁକ୍ କରିପାରିବେ । ଏହାର ପ୍ରାରମ୍ଭିକ ଦାମ୍ ୧,୭୦,୦୦୦ (ଏକ୍ସ-ଶୋରୁମ୍, ଦିଲ୍ଲୀ) ରଖିଛି କମ୍ପାନୀ । ବାଇକ କେବଳ ଗୋଟିଏ ଭେରିଏଣ୍ଟରେ ହିଁ ଆସିବ । ଗ୍ରାହକ ଏହାକୁ ୨ଟି ରଙ୍ଗର ବିକଳ୍ପ ସହିତ କିଣିପାରିବେ ।

ହୋଣ୍ଡା ସିବି ୩୦୦ଏଫ୍ ଫ୍ଲେକ୍ସ-ଫ୍ୟୁଲ ଏକ ଉତ୍ତମ ଷ୍ଟ୍ରିଟ୍ ଫାଇଟର ଯାହା ପରିବେଶ ପାଇଁ ଅନୁକୂଳ ସହ ପାଓ୍ବରଫୁଲ୍ ମଧ୍ୟ । ଏଥିରେ ୨୯୩ ସିସି ଅଏଲ କୁଲ୍ଡ, ୪ ଷ୍ଟ୍ରୋକ୍ ସିଙ୍ଗଲ ସିଲିଣ୍ଡର ପିଜିଏମ୍ ଏଫଆଇ ଇଞ୍ଜିନ୍ ମିଳିବ । ଏଥିରେ ୬ ସ୍ପିଡ୍ ଗିୟରବକ୍ସ ମିଳିବ । ଆରାମଦାୟକ ରାଇଡିଂ ଅନୁଭବ ପ୍ରଦାନ ପାଇଁ ଏଥିରେ ୫ ଷ୍ଟେପ୍ ଆଡଜଷ୍ଟେବଲ ରିୟର ମୋନୋ ଶକ୍ ସସପେନ୍ସନ ମିଳିବ । ଫ୍ରଣ୍ଟରେ ଗୋଲ୍ଡେନ୍ ୟୁଏସଡି ଫ୍ରଣ୍ଟ୍ ଫୋର୍କ୍ସ ମିଳୁଛି । ଗ୍ରାହକୁ ଏହାକୁ ଆଜିଠୁ ବୁକ୍ କରିପାରିବେ ।

Comments are closed.