www.samajalive.in
Monday, December 15, 2025
27.1 C
Bhubaneswar

କୁଆପଥର ବର୍ଷାରେ ଭାଙ୍ଗିଲା ଘର, ଉଜୁଡିଲା ଡାଳୁଅ ଧାନ

ଆରଡି : ଭଦ୍ରକ ଜିଲା ଆରଡି ଅଞ୍ଚଳରେ ଗତ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ କାଳ ବୈଶାଖୀ ତାଣ୍ଡବ ରଚିଥିଲା। ଯାହାର ପ୍ରଭାବରେ ଝଡତୋଫାନ ସାଙ୍ଗକୁ କୁଆପଥର ବର୍ଷିଥିଲା। ଦୀର୍ଘ ସମୟ ଧରି ଝଡ ତୋଫାନ ଲାଗି ରହିବା ସହ ବଡ଼ବଡ଼ କୁଆ ପଥର ମାଡରେ  ଛପରଘର ସମେତ ଆଜମେଷ୍ଟ ଘର କ୍ଷତି ଘଟିଥିଲା। ଅନ୍ୟପଟେ ଚାଷୀମାନେ କରିଥିବା ଖରାଟିଆ ଚାଷ ଡାଳୁଅ ଧାନର ଥୋଡ ବାହାରିଥିବାରୁ କୁଆପଥର ବର୍ଷାରେ ବହୁ ପରିମାଣରେ କ୍ଷତି ଘଟିଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ସେହିପରି ବଡ଼ବଡ଼ ଗଛରୁ ଡାଳ ଭାଙ୍ଗି ବିଭିନ୍ନ ସ୍ଥାନରେ ପଡିଥିବାରୁ ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟ ରାସ୍ତା କିଛି ସମୟ ପାଇଁ ଯାତାୟତ ଠପ୍ ହୋଇଯାଇଥିବା ବେଳେ ପଣା ସଂକ୍ରାନ୍ତି ନିମନ୍ତେ ବିଭିନ୍ନ ଦେବାଦେବୀଙ୍କ ପୀଠରେ ନିର୍ମାଣ ହୋଇଥିବା ତୋରଣ ଭୁଷୁଡି ପଡିଥିଲା। ଝଡତୋଫାନ ଓ କୁଆପଥର ବର୍ଷା ଦୀର୍ଘ ସମୟ ଧରି ଲାଗି ରହିବା ଫଳରେ ଆରଡି, ନାନ୍ଦପୁର, ପହଣା, ତଳଦୁମୁକା, ବାଙ୍କମୁଆଁ, ଦୋହରାପାଟଣା, କୁଳେଇପଦା ଆଦି ଘାର ଶତାଧିକ ଚାଷୀଙ୍କ କ୍ଷେତରେ ବହୁ ପରିମାଣର ଡାଳୁଅ ଧାନ ଥୋଡ ନଷ୍ଟ ହୋଇଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି। ଏପରି ଗଟଣା ଘଟିବା ପରେ ଚାଷୀ ଋଣ ପରିଷୋଧ ନିମନ୍ତେ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛି। ଏପରି କ୍ଷୟକ୍ଷତିର କୃଷି ବିଭାଗ ଓ ପ୍ପରଶାସନ ପକ୍ଷରୁ ଅନୁଧ୍ୟାନ କରିବା ସହ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହୟତା ପ୍ରଦାନ କରିବା ପାଇଁ ଚାଷୀମାନେ ପ୍ରକାଶ କରିଛନ୍ତି।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories