ମ୍ୟାଲେରିଆ ନିରାକରଣ: ଓଡ଼ିଶା ମଡେଲକୁ ଏକ ବିଶ୍ୱସ୍ତରୀୟ ସ୍ୱୀକୃତି ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବରିଷ୍ଠ ଅଧିକାରୀ ସମ୍ମିଳନୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ଓ ଦୂରଦୃଷ୍ଟିସଂପନ୍ନ ନେତୃତ୍ୱରେ ଓଡ଼ିଶା ବିକାଶର ନୂତନ ପର୍ଯ୍ୟାୟରେ ପହଞ୍ଚିଛି । ତାଙ୍କର ପ୍ରତିଟି ଜୀବନ ମୂଲ୍ୟବାନ ଆଦର୍ଶକୁ ମୂଳଭିତ୍ତି କରି ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଦିଗରେ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି)ର ଦୃତ ହାସଲ ନିମନ୍ତେ ବହୁ ଯୁଗାନ୍ତକାରୀ ସଂସ୍କାରମୂଳକ ପଦକ୍ଷେପମାନ ନିଆଯାଇଛି। ୨୦୨୦-୨୧ ବର୍ଷ ନିରନ୍ତର ବିକାଶ ଲକ୍ଷ୍ୟ ଇଣ୍ଡିଆ ଇଣ୍ଡେକ୍ସ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସାମଗ୍ରିକ ସୁସ୍ଥତା ସମ୍ବନ୍ଧିତ ଏସଡିଜି-୩ କ୍ଷେତ୍ରରେ ଓଡ଼ିଶା ଏକ ଆଗୁଆ ରାଜ୍ୟ ପାହ୍ୟାକୁ ଉନ୍ନିତ୍ତ ହୋଇଛି । ମ୍ୟାଲେରିଆ ନିରାକରଣରେ ଓଡ଼ିଶା ମଡେଲକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ବିଶ୍ୱସ୍ତରୀୟ ମଡେଲ ଭାବେ ସ୍ୱୀକୃତି ଦେଇଛି। ୨୦୨୧ ମସିହା ଆକଳନ ଅନୁଯାୟୀ ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି ।
ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଓଡ଼ିଶା ସର୍ବଭାରତୀୟ ସର୍ବାଧିକ ୩୯- ପଏଣ୍ଟ ହ୍ରାସ ହାସଲ କରି ଉଦାହରଣ ସୃଷ୍ଟି କରିଛି। ପୂର୍ଣ୍ଣ-ଟିକାକରଣ କ୍ଷେତ୍ରରେ ୯୦.୫ ପ୍ରତିଶତ ସାଫଲ୍ୟ ହାସଲ ସହ ରାଜ୍ୟ ପ୍ରଥମ ସ୍ଥାନ ଅଧିକାର କରିଛି । ସମଗ୍ର ଦେଶରେ ବାୟୁ ସ୍ୱାସ୍ଥ୍ୟ ସେବା ( ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା )ଯୋଗାଣ ଦିଗରେ ଓଡ଼ିଶା ପ୍ରଥମ ରାଜ୍ୟ । ଏହି ବ୍ୟବସ୍ଥାରେ ରାଜ୍ୟର ପ୍ରତିଟି କୋଣ ଅନୁକୋଣରେ ବରିଷ୍ଠ ବିଶେଷଜ୍ଞମାନେ ପହଞ୍ଚି ପୀଡିତ ଲୋକମାନଙ୍କୁ ସୁପର ସ୍ପେସାଲିଷ୍ଟ୍ ଚିକିତ୍ସା ଓ ଯତ୍ନ ଯୋଗାଇ ଥାଆନ୍ତି।
କୋଭିଡ୍ ମହାମାରୀ ସମୟରେ ପ୍ରତି ଜିଲ୍ଲାରେ ଆଇ.ସି.ୟୁ. ସୁବିଧା ସହ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ ପ୍ରସ୍ତୁତ କରିବାରେ ଓଡ଼ିଶା ସର୍ବପ୍ରଥମ ରାଜ୍ୟ ଥିଲା। ଯେତେବେଳେ ଦେଶର ବିଭିନ୍ନ ରାଜ୍ୟ ମେଡିକାଲ୍ ଅକ୍ସିଜେନ୍ ଅଭାବ ସହ ଲଢ଼ìଥିଲା ସେହି ଗୁରୁତ୍ୱପୂର୍ଣ୍ଣ ସମୟରେ ଓଡ଼ିଶା ଦେଶର ବିଭିନ୍ନ ସ୍ଥାନକୁ ୩୦୦ ଟନ୍ ଜୀବନ ରକ୍ଷାକାରୀ ଅକ୍ସିଜେନ୍ ପଠାଇଥିଲା।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ‘ମୋ ସରକାର’ ଏବଂ ୫-‘ଟି’ ନୀତି ଆଦି ପ୍ରୟୋଗ ଫଳରେ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ଉତ୍ତରଦାୟିତ୍ୱତା ଏବଂ ରୋଗୀମାନଙ୍କ ସ;ୁଷ୍ଟିରେ ବିଶେଷ ଉନ୍ନତ୍ତି ସାଧନ ହୋଇଛି। ରୋଗ ଚିକିତ୍ସା ପାଇଁ ନିଜ-ପକେଟରୁ ଖର୍ଚ୍ଚକୁ ଶୂନ (୦) କରିବା ନିମନ୍ତେ ସମସ୍ତଙ୍କ ପାଇଁ ମାଗଣା ଚିକିତ୍ସା ବ୍ୟବସ୍ଥା ପ୍ରଚଳନ କ୍ଷେତ୍ରରେ ଓଡ଼ିଶା ପ୍ରଥମ ରାଜ୍ୟ। ଜାତି, ଆର୍ଥିକ ଶ୍ରେଣୀ ଏବଂ ଆବାସ ସ୍ଥାନ ନିର୍ବିଶେଷରେ ସମସ୍ତ ବ୍ୟକ୍ତି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ଆରମ୍ଭ କରି ମେଡିକାଲ କଲେଜ ଏବଂ ହସ୍ପିଟାଲ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଉଛନ୍ତି।
ଏଥି ପାଇଁ ରାଜ୍ୟ ସରକାର ନିରାମୟ ( ସମସ୍ତଙ୍କ ପାଇଁ ମାଗଣା ଓଷଧ), ନିଦାନ (ସମସ୍ତଙ୍କ ପାଇଁ ମାଗଣା ରୋଗ-ନିରୁପଣ ପରୀକ୍ଷା), ସବୁ ଜିଲାରେ ସହାୟ (ମାଗଣା ଡାଏଲିସିସ୍ ସେବା) ଆଦି ସ୍କିମ୍କୁ ପୂର୍ଣ୍ଣରୂପେ କାର୍ଯ୍ୟାୟନ କରିଛନ୍ତି। ଏହାଛଡା ସରକାରୀ ସ୍ୱାସ୍ଥ୍ୟସେବା ଅନୁଷ୍ଠାନମାନଙ୍କରେ ରୋଗୀମାନଙ୍କୁ ମାଗଣା ରକ୍ତ ଏବଂ କ୍ୟାନସର ରୋଗୀମାନଙ୍କ ପାଇଁ କେମୋଥେରାପିର ସୁବିଧା ମଧ୍ୟ କରାଯାଇଛି। ଏତଦ୍ବ୍ୟତୀତ ଆର୍ଥିକ ଦୁର୍ବଳ ବର୍ଗର ଲୋକ ଏବଂ ମହିଳାମାନଙ୍କୁ ଉଚ୍ଚମାନର ସୁପର ସ୍ପେସାଲିଟି ଚିକିତ୍ସା ଯୋଗାଇବା ନିମନ୍ତେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଯୋଜନା ପ୍ରଚଳନ କରିଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଜନାରେ ପ୍ରାୟ ୯୬.୫ ଲକ୍ଷ ପରିବାରଙ୍କୁ ସାମିଲ କରାଯାଇଛି। ଏହି ପରିବାରର ସଦସ୍ୟମାନେ ତାଲିକାଭୁକ୍ତ ଉଚ୍ଚମାନର ଘରୋଇ ହସ୍ପିଟାଲମାନଙ୍କରେ ବାର୍ଷିକ ୫ ଲକ୍ଷ ଟଙ୍କା ମୂଲ୍ୟର ଦେୟମୁକ୍ତ ଚିକିତ୍ସା ପାଇପାରୁଛନ୍ତି। ମହିଳା ସଦସ୍ୟମାନଙ୍କ ପାଇଁ ବାର୍ଷିକ ୧୦ ଲକ୍ଷ ଟଙ୍କାର ଦେୟମୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ରାଜ୍ୟ ଭିତରେ ଥିବା ସମସ୍ତ ଅଗ୍ରଣୀ ହସ୍ପିଟାଲ ସହ ୧୬ଟି ବାହାର ରାଜ୍ୟର ପ୍ରଧାନ ସୁପର ସ୍ପେସାଲିଟି ହସ୍ପିଟାଲମାନଙ୍କୁ ବି.ଏସ୍.କେ.ୱାଇ ତାଲିକାଭୁକ୍ତ କରାଯାଇଛି।
କ୍ୟାନସର ରୋଗ ପ୍ରତିହତ ନିମନ୍ତେ ରାଜ୍ୟ ରାଜଧାନୀରେ ୭୫୦ ଶଯ୍ୟା ବିଶିଷ୍ଟ ବାଗ୍ଚୀ ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ୍ ନିର୍ମାଣ କରାଯାଉଛି।
ଏଥିରେ କ୍ୟାନସର ଚିକିତ୍ସା ନିମନ୍ତେ ସମସ୍ତ ଅତ୍ୟାଧୁନିକ ସୁବିଧା ରହିବ। ଏହାଛଡା, ରାଜ୍ୟ ସରକାର, ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଏବଂ ଟାଟା ମେମୋରିଆଲ୍ କେନ୍ଦ୍ରଙ୍କ ମିଳିତ ସହଯୋଗିତାରେ ଭୁବନେଶ୍ୱର ସ୍ଥିତ ନାଇଜର କ୍ୟାମ୍ପସ୍ରେ ଆଉ ଏକ ୨୫୦ ଶଯ୍ୟା ବିଶିଷ୍ଟ ବିଶ୍ୱସ୍ତରୀୟ କ୍ୟାନ୍ସର ହସ୍ପିଟାଲ୍ ପ୍ରତିଷ୍ଠା ଆରମ୍ଭ ହୋଇଛି। ରାଜ୍ୟ ସରକାର ମଧ୍ୟ ଝାରସୁଗୁଡାଠାରେ ସ୍ୱତନ୍ତ୍ର କ୍ୟାନସର ଏବଂ ହୃଦ୍ରୋଗ (କାର୍ଡିଆକ୍) ଚିକିତ୍ସା ହସ୍ପିଟାଲ୍ ପି.ପି.ପି. ମୋଡ୍ରେ ଆରମ୍ଭ କରିବାକୁ ଯାଉଛନ୍ତି।
ରାଜ୍ୟରେ ସ୍ୱାସ୍ଥ୍ୟସେବା ଭିତ୍ତିଭୁମି ଦୃଢ଼ୀକରଣ ନିମନ୍ତେ ରାଜ୍ୟ ସରକାର ବହୁ ପଦକ୍ଷେପ ନେଇଛନ୍ତି । ସେଗୁଡିକ ମଧ୍ୟରୁ ମୁଖ୍ୟ କେତୋଟି ନିମ୍ନ ପ୍ରକାରର(୧)ବିଗତ କିଛି ବର୍ଷ ମଧ୍ୟରେ ୭ଟି ନୂଆ ମେଡିକାଲ୍ କଲେଜ କାର୍ଯ୍ୟକ୍ଷମ କରାଯାଉଛି ଏବଂ ଅଧିକ ୪ଟି ମେଡିକାଲ୍ କଲେଜ ଆରମ୍ଭ ନିମନ୍ତେ ତ୍ୱରିତ ପଦକ୍ଷେପ ନିଆଯାଉଛି, (୨)ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲ୍ ସ୍ନାତକତ୍ତୋର ପ୍ରତିଷ୍ଠାନ (ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟìଟ୍) ପାହ୍ୟାକୁ ଉନ୍ନିତ ହୋଇଛି, (୩)ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କାର୍ଯ୍ୟ ଚାଲୁ ରହିଛି, (୪)ଅନୁଗୁଳ, ବଡବିଲ୍, ଝାରସୁଗୁଡା ଏବଂ ଭଦ୍ରଖ ଆଦି ୪ଟି ସ୍ଥାନରେ ସୁଲଭ ମୂଲ୍ୟର ସ୍ପେସାଲିଷ୍ଟ ହସ୍ପିଟାଲ୍ ପି.ପି.ପି. ସର୍ତ୍ତରେ ପ୍ରତିଷ୍ଠା ପାଇଁ ଯୋଜନା ଚୂଡାନ୍ତ ହୋଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ସେବାର ଏକ ଉତ୍କର୍ଷ ପ୍ରତୀକ ଭାବେ ମୁଣ୍ଡ ଟେକୁଛି। ଆଜି ବରିଷ୍ଠ ଅଧିକାରୀମାନଙ୍କ ସମ୍ମିଳନୀର ପୂର୍ବାହ୍ନ ଅଧିବେଶନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମ୍ବନ୍ଧିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା- ଆମ ହସ୍ପିଟାଲ୍ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଆଲୋଚନାର ମୁଖ୍ୟ ବିଷୟବସ୍ତୁ ଥିଲା।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ, ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବଲାଙ୍ଗିର ଜିଲାପାଳ ଚଞ୍ଚଲ୍ ରଣା, ଏବଂ ଦେବଗଡ଼ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।
ପ୍ରଥମ ପର୍ଯ୍ୟାୟରେ ଆମ ହସ୍ପିଟାଲ୍ ବିଷୟରେ ଆଲୋଚନା ହୋଇଥିଲା ଯେଉଁଥିରେ ୫-‘ଟି’ ଢ଼ାଞ୍ଚାରେ ଡାକ୍ତରଖାନାର ରୁପାନ୍ତରଣକୁ ରୋଗୀ-କୈନ୍ଦ୍ରିକ କରିବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ବିଭାଗୀୟ ଶାସନ ସଚିବ ସର୍ବୋତ୍ତମ-ପ୍ରାମାଣିତ କେତେକ ରୋଗୀ-କୈନ୍ଦ୍ରିକ ନମୁନା ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ଆଲୋଚନା ପରେ ଏହି ସର୍ବୋତ୍ତମ-ପ୍ରାମାଣିତ ମୋଡେଲ୍ଗୁଡ଼ିକୁ ସବୁ ଜିଲ୍ଲାର ଡାକ୍ତରଖାନାରୁ ରୂପାନ୍ତରଣରେ ପ୍ରୟୋଗ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।ସେଗୁଡ଼ିକ ମଧ୍ୟରୁ ମୁଖ୍ୟ କେତୋଟି ନିମ୍ନ ପ୍ରକାର ।
ବହିଃ-ଚିକିତ୍ସାର ଅନ୍ଲାଇନ୍ ପରିଚାଳନା –
ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ପ୍ରାମାଣିତ ଏହି ଅନ୍ଲାଇନ୍ ପରିଚାଳନା ବ୍ୟବସ୍ଥା ରୋଗୀମାନଙ୍କର ଲମ୍ବା ଧାଡ଼ି ଏବଂ ବହିଃ-ଚିକିତ୍ସା ପାଇଁ ଦୀର୍ଘ ପ୍ରତୀକ୍ଷା ସମୟ ବହୁପରିମାଣରେ କମାଇଛି ।
୧. ରୋଗ-ନିରୁପଣ ପରୀକ୍ଷାର ଡିଜିଟାଇଜେସନ୍ –
ଏହି ବ୍ୟବସ୍ଥା ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ବେଶ୍ ଫଳପ୍ରଦ ପ୍ରମାଣିତ ହୋଇଛି । ଏହି ବ୍ୟବସ୍ଥା ଦ୍ୱାରା ପରୀକ୍ଷା ରିପୋର୍ଟ ସମ୍ବନ୍ଧିତ ଏସ୍.ଏମ୍.ଏସ୍ ଲିଙ୍କ୍ ରୋଗୀଙ୍କ ପାଖକୁ ପଠାଯାଏ । ସେହି ଲିଙ୍କ୍ ମାଧ୍ୟମରେ ରୋଗୀ ନିଜର ପରୀକ୍ଷା ବିବରଣୀ ଯେକୌଣସି ସ୍ଥାନରୁ ଡାଉନ୍ଲୋଡ୍ କରିପାରନ୍ତି । ରିପୋର୍ଟ ପାଇଁ ପୁନଶ୍ଚ ଡାକ୍ତରଖାନା ଆସି ଲମ୍ବା-ଧାଡ଼ିରେ ଠିଆ ହେବାକୁ ପଡ଼େନାହିଁ ।
୨. ସ୍ୱୟଂକ୍ରିୟ ଧାଡ଼ି ପରିଚାଳନା –
ଏହି ବ୍ୟବସ୍ଥା ମୟୂରଭଞ୍ଜ ଜିଲ୍ଲା ହସ୍ପିଟାଲରେ ଫଳପ୍ରଦ ହୋଇଛି । ଏଥିରେ ବହିଃ-ଚିକିତ୍ସା ପାଇଁ ଆସିଥିବା ରୋଗୀମାନଙ୍କୁ ପଞ୍ଜୀକରଣ ସମୟରେ ଟୋକନ୍ ଦିଆଯାଏ । ଲମ୍ବା ଧାଡ଼ିରେ ଠିଆ ନହୋଇ ସେମାନେ ପ୍ରତୀକ୍ଷା ସ୍ଥାନରେ ବସନ୍ତି । ସେମାନଙ୍କର ଟୋକନ୍ ନମ୍ବର ପଡିବା ଠିକ୍ ସମୟ ପୂର୍ବରୁ ପ୍ରତୀକ୍ଷା ସ୍ଥାନରେ ଡକାଯାଏ ଏବଂ ଡିଜିଟାଲ୍ ପରଦାରେ ମଧ୍ୟ ଦେଖାଯାଏ ।
୩. ସାଙ୍କେତିକ (ଡିଜିଟାଲ୍) ସୂଚନା ଓ କିଓସ୍କ-
କୋରାପୁଟ ଜିଲ୍ଲାରେ ଉତ୍ତମ ପ୍ରାମାଣିତ ଏହି ବ୍ୟବସ୍ଥା ମାଧ୍ୟମରେ ରୋଗୀ ଏବଂ ତାଙ୍କର ସହାୟକମାନେ ଡାକ୍ତରଖାନାରେ ମିଳୁଥିବା ସମସ୍ତ ସେବା, ଡାକ୍ତର ଏବଂ ନର୍ସମାନଙ୍କର ଡିଉଟି ନିର୍ଘଣ୍ଟ, ମହାଜୁଦ ଥିବା ଔଷଧ, ବ୍ଲଡ୍ବ୍ୟାଙ୍କରେ ମହଜୁଦ ଥିବା ରକ୍ତ ଆଦି ବିଷୟରେ ଦୃଶ୍ୟ ଓ ଶ୍ରାବ୍ୟ ସୂଚନା ପାଇପାରିବେ । କିଓସ୍କର ସ୍ପର୍ଶ ପରଦା (ଟଚ୍ ସ୍କ୍ରିନ୍) ଦ୍ୱାରା ଏହି ସୂଚନା ମିଳିବ ।
୪. ଜଳବିଶୋଧକ ପ୍ଲାଣ୍ଟରୁ ନିର୍ଗତ ବର୍ଜ୍ୟ-ପାଣିର ପୁନଃ ବ୍ୟବହାର –
ଝାରସୁଗୁଡ଼ା ଜିଲାରେ ଖୁବ୍ ଫଳଦାୟୀ ହୋଇଥିବା ଏହି କୌଶଳ ଦ୍ୱାରା ଜଳବିଶୋଧକ ପ୍ଲାଣ୍ଟ (ୱାଟର ଫିଲଟର) ରୁ ବାହାରୁ ଥିବା ଉଦ୍ବୃତ ବାବର୍ଜ୍ୟ-ଜଳକୁ ସଂଗ୍ରହ କରି ପୁନଃବ୍ୟବହାରଯୋଗ୍ୟ କରାଯାଏ, ଏବଂ ତାହାକୁ ଗଛରେ ପାଣି ଦେବା, ଚଟାଣ ସଫା କରିବା ଆଦି କାମରେ ଲଗାଯାଏ ।
ବଲାଙ୍ଗିର ଜିଲାପାଳ ତାଙ୍କ ଜିଲାରେ ସର୍ବୋତ୍ତମ-ପ୍ରାମାଣିତ ହୋଇଥିବା ଦୁଇଟି ମୋଡେଲ ବିଷୟ ଉପସ୍ଥାପନ କରିଥିଲେ ।
(୧). ୱାର୍ଡ ମଧ୍ୟକୁ ନିୟନ୍ତ୍ରିତ ପାସ୍ ବ୍ୟବସ୍ଥା –
ଡାକ୍ତରଖାନାରେ ଆଡ୍ମିଶନ୍ ହୋଇ ବିଭିନ୍ନ ୱାର୍ଡରେ ଚିକିତ୍ସାଧିନ ରୋଗୀମାନଙ୍କର ସହାୟକ ଏବଂ ତାଙ୍କୁ ଭେଟିବାକୁ ଆସୁଥିବା ଲୋକମାନଙ୍କ ନିମନ୍ତେ ନିୟନ୍ତ୍ରିତ ପାସ୍ ବ୍ୟବସ୍ଥା ଦ୍ୱାରା ୱାର୍ଡ-ଭିତରେ ଅଯଥା ଭିଡ଼ କମିଥାଏ, ସଂକ୍ରମଣ ଆଶଙ୍କା ନିୟନ୍ତ୍ରିତ ହୁଏ ଏବଂ ଆରୋଗ୍ୟ ଲାଭ ପ୍ରକ୍ରିୟାରେ ଉନ୍ନତ୍ତି ହୁଏ ।
(୨). ରେଗୀମାନଙ୍କ ଯାତାୟତ ପାଇଁ ସ୍ୱତନ୍ତ୍ର ଷ୍ଟ୍ରେଚର ପଥ –
ଡାକ୍ତରଖାନା ପରିସର ମଧ୍ୟରେ ଗୋଟିଏ ବିଭାଗରୁ ଅନ୍ୟ ବିଭାଗକୁ ରୋଗୀମାନଙ୍କୁ ସ୍ଥାନାନ୍ତର ପାଇଁ ସ୍ୱତନ୍ତ୍ର ଷ୍ଟ୍ରେଚର-ପଥ ରଖାଯାଏ ଯାହା ଦ୍ୱାରା ରୋଗୀମାନଙ୍କୁ ଶୀଘ୍ର ଓ ସୁବିଧାରେ ନେବା ଆଣିବା କରିହୁଏ ।
ବିଏସକେୱାଇର ସଠିକ୍ କାର୍ଯ୍ୟାନ୍ୱୟନ ଏବଂ ପରିଚାଳନାରେ ଜିଲ୍ଲାପାଳମାନଙ୍କ ଭୂମିକା ଉପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତୀ ପଣ୍ଡିତ ଗୁରୁତ୍ୱାରୋପ କରିଥିଲେ। ଗୋଟିଏ ଜିଲ୍ଲାରେ ଥିବା ସବୁ ଉଚ୍ଚମାନର ହସ୍ପିଟାଲକୁ ବିଏସକେୱାଇ ତାଲିକାଭୁକ୍ତ କରିବା ସହ ସମସ୍ତ ତାଲିକାଭୁକ୍ତ ହସ୍ପିଟାଲମାନଙ୍କୁ ନିୟମିତ ନିଜେ ଓ ସ୍ମ୍ୱାର୍ଡ ମାଧ୍ୟମରେ ପରିଦର୍ଶନ କରିବା ପାଇଁ ଜିଲାପାଳମାନଙ୍କୁ ପରାମର୍ଶ ଦିଆଯାଇଥିଲା।
ବାରମ୍ବାର ଅଭିଯୋଗ ଆସୁଥିବା ହସ୍ପିଟାଲ୍ମାନଙ୍କ ବିଷୟରେ ସବିଶେଷ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ସେମାନଙ୍କୁ ତାଲିକାରୁ ବାଦ୍ ଦେବା ପାଇଁ ମଧ୍ୟ ଶ୍ରୀମତୀ ପଣ୍ଡିତ୍ ନିର୍ଦ୍ଦେଶ ଦେଇଥିଲେ।
ବିଏସକେୱାଇ କାର୍ଯ୍ୟାନ୍ୱୟନ ବିଷୟରେ ଲୋକମତ ସଂଗ୍ରହ ବାବଦରେ ଗଞ୍ଜାମ ଜିଲ୍ଲାପାଳ ଏକ ସର୍ବୋତ୍ତମ-ପ୍ରମାଣିତ ଉପାୟ ଉପସ୍ଥାପନ କରିଥିଲେ । ଏଥିରେ ଜିଲ୍ଲାର ଏକ ସ୍ୱତନ୍ତ୍ର ଟିମ୍ ବି.ଏସ୍.କେ.ୱାଇ. କାର୍ଡରେ ଚିକିତ୍ସିତ ହୋଇଥିବା ରୋଗୀମାନଙ୍କ ଠାରୁ ମତାମତ ସଂଗ୍ରହ କରନ୍ତି ଏବଂ ଜିଲା ସ୍ତରୀୟ ମନିଟରିଂ ସେଲ୍ ସେ ସବୁ ମତାମତ ଉପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ।
ଦେବଗଡ଼ ଜିଲାପାଳ ତାଙ୍କ ଜିଲାରେ ସଫଳତାର ସହ ପ୍ରୟୋଗ ହୋଇଥିବା ଉପାୟଗୁଡ଼ିକ ଉପସ୍ଥାପନ କରିଥିଲେ । ଏହି ସବୁ ଅଭିନବ ଉପାୟ ଦ୍ୱାରା ଦେବଗଡ଼ ଜିଲାରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଣ, ସ୍ୱାସ୍ଥ୍ୟ ସେବାରେ ଉତ୍ତର ଦାୟିତ୍ୱତା ଏବଂ ହସ୍ପିଟାଲମାନଙ୍କୁ କାୟାକଳ୍ପ ପରିଚୟ ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତ୍ତି ହୋଇଛି ।
ଉପସ୍ଥାପନା ପରେ ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କର ଦୂରଦୃଷ୍ଟି ସଂପନ୍ନ ଲକ୍ଷ୍ୟ ବିଷୟରେ ଜିଲାପାଳମାନଙ୍କ ସହ ସିଧାସଳଖ ଆଲୋଚନା ହୋଇଥିଲା । ରୋଗୀଙ୍କ-ସୃଷ୍ଟିକୁ କେନ୍ଦ୍ରକରି ସ୍ୱାସ୍ଥ୍ୟସେବା ସଂପ୍ରସାରଣ ଓ ଉନ୍ନତ୍ତି ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ସୁସ୍ଥ ଏବଂ ସୁଖୀ ଓଡ଼ିଶା ଲକ୍ଷ୍ୟ ହାସଲ ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ନିମ୍ନଲିଖିତ ପ୍ରମୁଖ ଅଗ୍ରାଧିକାର କ୍ଷେତ୍ର ନିର୍ଣ୍ଣୟ କରାଯାଇଥିଲା ।
(କ) ବଚ୍ଛା ଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ଏବଂ କମ୍ୟìନିଟି ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକୁ ୫-‘ଟି’ ଢ଼ାଞ୍ଚାରେ ପ୍ରଥମ ରେଫରାଲ୍ ୟୁନିଟ୍ ଭାବେ ରୂପାନ୍ତରଣ
(ଖ) ବିଏସକେୱାଇର ସଂପ୍ରସାରଣ
(ଗ) ୧୦୮-ଆମ୍ବୁଲାନ୍ସ ସେବାରେ ଥିବା ପୁରୁଣା ଗାଡିଗୁଡିକର ପ୍ରତିସ୍ଥାପନ ଏବଂ ଆମ୍ବୁଲାନ୍ସ୍ ସେବା ଯୋଗାଣରେ ରେସ୍ପନ୍ସ୍-ଟାଇମ୍ ହ୍ରାସ ।
(ଘ) କଳାହାଣ୍ଡି ମେଡିକାଲ୍ କଲେଜ ଏବଂ ହସ୍ପିଟାଲର କାର୍ଯ୍ୟାରମ୍ଭ
Comments are closed.