ହିନା ଖାନ୍ କରୋନା ସଂକ୍ରମିତ
ମୁମ୍ବାଇ: ଅଭିନେତ୍ରୀ ହିନା ଖାନ ଏବେ କଠିନ ସମୟ ଦେଇ ଗତି କରୁଛନ୍ତି। ନିକଟରେ ତାଙ୍କ ବାପା ଅସଲମ ଖାନଙ୍କ ଦେହାନ୍ତ ହୋଇଥିବା ବେଳେ ଏବେ ହିନାଙ୍କୁ ଆଉ ଏକ ଝଟ୍କା ଲାଗିଛି। କରୋନା ସଂକ୍ରମିତ ହୋଇଛନ୍ତି ହିନା। ଏନେଇ ସେ ନିଜେ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି।
ହିନା ଲେଖିଛନ୍ତି, ‘‘ମୋର ଓ ମୋ ପରିବାରର ଏହି କଠିନ ସମୟରେ ମୋତେ କରୋନା ହୋଇଯାଇଛି। ଡାକ୍ତରଙ୍କ ପରାମର୍ଶ ଅନୁସାରେ ମୁଁ ହୋମ୍ କ୍ୱାରେଣ୍ଟାଇନରେ ଅଛି ଏବଂ ସମସ୍ତ ସାବଧାନତା ଅବଲମ୍ବନ କରୁଛି। ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ୍ ଟେଷ୍ଟ କରାଇବାକୁ ଅନୁରୋଧ କରୁଛି। ଆପଣମାନଙ୍କ ପ୍ରାର୍ଥନା କାମନା କରୁଛି। ସୁରକ୍ଷିତ ରୁହନ୍ତୁ ଏବଂ ନିଜର ଯତ୍ନ ନିଅନ୍ତୁ।
ଉଲ୍ଲେଖଯୋଗ୍ୟ, ଗତ ୨୦ ତାରିଖରେ ହୃତଘାତରେ ହିନା ଖାନଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା। ଏହା ଅଭିନେତ୍ରୀଙ୍କୁ ଶକ୍ତ ଧକ୍କା ଦେଇଥିଲା।
Comments are closed.