www.samajalive.in
Sunday, December 7, 2025
14.1 C
Bhubaneswar

ଜାଣନ୍ତୁ ହେରାପଂଚମୀର ମହତ୍ୱ

ରଥଯାତ୍ରା ପାଳନ ଅନୁଯାୟୀ ହେରାପଂଚମୀ ଏକ ଗୁରୁିତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହା ରଥଯାତ୍ରା ଠାରୁ ପଂଚମ ଦିନ ପାଳନ କରାଯାଇଥାଏ। ଏହି ହେରା ପଂଚମୀକୁ ନେଇ ଏକ ସୁନ୍ଦର କଥାଟିଏ ରହିଛି। ରଥଯାତ୍ରାରେ ମହାପ୍ରଭୁ ଜଗନ୍ନାଥ ନିଜ ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ଗୁଣ୍ଡିଚା ଘରକୁ ଯାତ୍ରାରେ ବାହାରି ଥାଆନ୍ତି। ମାତ୍ର ମା’ଲକ୍ଷ୍ମୀଙ୍କୁ ସାଙ୍ଗରେ ନଆଣିଥିବାରୁ ସେ ଅଭିମାନ କରନ୍ତି। ରଥଯାତ୍ରାର ପଂଚମ ଦିନରେ ଲକ୍ଷ୍ମୀ ଠାକୁରାଣୀ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି।
ପରମ୍ପରା ଅନୁଯାୟୀ ହେରାପଂଚମୀରେ ମା’ ଲକ୍ଷ୍ମୀ ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିରରରେ ମହାପ୍ରଭୁଙ୍କ ଦର୍ଶନ ପାଇନଥିଲେ । ଏହାକୁ ନେଇ ମା’ ଲକ୍ଷ୍ମୀ କ୍ରୋଧାନ୍ୱିତ ହୋଇପଡ଼ିଥିଲେ ଓ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗିଦେଇଥିଲେ ।
ଘଣ୍ଟଘଣ୍ଟା, କାହାଳୀ ସହିତ ଏକ ଭବ୍ୟ ଶୋଭାଯାତ୍ରାରେ ବଡ଼ଦାଣ୍ଡ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିର ପହଞ୍ଚିବା ପରେ ସେଠାରେ ନନ୍ଦିଘୋଷ ରଥ ନିକଟରେ ଦହିପଟି ମଣୋହୀ ନୀତି ସଂପନ୍ନ ହୋଇଥିଲା। ପରେ ସେଠାରୁ ସିଂହଦ୍ଵାର ଦେଇ ମା ଲକ୍ଷ୍ମୀ ଜୟବିଜୟ ଦ୍ଵାର ନିକଟରେ ପହଞ୍ଚିଥିଲେ। ଏହି ସମୟରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ଚାଲିଥିବାରୁ ଜୟବିଜୟ ଦ୍ଵାର ନିକଟରେ ମା ଲକ୍ଷ୍ମୀ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ଆସିବା ପରେ ଧୂପ ଚାଲୁଥିବାରୁ ଦୁଇଟି ଯାକ କବାଟ ବନ୍ଦ କରି ଦିଆଯାଇଥିଲା। ଯାହା ମା ଲକ୍ଷ୍ମୀଙ୍କୁ ଅପମାନ ଦେଇଥିଲା। ଅପମାନରେ  ମା ‘ଲକ୍ଷ୍ମୀ ନାକଚଣା ଦ୍ଵାର ଦେଇ ବାହାରି ଆସିବା ବେଳେ ରାଗରେ ମହାପ୍ରଭୁଙ୍କ ରଥ ଭାଙ୍ଗି ଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories