କର୍କଟ ରୋଗ ଠାରୁ ଦୂରେଇ ରହିବା ପାଇଁ ପିଅନ୍ତୁ ତମ୍ବା ପାତ୍ରରେ ରଖାଯାଇଥିବା ପାଣି
ତମ୍ବା ଏକ ପ୍ରକାର ମାଇକ୍ରୋନ୍ୟୁଟ୍ରିଏଣ୍ଟ ଅଟେ। ଏହା ଶରୀରରେ ମିନେରାଲ୍ସ ଓ ପୁଷ୍ଟିସାରର ଅଭାବକୁ ଦୂର କରିବାରେ ସହାୟକ ହୋଇଥାଏ। ତମ୍ବାର ପାତ୍ରରେ ପାଣି ରଖି ପିଇବା ଦ୍ବାରା ପାଚନ ତନ୍ତ୍ର ମଜଭୁତ ହୋଇଥାଏ। ଏହାସହ ହଜମ କ୍ରିୟା ସଠିକ ଭାବେ ହୋଇଥାଏ। ତମ୍ବା ପାତ୍ରରେ ପାଣି ପିଇବା ଦ୍ବାରା କର୍କଟ ପରି ମାରାତ୍ମକ ରୋଗ ଠାରୁ ଦୂରେଇ ରଖିବାରେ ସହାୟକ ହୋଇଥାଏ। ଏହି ପାତ୍ରରେ ପାଣି ପିଇବା ଦ୍ବାରା ଶରୀରକୁ ଥଣ୍ଡା ଅନୁଭବ ହୋଇଥାଏ।
ତମ୍ବା ପାତ୍ରରେ ରାତିରେ ପାଣି ରଖି ତା’ ପର ଦିନ ପିଇବା ଦ୍ବାରା ସମସ୍ତ ପ୍ରକାର ପୁଷ୍ଟିଯୁକ୍ତ ପୋଷକ ତତ୍ତ୍ବ ମିଳିଥାଏ। ଏହାସହ ତମ୍ବା ପାତ୍ରରେ ପାଣି ରଖିବା ଦ୍ବାରା ସମସ୍ତ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଏ।
ତମ୍ବା ପାତ୍ରରେ ପାଣି ରଖି ପିଇବାର ଲାଭ :
ତମ୍ବା ପାତ୍ରରେ ପାଣି ରଖି ପିଇବା ଦ୍ବାରା ପେଟରେ ସଂକ୍ରମଣ ଦ୍ବାରା ହେଉଥିବା ରୋଗରୁ ମୁକ୍ତି ମିଳିଥାଏ। ଏହାଦ୍ବାରା ହଜମ ପ୍ରକ୍ରିୟା ସଠିକ ଭାବେ ହୋଇଥାଏ। ଏହାସହ ଯକୃତ ଓ ବୃକକ୍ ମଧ୍ୟ ଠିକ୍ ଭାବେ କାର୍ଯ୍ୟ କରିଥାଏ।
ମୁହଁରେ କୁଞ୍ଚନ ସୃଷ୍ଟି ହେଉଥିଲେ ତମ୍ବା ପାତ୍ରରେ ପାଣି ରଖି ପିଅନ୍ତୁ। ତମ୍ବାରେ ଅଧିକ ମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ।
ଆଜିକାଲି ଅଧିକ ଲୋକ ହୃଦଘାତର ଶିକାର ହେଉଛନ୍ତି। ତେଣୁ ହୃଦଘାତ ରୋଗ ଥିବା ବ୍ୟକ୍ତିମାନେ ତମ୍ବା ପାତ୍ରରେ ପାଣି ରଖି ପିଇବା ଉଚିତ। ଏପରି କରିବା ଦ୍ବାରା ହୃଦଘାତ ହେବାର ସମ୍ଭାବନା କମ ହୋଇଥାଏ।
ତମ୍ବା ପାତ୍ରରେ ପାଣି ପିଇବା ଦ୍ବାରା ରକ୍ତଚାପ ନିୟନ୍ତ୍ରିତ ହେବା ସହ କୋଲେଷ୍ଟ୍ରୋଲ ସ୍ତର ମଧ୍ୟ କମ୍ ହୋଇଥାଏ।
ତମ୍ବା ପାତ୍ରରେ ପାଣି ପିଇବା ଦ୍ବାରା ଓଜନ ନିୟନ୍ତ୍ରଣ ହୋଇଥାଏ।
କର୍କଟ ପରି ମାରାତ୍ମକ ରୋଗ ବର୍ତ୍ତମାନ ଖୁବ୍ ଶୀଘ୍ର ବୃଦ୍ଧି ପାଇବାରେ ଲାଗିଛି। ତେଣୁ ତମ୍ବା ପାତ୍ରରେ ପାଣି ରଖି ତାକୁ ନିୟମିତ ପିଅନ୍ତୁ। ଏହାଦ୍ବାରା କର୍କଟ ରୋଗ କିଛି ମାତ୍ରାରେ କମ ହୋଇଥାଏ।
Comments are closed.