www.samajalive.in
Monday, December 8, 2025
14.1 C
Bhubaneswar

ହକି ବିଶ୍ୱକପ୍‍ ଭିଡିଓ: ଶାହରୁଖ୍‍ଙ୍କୁ ନିର୍ଦେଶନା ଦେଲେ ରେହ୍‍ମାନ

କଟକ : ନଭେମ୍ବର-ଡିସେମ୍ବରରେ ଭୁବନେଶ୍ୱରରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‍ର ଅଫିସିଆଲ୍‍ ଭିଡିଓ ପ୍ରସ୍ତୁତି ଆରମ୍ଭ ହୋଇଛି। ‘ଜୟ ହିନ୍ଦ୍‍ ହିନ୍ଦ୍‍, ଜୟ ଇଣ୍ଡିଆ’ ଭିଡିଓକୁ ଜୀବନ୍ତ କରିବା ନିମନ୍ତେ ପ୍ରଥମଥର ବଲିଉଡ୍‍ ବାଦ୍‍ଶାହା ଶାହରୁଖ ଖାଁଙ୍କୁ ନିର୍ଦେଶନା ଦେଇଛନ୍ତି ପ୍ରଖ୍ୟାତ ସଂଗୀତ ନିର୍ଦେଶକ ଏ.ଆର୍‍. ରେହ୍‍ମାନ। ଏହି ଭିଡିଓରେ ଉଭୟ ଶାହାରୁଖ୍‍ ଓ ରେହ୍‍ମାନଙ୍କୁ ଦେଖିବାକୁ ମିଳିବ ଏବଂ ଉଭୟଙ୍କ ହାତରେ ହକି ଷ୍ଟିକ୍‍ ରହିବ। ଏହି ବିଶ୍ୱକପ୍‍ର ଟାଇଟଲ ଗୀତକୁ ରଚନା କରିଛନ୍ତି ବଲିଉଡ୍‍ର ନାମୀ ଗୀତିକାର ଗୁଲ୍‍ଜାର୍‍। ଏହି ମ୍ୟୁଜିକ୍‍ ଭିଡିଓରେ ନୂତନ ଭାରତକୁ ପ୍ରଦର୍ଶିତ କରାଯାଇଛି। ଆଉ ୪୨ ଦିନ ପରେ ପୁରୁଷ ହକି ବିଶ୍ୱକପ୍‍ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ଭିଡିଓ ଓ ଗୀତ ପ୍ରତିଟି ଭାରତୀୟଙ୍କୁ ହକିକୁ ସମର୍ଥନ କରିବା ପାଇଁ ଅନୁପ୍ରାଣିତ କରିବ।
ଭାରତୀୟ ପୁରୁଷ ହକି ଦଳ ଏସିଆନ୍‍ ଚମ୍ପିଆନ୍‍ସ ଟ୍ରଫି ହକି ଖେଳିସାରି ମସ୍କାଟ୍‍ରୁ ଫେରିବା ପରେ ଚଳିତମାସ ଶେଷଆଡ଼କୁ ଏହି ଗୀତ ଓ ମ୍ୟୁଜିକ୍‍ ଭିଡିଓକୁ ଉନ୍ମୋଚନ କରାଯିବ। ଗତ ସପ୍ତାହରେ ଶାହରୁଖ୍‍ ଟ୍ୱିଟରରେ ହକିକୁ ସମର୍ଥନ ଦେବା ସହିତ ଭାରତୀୟ ହକି ପାଇଁ ନିଜର ହୃଦ୍‍ ସ୍ପନ୍ଦନକୁ ଦେଇ କହିଥିଲେ, ‘ମେରା ଦିଲ୍‍ ହକି କେ ଲିୟେ ବହୁତ ତେଜ୍‍ ଧଡକ ରହା ହୈ’। କପ୍‍କୁ ସ୍ୱଦେଶ ଫେରାଇ ଆଣିବା ନିମନ୍ତେ ମେନ୍‍ ଇନ୍‍ ବ୍ଲୁ କୁ ଉତ୍ସାହିତ କରିବା ପାଇଁ ଶାହରୁଖ ସେହି ଟ୍ୱିଟ୍‍ରେ ଲେଖିଥିଲେ ଯେ ହକି ହେଉଛି ଭାରତର ଗର୍ବ ଓ ଟିମ୍‍ ଇଣ୍ଡିଆକୁ ସମର୍ଥନ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଶାହରୁଖ୍‍ ଓ ରେହମାନ୍‍ ଏକାଠି ହୋଇଥିବାରୁ ଏହା ନିଶ୍ଚିତ ହୋଇଯାଇଛି ଯେ ଏହି ବିଶ୍ୱକପ୍‍ ସାରାଦେଶରେ ପହଞ୍ଚି ପାରିବ। ସୂଚନାଯୋଗ୍ୟ; ଅସ୍କାର ବିଜୟୀ ସଂଗୀତ ନିର୍ଦେଶକ ଏ.ଆର୍‍. ରେହ୍‍ମାନ ଶେଷଥର ପାଇଁ ୧୯୯୭ରେ କିମ୍ବଦନ୍ତୀ ଗୀତ ‘ବନ୍ଦେ ମାତରମ୍‍’ର ନିର୍ଦେଶନା ଦେଇଥିଲେ। ବଲିଉଡ୍‍ର ପ୍ରଖ୍ୟାତ ସିନେମାଟୋଗ୍ରାଫର ରବି ବର୍ମନ ମ୍ୟୁଜିକ୍‍ ଭିଡିଓରେ ଚିତ୍ରୋତ୍ତୋଳନ କରିଛନ୍ତି। ହକି ବିଶ୍ୱକପ୍‍ର ଉଦ୍‍ଘାଟନୀ ଉତ୍ସବ ନଭେମ୍ବର ୨୭ରେ ଅନୁଷ୍ଠିତ ହେବ ଓ ଏହି ଅବସରରେ ସିନେମା ଓ ସଙ୍ଗୀତ ଜଗତର ଦୁଇ ବାଦ୍‍ଶାହ ଶାହରୁଖ ଖାନ୍‍ ଓ ଏ.ଆର୍‍.ରେହମାନ୍‍ଙ୍କୁ କଳିଙ୍ଗ ଷ୍ଟାଡିୟମ୍‍ରେ ଏକାଠି ପ୍ରଦର୍ଶନ କରିବା ସ୍ୱଚକ୍ଷୁରେ ଦେଖିବାକୁ ମିଳିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories