ଭୁବନେଶ୍ବର: ହାଇକୋର୍ଟ ବାର୍ ଅସୋସିଏସନ୍ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଆଜି ରାଜ୍ୟସ୍ତରୀୟ ଆଇନଜୀବୀମାନେ ସମସ୍ତ କୋର୍ଟ ବର୍ଜନ କରିଛନ୍ତି। ଏହା ସହ ରାଜ୍ୟର ସମସ୍ତ ବାର୍ ଆସୋସିଏସନ ପ୍ରତିନିଧିଙ୍କୁ ନେଇ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଛି। ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦ ପୂରଣ, ହାଇକୋର୍ଟଙ୍କ ପକ୍ଷରୁ ରୁଜୁ ଅଦାଲତ ଅବମାନନା ମାମଲା ଓ ଅନ୍ୟାନ୍ୟ ବିଷୟ ଉପରେ ଏହି ବେଠକରେ ଆଲୋଚନା ହୋଇଛି। ମିଳିତ ବୈଠକର ନିଷ୍ପତ୍ତି ଅନୁସାରେ ଭବିଷ୍ୟତ କାର୍ୟ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
Popular Categories



