www.samajalive.in
Tuesday, December 9, 2025
16.1 C
Bhubaneswar

ସୁସ୍ଥତାର ରହସ୍ୟ

ନିକଟରେ ଲଣ୍ଡନର ଗବେଷକଦଳ ବିଶ୍ବର ବିଭିନ୍ନ ପ୍ରାନ୍ତରେ ୧୨୦ଜଣ ବୟସ୍କ ପିଢ଼ିଙ୍କୁ ଉପରେ ସର୍ବେକ୍ଷଣ କରିଥିଲେ। ଏ ସମସ୍ତଙ୍କ ବୟସ ୭୫ ବର୍ଷରୁ ଅଧିକ ଥିବାବେଳେ ସେମାନେ କରୋନା ଭାଇରସ୍ ସହ ଲଢ଼ି ପୁନଃ ସୁସ୍ଥ ଜୀବନଯାପନ କରୁଛନ୍ତି। ଇଟାଲୀ, ଆମେରିକା, ସ୍ପେନ୍ ଓ ଭାରତର ମଧ୍ୟ ବୟସ୍କ ଲୋକ ଏଥିରେ ସାମିଲ ହୋଇଥିଲେ।
– ନ୍ୟୁୟର୍କ ବାସିନ୍ଦା ୮୧ ବର୍ଷୀୟା ଜିଡେଉ ହେଇ, ଅବସରପ୍ରାପ୍ତ ଇଂଜିନିୟର। କରୋନା ପଜିଟିଭ୍ ତାଙ୍କର ବାହାରିବା ପରେ ସେ ଆଦୌ ବ୍ୟତିବ୍ୟସ୍ତ ହୋଇନଥିଲେ। ଡାକ୍ତରୀଦଳଙ୍କ ପରାମର୍ଶ ଅନୁସାରେ କିଛିଦିନ ଚିକିତ୍ସାଳୟରେ ରହିଲେ ଓ ପରେ ତାଙ୍କର ନେଗେଟିଭ୍ ରିପୋର୍ଟ ଆସିଥିଲା। ଜିଡେଉଙ୍କ ଶରୀରର ରୋଗପ୍ରତିରୋଧକ ଶକ୍ତି ଖୁବ୍ ଭଲ ଥିବାର ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ନିୟମିତ ଅଣ୍ଡା ଖାଇବା ସହ ଫଳମୂଳ ସେ ଅଧିକ ଖାଉଥିବାର ମତ ଦେଇଥିଲେ। ବୋଧହୁଏ ଏହା ହିଁ ତାଙ୍କ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିର କାରଣ ବୋଲି ଡାକ୍ତରୀ ଦଳଙ୍କ ମତ।
–  ଇନ୍ଦୋର ନିବାସୀ ୯୫ ବର୍ଷୀୟା ଚନ୍ଦାବାଇ ପରମାର। ଲଣ୍ଡନ ବିଶେଷଜ୍ଞ ଦଳ ଏହି ଭାରତୀୟ ବୟସ୍କାଙ୍କ ତଥ୍ୟ ମଧ୍ୟ ନେଇଛନ୍ତି। ଏ ବୟସରେ ମଧ୍ୟ ସେ କରୋନାକୁ ହରାଇପାରିବା ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟର ବିଷୟ। ୧୧ଦିନ ଚିକିତ୍ସାଳୟରେ ଗମ୍ଭୀର ଅବସ୍ଥାରେ ରହିବା ପରେ ସେ ସୁସ୍ଥ ହୋଇଫେରିଛନ୍ତି। ଚନ୍ଦାବାଇ ଏବେ ପର୍ଯ୍ୟନ୍ତ ଦୈନିକ ଯୋଗ କରିବା ସହ ଆମିଷ ଭୋଜନ ଖୁବ୍ ଭଲପାନ୍ତି। ଦୈନିକ ରାତିରେ ଖିରରେ ଶୁଦ୍ଧ ଦେଶୀ ଘିଅ ମିଶାଇ ପିଇବା ତାଙ୍କ ପିଲା ବେଳରୁ ଅଭ୍ୟାସ। ତାଙ୍କ ମତରେ ଉତ୍ତମ ପୋଷକତତ୍ତ୍ବ ଖାଦ୍ୟ ହିଁ ତାଙ୍କ ସୁସ୍ଥ ଜୀବନଶୈଳୀର ରହସ୍ୟ। କରୋନା ଆକ୍ରାନ୍ତ ହେବା ପରେ ସେ ଦୁର୍ବଳ ଅନୁଭବ କରୁଛନ୍ତି। ହେଲେ ଖାଦ୍ୟପାନୀୟ ଓ ଯୋଗ କରିବାରେ ଆଦୌ ହେଳା କରୁନଥିବାର ପ୍ରକାଶ।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories