www.samajalive.in
Sunday, December 14, 2025
23.1 C
Bhubaneswar

ପ୍ରଥମ ଟି-୨୦; ଭାରତ ୮୦ ରନରେ ପରାସ୍ତ

ଓ୍ଵେଲିଂଟନ : ପ୍ରଥମ  ଟ୍ବେଣ୍ଟି-୨୦ ମୁକାବିଲାରେ ଭାରତ, ନ୍ୟୁଜିଲାଣ୍ଡଠାରୁ ୮୦ ରନରେ ପରାସ୍ତ ହୋଇଛି। ଏହା ସହିତ ନ୍ୟୁଜିଲାଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ  ଟି-୨୦ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ଲାଭ କରିଛି। ଟିମ ସେଇଫର୍ଟ(୮୪)ଙ୍କ ଧୂଆଁଧାର ବ୍ୟାଟିଂ ଏବଂ ପରେ ବୋଲରଙ୍କ ସଫଳତା ବଳରେ ନ୍ୟୁଜିଲାଣ୍ଡ ଏହି ବିଜୟ ହାସଲ କରିଛି।

୨୨୦ ରନ ବିଜୟ ଲକ୍ଷ୍ୟର ପିଛା କରି  ଭାରତ ମାତ୍ର ୧୮ ରନ ସ୍କୋରରେ ଅଧିନାୟକ ରୋହିତ ଶର୍ମାଙ୍କ ଓ୍ଵିକେଟ୍ ହରାଇଥିଲା। ସେ  ମାତ୍ର ୧ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଶିଖର ଧାଓ୍ଵନ ଓ ତୃତୀୟରେ ବ୍ୟାଟିଂ କରିବାକୁ ଆସିଥିବା ବିଜୟ ଶଙ୍କର ଦ୍ଵିତୀୟ ଓ୍ଵିକେଟରେ ୩୩ ରନ ଯୋଡିଥିଲେ। ମାତ୍ର ୫୧ ରନ ସ୍କୋରରେ ଶିଖର ଧାଓ୍ଵନ ୨୯ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ୬୪ ରନ ଦଳୀୟ ସ୍କୋରରେ ଋଷଭ ପନ୍ତ ଓ ୬୫ ରନରେ ଭାରତ ଚତୁର୍ଥ ଓ୍ଵିକେଟ୍ ରୂପେ ବିଜୟ ଶଙ୍କରଙ୍କୁ ହରାଇଥିଲା । ସେହିପରି ଦଳର ସ୍କୋର ୭୨ ଥିବାବେଳେ ଦିନେଶ କାର୍ତ୍ତିକ  ଓ ୭୭ ରନରେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ ହୋଇଥିଲେ। ତେବେ ଶେଷ ଭାଗକୁ  ଧୋନୀ ଓ କୃଣାଲ ପାଣ୍ଡ୍ୟା ପ୍ରୟାସ କରିଥିଲେ ମଧ୍ୟ ସେତେବେଳକୁ ବିଳମ୍ବ ହୋଇଯାଇଥିଲା । ଧୋନୀ ୩୯ ରନ ଓ କୃଣାଲ ପାଣ୍ଡ୍ୟା ୨୦ ରନ କରି ଆଉଟ୍ ହୋଇଥିଲେ। ଭାରତ ୧୯.୨ ଓଭରରେ ୧୩୯ ରନରେ ସମସ୍ତ ଓ୍ଵିକେଟ୍ ହରାଇ ୮୦ ରନରେ ପରାସ୍ତ ହୋଇଛି। ନ୍ୟୁଜିଲାଣ୍ଡ ପକ୍ଷରୁ ସଫଳ ବୋଲର ଭାବେ ଟିମ୍ ସାଉଦି ୩ଟି ଓ୍ଵିକେଟ୍ ନେଇଛନ୍ତି। ସେହିପରି  ମିଚେଲ ସାଣ୍ଟନର ଓ ଇସ ସୋଢି ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

- Advertisement -

ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲା। ଦୁଇ ଓପନର  ୮.୨ ଓଭରରେ ୮୬ ରନ ଯୋଡିଥିଲେ। ଏହି ସ୍କୋରରେ କୋଲିନ ମୁନରୋ(୩୪)ଙ୍କୁ ଆଉଟ୍ କରି କୃଣାଲ ପାଣ୍ଡ୍ୟା ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ଟିମ୍ ସେଇଫର୍ଟ ଓ କେନ ଓ୍ଵିଲିୟସନ ଦ୍ଵିତୀୟ ଓ୍ଵିକେଟରେ ୪୮ ରନ ଯୋଡି  ଦଳର ସ୍କୋରକୁ ୧୩୪ରେ ପହଞ୍ଚାଇଥିଲେ। ଓପନର ଟିମ୍ ସେଇଫର୍ଟ ବିସ୍ଫୋରକ ବ୍ୟାଟିଂ କରି ବିଶାଳ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ। ସେଇଫଟ୍ ୪୩ ବଲରୁ ୭ ଚୌକା ଓ ୬ ଛକା ବଳରେ ୮୪ ରନ କରି ଦ୍ଵିତୀୟ ଖେଳାଳି ଭାବେ ଆଉଟ୍ ହୋଇଥିଲେ।

୧୬୪ ରନ ସ୍କୋରରେ ଡାର୍ଲି ମିଚେଲ ୮ ରନ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ଵିତୀୟ ଶିକାର  ହୋଇଥିଲେ। ୧୮୯ ସ୍କୋରରେ କୋଲିନ ଡି ଗ୍ରାଣ୍ଡହୋମ ୩ ରନ କରି ବିଦାୟ ନେଇଥିଲେ। କେନ ଓ୍ଵିଲିୟମସନଙ୍କ ୩୪ ରନ ସହିତ ଦଳର ୨୦୦ ସ୍କୋର ଅତିକ୍ରମ କରିଥିଲା।  ଶେଷରେ କୁଗଲେଜିନ ୨୦ ରନ କରିବାରୁ ନ୍ୟୁଜିଲାଣ୍ଡ  ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ୨୧୯ ରନ କରିଥିଲା।

ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ସଫଳତା ପାଇଥିଲେ। ଏହି ପରି ଭୁବନେଶ୍ଵର କୁମାର,  ଖଲିଲ ଅହମ୍ମଦ,କୃଣାଲ ପାଣ୍ଡ୍ୟା ଓ  ୟୁଜବେନ୍ଦ୍ର ଚହଲ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ସେଇଫର୍ଟ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories