ହୋଲିରେ ଅଘଟଣ, ପାଣିରେ ବୁଡିଯାଇ ୬ ମୃତ

0

ଭୁବନେଶ୍ୱର ..- ହୋଲି ଖେଳିସାରିବା ପରେ ବିଭିନ୍ନ ନଦୀ ଓ ପୋଖରୀରେ ଗାଧଉଥିବା ବେଳେ ପାଣିରେ ବୁଡି ଯାଇ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କଟକ ଜିଲ୍ଲା ଗୋପାଳପୁର ନିକଟରେ ହୋଲି ଖେଳ ପରେ ଗାଧୋଇବା ସମୟରେ କାଠଯୋଡ଼ିରେ ବୁଡ଼ି ସତୀଶ ସାହୁ (୧୫) ନାମକ ଛାତ୍ରଙ୍କର ମୃତ୍ୟୁ ଘଟିଛି। ମୟୁରଭଞ୍ଜ ଜିଲ୍ଳାର ଶିମିଳିପାଳ ଅନ୍ତର୍ଗତ ସୀତାକୁଣ୍ଡରେ ଗାଧୋଇବା ବେଳେ ଖସିପଡ଼ି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଏହି ଯୁବକ ତାଙ୍କର ୩ ଜଣ ବନ୍ଧୁଙ୍କ ସହ  ଭୋଜି କରିବାକୁ ସୀତାକୁଣ୍ଡ ଆସିଥିଲେ। ଯାଜପୁର ଜୟପୁର ଘାଟରେ ଖରସ୍ରୋତା ନଦୀରେ ଗାଧଉଥିବା ସମୟରେ ଜଣେ ଯୁବକ ବୁଡିଯାଇଥିବା ସୂଚନା ମିଳିଛି ।

ସେହପରି ଲହୁଣୀପଡା ଥାନା ଠିଆବେରେନା ଗାଁରେ ଜଣେ ୭ ବର୍ଷ ବାଳକ ପାଣିରେ ବୁଡିଯାଇ ମୃତ୍ୟୁ ବରଣ କରିଥିବା ଖବର ମିଳିଛି । ଟିଟିଲାଗଡ ବେଲଗାଁ ନିକଟରେ ତେଲ ନଦୀରେ ବୁଡି ଜଣେ ଯୁବକ ମୃତ୍ୟୁ ବରଣ  କରିଛନ୍ତି ।

Leave A Reply