www.samajalive.in
Sunday, December 7, 2025
26.1 C
Bhubaneswar

ଖାଲି ପେଟରେ ଖଆନ୍ତୁ ନାହିଁ ଏହି ଖାଦ୍ୟ, ନଚେତ୍ ହୋଇ ପାରେ ଅନେକ ରୋଗ

ଅଯଦି ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି ତେବେ ନିଜର ଖାଦ୍ୟ ପାନୀୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । କେଉଁ ସମୟରେ କେଉଁ ଖାଦ୍ୟ ଖାଇବେ, ନ ଖାଇବେ ସେଥିପ୍ରତି ସଚେତନ ରହିବା ଆବଶ୍ୟକୀୟ । ଠିକ୍ ସମୟରେ ଠିକ୍ ଖାଦ୍ୟ ଖାଇଲେ ହିଁ ଆପଣ ସୁସ୍ଥ ଓ ଫିଟ୍ ରହିପାରିବେ ।

ଖାଦ୍ୟ ଗ୍ରହଣ ସର୍ବଦା ସମୟ ଉପରେ ନିର୍ଭର କ​‌ରେ । ଭୁଲ ସମୟରେ ଉତ୍ତମ ଖାଦ୍ୟ ମଧ୍ୟ ଶରୀର ପାଇଁ ହାନିକାରକ ହୋଇପାରେ । ସେହିପରି ଏଭଳି କିଛି ଖାଦ୍ୟ ଅଛି ଯାହା ଶରୀର ପାଇଁ ସୁସ୍ଥ ହେଲେ ମଧ୍ୟ ଖାଲି ପେଟରେ ଖାଇବା ଅନେକ ସମସ୍ୟା ଦେଖା ଦେଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଖାଦ୍ୟଗୁଡିକ ବିଷୟରେ ….

- Advertisement -

ଟମାଟର: ଭିଟାମିନ୍ ଓ ଆଣ୍ଟି-ଅକ୍ସିଡେଣ୍ଟ ଭରପୂର ମାତ୍ରାରେ ରହିଥାଏ ଏଥିରେ କୌଣସି ସନ୍ଦେହ ନାହିଁ । ହେଲେ ଏହାକୁ ଖାଲି ପେଟରେ ଖାଇବା ଦ୍ବାରା ଏହାର ଏସିଡିଟି ଗୁଣ ପେଟକୁ କ୍ଷତି ପହଞ୍ଚାଇଥାଏ । ଖାଲି ପେଟର ଟମାଟର ଖାଇବା ଦ୍ବାରେ ପେଟରେ ଅଧିକ ଚାପ ପଡିଥାଏ । ଅଲସର ବା ଅର୍ସ ରୋଗୀଙ୍କ ପାଇଁ ଏହା ମାରତ୍ମକ ହୋଇପାରେ ।

ଖଟା ଫଳ: ଖଟା ଫଳ ଯେପରି କମଳା, ଅଙ୍ଗୁର, ଲେମ୍ବୁରେ ଭିଟାମିନ୍ ସି, ପାଇବର ଏବଂ ଆଣ୍ଟି-ଅକ୍ସିଡେଣ୍ଟ ଭରପୁର ମାତ୍ରାରେ ରହିଥାଏ । ଯଦି ଏହାକୁ ଆପଣ ଖାଲି ପେଟର ସେବନ କରନ୍ତି ତେବେ ଏହା ପେଟ ସମସ୍ୟା ସୃଷ୍ଟି କରିବାର ଅଧିକ ଆଶଙ୍କା ରହିଥାଏ ।

ପୁଫ ପେଷ୍ଟ୍ରି ବା ପଟିସ୍ : ସକାଳେ ହେଉ ଅବା ସନ୍ଧ୍ୟାରେ ଜଳଖିଆରେ ପୁଫ ପେଷ୍ଟ୍ରି ବା ପଟିସ୍ ଖାଇବା ସହଜ ଉପାୟ । ପୁଫ ପେଷ୍ଟ୍ରି ବା ପଟିସ୍ ଖାଲି ପେଟରେ ଖାଇବା ଅନୁଚିତ୍ । ଏଥିରେ ଇଷ୍ଟ ଥିବା କାରଣରୁ ଖାଲି ପେଟରେ ଏହା ସମସ୍ୟା ସୃଷ୍ଟି କରିଥାଏ ।

କାର୍ବୋନେଟ ଡ୍ରିଙ୍କ୍ସ: କାର୍ବୋନେଟ ଡ୍ରିଙ୍କ୍ସ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ସକାଳୁ ଉଠି ଖାଲି ପେଟରେ କାର୍ବୋନେଟ ଡ୍ରିଙ୍କ୍ସ ପିଇବା ଦ୍ବାରା କର୍କଟ ଓ ହୃତଘାତ ଜନିତ ରୋଗର ଆଶଙ୍କା ବଢିଥାଏ । ଭୁଲରେ ବି ଖାଲି ପେଟରେ କାର୍ବୋନେଟ ଡ୍ରିଙ୍କ୍ସ ପିଅନ୍ତୁ ନାହିଁ ।

କଫି ଓ ଚା: ଖାଲି ପେଟରେ ଚା ଓ କଫି ପିଇବା ଶରୀର ପାଇଁ ହାନିକାରକ ହୋଇପାରେ । ଏହା ଦ୍ବାରା ହାଇଡ୍ରୋକ୍ଲୋରିକ ଏସିଡ୍ ମାତ୍ରା ବଢି ଯାଇଥାଏ । ଏହା ଦ୍ବାରା କୋଷ୍ଠକାଠିନ୍ୟ ଏବଂ ବାନ୍ତି ଭଳି ସମସ୍ୟା ଦେଖା ଦେଇପାରେ । ଏହା ଦ୍ବାରା ପାଚନ ପ୍ରକ୍ରିୟା ଧିମା ହୋଇଯାଏ । ଖାଲି ପେଟରେ ପାଣି ପିଇବା ଅଭ୍ୟାସ କରନ୍ତୁ । ଏହାର କିଛି ସମୟ ପରେ ଚା ବା କଫି ପିଅନ୍ତୁ ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories