ରାତି ୯ଟା – ମୁଖ୍ୟ ସମ୍ବାଦ

0

ଆଞ୍ଚଳିକ
– ଭୁବନେଶ୍ୱର ଖଣ୍ଡଗିରି ଓ ଏୟାରପୋର୍ଟ ଥାନା ଅଞ୍ଚଳରେ ସକ୍ରିୟ ଏକ ଲୁଟେରା ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ଗିରଫ କଲା କମିସନରେଟ ପୁଲିସ
– ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ର ପ୍ରଦେଶର ୨୩ତମ ରାଜ୍ୟପାଳ ନିଯୁକ୍ତ
– ଜମି ଠକେଇ ମାମଲାରେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ୩୩କୋଟି ୫୫ ଲକ୍ଷ ଟଙ୍କା ଫେରାଇବା ପାଇଁ ନିର୍ମାଣକାରୀ ସଂସ୍ଥା ହାଇଟେକକୁ ନିର୍ଦ୍ଦେଶ ଦେଲେ କଟକର ସ୍ୱତନ୍ତ୍ର କୋର୍ଟ
– ପୂର୍ବ ବର୍ଷ ଅପେକ୍ଷା ୨୦୧୯-୨୦ ଆର୍ଥିକ ବର୍ଷରେ ଜଳସମ୍ପଦ ବିଭାଗ ବ୍ୟୟ ଅଟକଳ ହ୍ରାସ ପାଇ ୯୭୧୩.୪୩ କୋଟି ରହିଛି
– ବିଶ୍ୱଭୂଷଣ ବାବୁ ରାଜ୍ୟପାଳ ହେବା ଓଡିଶାବାସୀଙ୍କ ସମ୍ମାନ ବୋଲି କହିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
– ମ୍ୟାଟ୍ରିକ ଓ ମୁକ୍ତ ବିଦ୍ୟାଳୟ ସପ୍ଲିମେଣ୍ଟାରୀ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ ଚଳିତ ମାସ ୨୧ରୁ
– ପୁରୀ ପଟ୍ଟନାୟକିଆ ଛକରେ ଟ୍ରିପଲ୍ ମର୍ଡର ଘଟଣାରେ ୬ ଜଣ ଗିରଫ, ଘଟଣାକୁ ଦୁର୍ଭାଗ୍ୟଜନକ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
– ରାଜ୍ୟରେ ୩,୩୨୩ ଗାଁକୁ ରାସ୍ତା ନ ଥିବା ନେଇ ବିଧାନସଭାରେ ସ୍ୱୀକାର କଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା
– କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଅଭିଯୋଗ ଆଣିଥିବା ମହିଳାଙ୍କ ୧୬୪ ଧାରାରେ ବୟାନ ରେକର୍ଡ କଲେ କୋର୍ଟ, ୭ରୁ ୧୦ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ କଟକ ଡିସିପି ଅଖିଳେଶ୍ୱର ସିଂ
– କଟକ ଜବାହାରଲାଲ ନେହେରୁ ଇନ୍ଦୋର ଷ୍ଟାଡିୟମ୍‌ଠାରେ ଆସନ୍ତାକାଲି ଆରମ୍ଭ ହେବାକୁ ଥିବା ୨୧ତମ ରାଜ୍ୟ
କମନଓ୍ଵଲ୍‌ଥ ଟେବୁଲ୍‌ ଟେନିସ୍‌ ଚାମ୍ପିୟନ୍‌ ପାଇଁ ପ୍ରସ୍ତୁତି ଚୂଡାନ୍ତ

ଜାତୀୟ
– ଅନୁସୂୟା ୱିକେଙ୍କୁ ଛତିଶଗଡର ରାଜ୍ୟପାଳ ଭାବେ ନିଯୁକ୍ତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
– ମୁମ୍ବାଇର ଜନଗହଳିପୂର୍ଣ୍ଣ ଡୋଙ୍ଗ୍ରୀ ଅଞ୍ଚଳରେ ୪ ମହଲା କୋଠା ଭୁଶୁଡ଼ି ୧୨ ମୃତ
– ସଂସଦରେ ଅନୁପସ୍ଥିତ ରହୁଥିବା ମନ୍ତ୍ରୀଙ୍କ ତାଲିକା ପ୍ରତିଦିନ ସନ୍ଧ୍ୟାରେ ଦେବାକୁ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
– କର୍ଣ୍ଣାଟକ ବିଦ୍ରୋହୀ ବିଧାୟକଙ୍କ ଆବେଦନ ଉପରେ ଆସନ୍ତାକାଲି ନିଷ୍ପତ୍ତି ଶୁଣାଇବେ ସୁପ୍ରିମକୋର୍ଟ
– ୧୪୯ ବର୍ଷ ପରେ ଗୁରୁପୂର୍ଣ୍ଣିମା ଦିନରେ ଆଜି ହେବାକୁ ଯାଉଛି ଚନ୍ଦ୍ର ଗ୍ରହଣ
– ଅମରନାଥ ଯାତ୍ରାର ୧୫ ଦିନରେ ଦର୍ଶନ କଲେ ୧ଲକ୍ଷ ୯୩ହଜାର ୫୪୫ଜଣ ଶ୍ରଦ୍ଧାଳୁ
– ଟିମ ଇଣ୍ଡିଆର ମୁଖ୍ୟ କୋଚ ଓ ଅନ୍ୟ କୋଚ ପଦବୀ ପାଇଁ ଦରଖାସ୍ତ ଆହ୍ଵାନ କଲା ବିସିସିଆଇ
– କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପକ୍ଷରୁ ୨୦୧୮ ପାଇଁ ଏକାଡେମୀ ରତ୍ନ ପୁରସ୍କାର ପାଇବେ ସୋନାଲ ମାନସିଂହ

ଆନ୍ତର୍ଜାତିକ
– ୧୪୦ ଦିନ ପରେ ଆଜି ପାକିସ୍ତାନ ସରକାର ଭାରତୀୟ ବିମାନଗୁଡ଼ିକ ପାଇଁ ଖୋଲିଲା ଆକାଶ ମାର୍ଗ
– ସାଧାରଣ ପାକିସ୍ତାନ ଗଣମାଧ୍ୟମ ସଂସ୍ଥା ଡନ ଅନୁଯାୟୀ ଗିରଫ ପୂର୍ବରୁ ଜମାତ-ଉଦ-ଦାବା ମୁଖ୍ୟ ହାଫିଜ ସଇଦକୁ ଜାମିନ ପ୍ରଦାନ କଲେ ଲାହୋର ଆତଙ୍କରୋଧୀ କୋର୍ଟ
– ଆସନ୍ତାକାଲି ଅନ୍ତର୍ଜାତୀୟ ନ୍ୟାୟାଳୟ ଶୁଣାଇବେ କୁଳଭୂଷଣ ମାମଲାର ରାୟ

Leave A Reply