www.samajalive.in
Sunday, December 7, 2025
14.1 C
Bhubaneswar

ଜାଣନ୍ତୁ, କେଉଁ କାରଣରୁ ଏହି ବାରରେ ଆମିଷ ଖାଇବା ବର୍ଜନୀୟ

ହିନ୍ଦୁ ଧର୍ମରେ ସପ୍ତାହର ସାତ ଦିନ ଯେକୌଣସି ଦେବଦେବୀଙ୍କ ନିମନ୍ତେ ସମର୍ପିତ। ଏହିପରି ମଙ୍ଗଳବାର ପ୍ରଭୁ ହନୁମାନଙ୍କୁ ସମର୍ପିତ କରାଯାଇଛି। ଏହି ଦିନ ଶ୍ରୀରାମ ଭକ୍ତ ହନୁମାନଙ୍କୁ ଖୁବ ଶ୍ରଦ୍ଧାର ସହ ପୂଜା କରାଯାଇଥାଏ। ​‌ଏହି ଦିନ ବ୍ରତ କରିବା ଦ୍ବାରା ଭକ୍ତଙ୍କ ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ। ପୌରାଣିକ ମାନ୍ୟତା ଅନୁଯାୟୀ, ମଙ୍ଗଳବାର ଦିନ କେବେ ବି ଆମିଷ ଭକ୍ଷଣ କରିବା ଉଚିତ ନୁହେଁ। ଶାସ୍ତ୍ରରେ ମଙ୍ଗଳବାର, ଗୁରୁବାର ଓ ଶନିବାରକୁ ପବିତ୍ର ଦିନ କୁହାଯାଇଛି। ଏହି ତିନୋଟି ବାରରେ ଆମିଷ ସେବନ କରିବା ଉଚିତ ନୁହେଁ।

ପୌରାଣିକ ମାନ୍ୟତା ଅନୁଯାୟୀ, ଦେବାଦେବୀଙ୍କୁ ସମର୍ପିତ କରାଯାଇଥିବା ଦିନ ଗୁଡିକ ଅତ୍ୟନ୍ତ ପବିତ୍ର। ବ୍ରାହ୍ମଣମାନଙ୍କ ଇଚ୍ଛା ଥିଲା ଯେ, କିଛି ଦିନ ଗୁଡିକରେ ବ୍ୟକ୍ତିମାନେ ନିରାମିଷ ଖାଇବା ଉଚିତ। ଏହାଦ୍ବାରା ସେମାନେ ଶୁଦ୍ଧ ରହିପାରିବେ। ତେଣୁ ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ବାର ରହୁଥିବାରୁ ବ୍ୟକ୍ତିମାନେ ଆମିଷ ଖାଇବା ଉଚିତ ନୁହେଁ। ସେହିପରି ଗୁରୁବାର ମା’ ଲକ୍ଷ୍ମୀଙ୍କ ବାର ଓ ଶନିବାର ଶନିଦେବଙ୍କ ବାର ରହୁଥିବାର ଆମିଷ ଖାଇବା ବର୍ଜନୀୟ। ଏହାକୁ ମାନି ଚଳିବା ଦ୍ବାରା ପ୍ରତ୍ୟେକ ବ୍ୟକ୍ତି ଜୀବନରେ ସୁଖଶାନ୍ତି ଓ ଧନ-ସମ୍ପତ୍ତି ପ୍ରାପ୍ତି ହୋଇଥାଏ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories