www.samajalive.in
Sunday, December 7, 2025
26.1 C
Bhubaneswar

ଖାଦ୍ୟ ଓ ପାନୀୟ ସହ ଜଡିତ କିଛି ସରଳ ଉପାୟ

କଥାରେ ଅଛି ସ୍ୱାସ୍ଥ୍ୟ ହିଁ ସମ୍ପଦ। ତେଣୁ ନିଜ ଦୈନନ୍ଦିନ ଜୀବନରେ ଖାଦ୍ୟ ଓ ପାନୀୟ ପ୍ରତି ବିଶେଷ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ତେବେ ଜାଣି ରଖନ୍ତୁ କିଛି ସରଳ ଉପାୟ….
ନିୟମିତ ଖାଦ୍ୟରେ ସେଓ ସାମିଲ କରନ୍ତୁ। ଏହାଦ୍ୱାରା ଶରୀରକୁ ପ୍ରଚୁର ପରିମାଣରେ ଆଇରନ ମିଳିଥାଏ। ଏହାସହ ଏଥିରେ ଥିବା ପୋଷକ ତତ୍ତ୍ୱ ଅନେକ ରୋଗରୁ ମଧ୍ୟ ରକ୍ଷା କରିଥାଏ।
ବ୍ରୋକୋଲିରେ ଭିଟାମିନ ଏ, ସି, ଇ ଓ କେ ରହିଛି। ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ।
କାକୁଡିରେ ୯୫ ଶତକଡା ଜଳ ରହିଛି। ଏହାକୁ ଆପଣ ସାଲାଡ ସହ ଅନ୍ୟ ଉପାୟରେ ମଧ୍ୟ ଖାଇପାରିବେ।
ବନ୍ଧାକୋବି ମଧ୍ୟ ନିଜ ଖାଦ୍ୟରେ ସାମିଲ କରନ୍ତୁ। ଏଥିରେ ଭିଟାମିନ ସି ରହିଛି। ଏହାସହ ଏହାକୁ ସାଲାଡ କରି ମଧ୍ୟ ଖାଇପାରିବେ।
ପାଳଙ୍ଗ ଶାଗ ଖାଇବା ଦ୍ୱାରା ମଧ୍ୟ ମୋଟାପଣ ହ୍ରାସ ହେବା ସହ ରକ୍ତରେ ଶର୍କରା ମାତ୍ରା ନିୟନ୍ତ୍ରଣ କରିଥାଏ। ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ।
ସେହିପରି ନିୟମିତ ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ମୋଟାପଣ ହ୍ରାସ ହୋଇଥାଏ ଓ ହଜମ କ୍ରିୟା ସୁସ୍ଥ ରହିଥାଏ।
ତମ୍ବାପାତ୍ରରେ ପାଣି ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ତ୍ୱଚା ସୁସ୍ଥ ରହିଥାଏ।
ଏହା ଚର୍ବି ଅଂଶକୁ ହ୍ରାସ କରିଥାଏ।
ଏହା ଶରୀରରେ ରକ୍ତର ଅଭାବକୁ ଦୂର କରିଥାଏ।
ତମ୍ବା ପାତ୍ରରେ ନିୟମିତ ପାଣି ପିଇବା ଦ୍ୱାରା କେଶ ଜନିତ ସମସ୍ୟା ଦୂର ହେବା ସହ ଶରୀରକୁ ଅନେକ ସଂକ୍ରମଣରୁ ରକ୍ଷା କରିଥାଏ।
ତମ୍ବା ପାତ୍ରରେ କୌଣସି ପ୍ରକାରର ଖଟା ଫଳ ରଖନ୍ତୁ ନାହିଁ। ସେଓ, ସପୁରୀ, ଡ଼ାଳିମ୍ବ, ଆମ୍ବ ଇତ୍ୟାଦି ଫଳକୁ ତମ୍ବା ପାତ୍ରରେ ରଖନ୍ତୁ ନାହିଁ। ତମ୍ବା ପାତ୍ରରେ ଏହି ସମସ୍ତ ଫଳକୁ ରଖି ଖାଇବା ପରେ ବାନ୍ତି ହେବା, ମୁଣ୍ଡ ବୁଲାଇବା, ପେଟ ଜନିତ ବହୁ ସମସ୍ୟା ସୃଷ୍ଟି ହୋଇଥାଏ।
ଥଣ୍ଡା କିମ୍ବା ଗରମ କ୍ଷୀରକୁ ତମ୍ବା ପାତ୍ରରେ ରଖିବା ଉଚିତ ନୁହେଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories