www.samajalive.in
Friday, December 5, 2025
20.1 C
Bhubaneswar

ପିଲାଙ୍କ ସ୍ମରଣଶକ୍ତି ବୃଦ୍ଧି ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଉପାୟ

ପିଲାମାନଙ୍କ ଭଲ ପାଠପଢା ଓ ସ୍ମରଣଶକ୍ତି ବୃଦ୍ଧି ପାଇଁ ବାପାମାଆ ସାଧାରଣ ଚିନ୍ତିତ ଥାଆନ୍ତି। ତାଙ୍କ ପିଲା ଭଲ ପାଠ ପଢୁ ବୋଲି ସେମାନେ ସର୍ବଦା ଇଚ୍ଛା କରିଥାଆନ୍ତି। ମାତ୍ର ବହୁ ସମୟରେ ଏପରି ଦେଖାଯାଇଥାଏ, ଯେ ପିଲାମାନେ ଭଲ ପାଠ ପଢିଲେ ମଧ୍ୟ ସେମାନେ ପାଠ ମନେ ରଖି ପାରନ୍ତି ନାହିଁ। ଏହାର କାରଣ ସେମାନଙ୍କର ସ୍ମରଣଶକ୍ତି ଅପେକ୍ଷାକୃତ କମ ଥାଏ। ଏହାର ମୁଖ୍ୟ କାରଣ ହେଉଛି ସେମାନଙ୍କର ଖାଦ୍ୟପେୟ। ପିଲାମାନେ ଏପରି ଖାଦ୍ୟ ଓ ଫଳ ଖାଇବା ଉଚିତ ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବା ସହ ସ୍ମରଣଶକ୍ତିକୁ ବଢାଇଥାଏ। ଜାଣନ୍ତୁ ମୁଖ୍ୟତଃ କେଉଁ ଫଳ ସ୍ମରଣ ଶକ୍ତି ବୃଦ୍ଧି କରିଥାଏ।
କଦଳୀ – କଦଳୀରେ ପୋଟାସିୟମର ମାତ୍ରା ଅଧିକ ଥାଏ। ଏହାଦ୍ୱାରା ପିଲାଙ୍କ ବୁଦ୍ଧି ପ୍ରଚୁର ହୋଇଥାଏ। କଦଳୀରେ ଥିବା ଆଇରନ ଶରୀରକୁ ସୁସ୍ଥ ରଖିବା ସହ ସ୍ମରଣ ଶକ୍ତି ବଢାଇଥାଏ।
ସେଓ – ସେଓରେ ଥିବା ପୋଷକ ତତ୍ତ୍ୱ ମସ୍ତିଷ୍କରେ ସ୍ମରଣଶକ୍ତି ବଢାଉଥିବା ନ୍ୟୁରୋଟ୍ରାନ୍ସମିଟର ଏସିଟାଇଲ କୋଲିନକୁ ସଠିକ ରଖେ। ଫଳରେ ସେଓ ଖାଇବା ଦ୍ୱାରା ପିଲାଙ୍କ ସ୍ମୃତି ଶକ୍ତି ବଢିଥାଏ।
କମଳା – କମଳା ମଧ୍ୟ ପିଲାଙ୍କ ସ୍ମରଣଶକ୍ତି ବୃଦ୍ଧି ପାଇଁ ଏକ ଉତ୍ତମ ଫଳ ଅଟେ। ଏଥିରେ ଭିଟାମିନ ସି , ଫୋଲିକ ଏସିଡ଼ ଥାଏ। ଯାହା ସ୍ମୃତି ଶକ୍ତିକୁ ବଢାଇଥାଏ।
ଅଙ୍ଗୁର – ଅଙ୍ଗୁରରେ ଭିଟାମିନ ଓ ଆଣ୍ଟିଅକ୍ସିଡ଼ାଣ୍ଟ ଭରପୁର ମାତ୍ରାରେ ରହିଛି। ଫଳରେ ନିୟମିତ ଅଙ୍ଗୁର ଖାଇବା ଦ୍ୱାରା ପିଲାମାନଙ୍କ ମନେ ରଖିବା କ୍ଷମତା ବଢିଥାଏ।
ଲିଚୁ – ଲିଚୁରେ ଥିବା ପୋଷକ ତତ୍ତ୍ୱ ସ୍ମରଣଶକ୍ତି ବଢାଉଥିବା ସ୍ନାୟୁକୁ ସଠିକ ଭାବେ କାର୍ଯ୍ୟ କରାଇଥାଏ। ତେଣୁ ସପ୍ତାହକୁ ୨ ରୁ ୩ଥର ଲିଚୁ ଖାଇବା ଲାଭଦାୟକ ଅଟେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories