www.samajalive.in
Sunday, December 7, 2025
14.1 C
Bhubaneswar

ସର୍ବଭାରତୀୟ ଜେଇଇ ପରୀକ୍ଷାର୍ଥୀମାନଙ୍କ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସହଯୋଗ 

ଯାଜପୁର : ୨୦୨୦ ମସିହାର ସର୍ବଭାରତୀୟ ସ୍ତରର ଜେଇଇ ପରୀକ୍ଷାର୍ଥୀମାନଙ୍କ ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିବିଧ ବ୍ୟବସ୍ଥା କରାଯାଇଚ୍ଥି  ବୋଲି ଜିଲାପାଳ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି। ଚଳିତ ବର୍ଷର ଜେଇଇ ପରୀକ୍ଷା ସେପ୍ଟେମ୍ୱର ୧ ଠାରୁ ୬ ତାରିଖ ପର୍ୟ୍ୟନ୍ତ ରାଜ୍ୟର ଭୁବନେଶ୍ୱର, କଟକ, ବାଲେଶ୍ୱର ୩ ଗୋଟି ସ୍ଥାନରେ ଅନୁଷ୍ଠିତ ହେବ। ଯାଜପୁର ଜିଲାର ବିଭିନ୍ନ ସ୍ଥାନରୁ ପରୀକ୍ଷା ଦେବାକୁ ଥିବା ଆଶାୟୀ ପ୍ରାର୍ଥୀମାନଙ୍କ ସୁବିଧା ପାଇଁ ଯାଜପୁରରୋଡ ସ୍ଥିତ ରଗଡି ପଲି-ଟେକ୍ନିକ କଲେଜରେ ଦେୟ-ମୁକ୍ତ ରହଣୀ ବ୍ୟବସ୍ଥା କରାଯାଇଚ୍ଥି । ଆଗ୍ରହୀ ପ୍ରାର୍ଥୀମାନେ ଏ ସଂପର୍କରେ ରଗଡି ସ୍ଥିତ ପଲିଟେକ୍ନିକ୍ କଲେଜର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୃଷ୍ଟିଙ୍କୁ ୯୪୩୭୧୫୫୧୦୭/୭୯୭୮୦୨୭୦୩୬ ରେ ଯୋଗାଯୋଗ କରିବା ପାଇଁ ଜିଲାପାଳ ଶ୍ରୀ ଦାସ ପରାମର୍ଶ ଦେଇଚ୍ଥନ୍ତି ।

ଯେଉଁ ଚ୍ଥାତ୍ରଚ୍ଥାତ୍ରୀ ମାନଙ୍କର ପରୀକ୍ଷା ୧, ୨, ୩ ତାରିଖରେ ରହିଚ୍ଥି ସେମାନଙ୍କ ପାଇଁ ଅଗଷ୍ଟ ୩୧ ତାରିଖ ଦିବା ୨ ଘଟିକାରେ ଯାଜପୁର ଟାଊନ ନିକଟସ୍ଥ ସଂସ୍କୃତି ଭବନ ଠାରେ ପରିବହନ ପାଇଁ ଗାଡି ବ୍ୟବସ୍ଥା କରାଯାଇଚ୍ଥି । ଅନ୍ୟ ପରୀକ୍ଷାର୍ଥୀମାନେ ଚାହିଁଲେ ସିଧା ସଳଖ ରଗଡି ସ୍ଥିତ ପଲିଟେକନିକ କଲେଜରେ ଅଗଷ୍ଟ ୩୧ ତାରିଖ ଦିବା ୨ ଘଟିକା ପୂର୍ବରୁ ରିପୋର୍ଟିଂ କରିପାରିବେ । ୪,୫ ଓ ୬ ତାରିଖରେ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ୩ ତାରିଖରେ ଅନୁରୂପ ଭାବେ ନିଆଯିବାର ବ୍ୟବସ୍ଥା କରାଯାଇଚ୍ଥି ବୋଲି ଅଧ୍ୟକ୍ଷ ଶ୍ରୀ ପୃଷ୍ଟି ସୂଚନା ଦେଇଚ୍ଥନ୍ତି । ରଗଡି ଠାରୁ ପରୀକ୍ଷା କେନ୍ଦ୍ରକୁ ଯିବା ଆସିବା ପାଇଁ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ପାଇଁ ଦେୟମୁକ୍ତ ପରିବହନର ବ୍ୟବସ୍ଥା ହୋଇଚ୍ଥି । ସଂପୃକ୍ତ ପରୀକ୍ଷାକେନ୍ଦ୍ର ମାନଙ୍କରେ ମଧ୍ୟ ପରୀକ୍ଷାର୍ଥୀ ରହିବା ପାଇଁ ସୁ-ବନେ୍ଦାବସ୍ତ କରାଯାଇଚ୍ଥି ବୋଲି ଅଧ୍ୟକ୍ଷ ଶ୍ରୀ ପୃଷ୍ଟି ସୂଚନା ଦେଇଚ୍ଥନ୍ତି । ଅପର ପକ୍ଷରେ ଅଧିକ ତଥ୍ୟ ପାଇଁ ପରୀକ୍ଷାର୍ଥୀ ବା ଅଭିଭାବକମାନେ ଯାଜପୁର ଜିଲା ପାଇଁ ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ ଶ୍ରୀ ପୃଷ୍ଟିଙ୍କୁ ଯୋଗାଯୋଗ କରିବାକୁ ଜିଲାପାଳ ଶ୍ରୀ ଦାସ ଅନୁରୋଧ କରିଚ୍ଥନ୍ତି । ଏ ସଂପର୍କିତ ଜିଲା କାର୍ୟ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ବୈଠକରେ ଜିଲାପାଳ ଅଧ୍ୟକ୍ଷତା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉକ୍ତ ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି, ଜିଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ, ଜିଲା ପରିବହନ ଅଧିକାରୀ ଏସ୍.ଏନ୍. ପଣ୍ଡା, ଜିଲା ସମଗ୍ର ଶିକ୍ଷା ଅଧିକାରୀ ବିଷ୍ଣୁ ଚରଣ ସୁତାର, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories