www.samajalive.in
Sunday, December 14, 2025
26.1 C
Bhubaneswar

ଗାନ୍ଧୀଙ୍କ ପୁତ୍ତଳିକାକୁ ଗୁଳି ମାରିବା ଘଟଣା: ହିନ୍ଦୁ ମହାସଭା ନେତ୍ରୀ ଗିରଫ

ଲକ୍ଷ୍ନୌ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଆଲିଗଡ଼ଠାରେ ଗାନ୍ଧୀଙ୍କ ପୁତ୍ତଳିକାକୁ ଗୁଳି ମାରିବା ଘଟଣାରେ ଉତ୍ତରପ୍ରଦେଶ ପୁଲିସ୍‍ ବୁଧବାର ଅଖିଳ ଭାରତୀୟ ହିନ୍ଦୁ ମହାସାଭା ନେତ୍ରୀ ପୁଜା ପାଣ୍ଡେଙ୍କୁ ଗିରଫ କରିଛି।
ଗିରଫ ହେବା ପରେ ପୁଜା ପାଣ୍ଡେ କହିଛନ୍ତି ଯେ ଏଥିପାଇଁ ଅବଶୋଷ କରିବାର ନାହିଁ। ଆମେ କୌଣସି ଅପରାଧ କରିନାହୁଁ, କେବଳ ସାମ୍ବିଧାନିକ ଅଧିକାରର ବ୍ୟବହାର କରିଛୁ। ଏହା ପୂର୍ବରୁ ମହାତ୍ମା ଗାନ୍ଧୀଙ୍କ କୁଶପୁତ୍ତଳିକା ଜାଳିବା ଘଟଣାରେ ପୁଲିସ୍‍ ୫ ଜଣଙ୍କୁ ଗିରଫ କରିଥିଲା।
କିଛି ଦିନ ନଳେ ହିନ୍ଦୁ ମହାସଭା ନେତ୍ରୀ ପୁଜା ପାଣ୍ଡେ ଗାନ୍ଧୀଙ୍କ ପୁତ୍ତଳିକାକୁ ଗୁଳି ମାରୁଥିବା ଓ ନାଥୁରାମ ଗଡସେଙ୍କ ମୂତ୍ତିରେ ମାଲ୍ୟାର୍ପଣ କରୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଅବସରରେ ତାଙ୍କ ହତ୍ୟାକୁ ସଠିକ୍‍ ଦର୍ଶାଇବା ଓ ହତ୍ୟାକାରୀ ନାଥୁରାମଙ୍କୁ ସଂଗ୍ରାମୀ ସାବ୍ୟସ୍ତ କରିବା ପାଇଁ ହିନ୍ଦୁ ମହାସଭା ନେତ୍ରୀଙ୍କ କାର୍ଯ୍ୟକୁ ନିନ୍ଦା କରାଯାଇଥିଲା। ଏହି ଘଟଣାରେ ପୁଲିସ୍‍ ନିଜ ପଟରୁ ମାମଲା ରୁଜୁ କରି ପୁନମ ପାଣ୍ଡେଙ୍କୁ ଗିରଫ କରିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories