www.samajalive.in
Monday, December 15, 2025
26.1 C
Bhubaneswar

ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ ସିଂହ ସାଇନି

ଡେସ୍କ: ମନୋହର ଲାଲ ଖଟ୍ଟରଙ୍କ ସ୍ଥାନରେ ନୟାବ ସିଂ ସାଇନି ମଙ୍ଗଳବାର ହରିୟାଣାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କୁରୁକ୍ଷେତ୍ରର ସାଂସଦ ତଥା ଓବିସି ସମ୍ପ୍ରଦାୟର ଚେହେରା ସାଇନିଙ୍କୁ ଗତ ବର୍ଷ ଅକ୍ଟୋବରରେ ହରିୟାଣା ବିଜେପିର ରାଜ୍ୟ ସଭାପତି ଭାବେ ନିଯୁକ୍ତ କରାଯାଇଥିଲା।

ମାର୍ଚ୍ଚ ୧୪ରୁ ୧୮ ମଧ୍ୟରେ ପାକିସ୍ତାନ ଗସ୍ତରେ ଯିବ ଆଇଏମଏଫ ଟିମ୍

- Advertisement -

୨୦୧୯ରୁ ରାଜ୍ୟରେ ଶାସନ କରୁଥିବା ଶାସକ ଭାରତୀୟ ଜନତା ପାର୍ଟି-ଜନନାୟକ ଜନତା ପାର୍ଟି (ବିଜେପି-ଜେଜେପି) ମେଣ୍ଟରେ ଫାଟ ସୃଷ୍ଟି ହେବା ପରେ ମନୋହର ଲାଲ ଖଟ୍ଟର ଇସ୍ତଫା ଦେବା ପରେ ସାଇନିଙ୍କୁ ବିଜେପି ବିଧାୟକ ଦଳ ନେତା ଭାବେ ମନୋନୀତ କରାଯାଇଥିଲା।

ସାଇନି ସାମାଜିକ ଗଣମାଧ୍ୟମ ଏକ୍ସରେ ଲେଖିଛନ୍ତି, ବିଜେପି ବିଧାୟକ ଦଳର ନେତା ମନୋନୀତ ହୋଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ହରିୟାଣା ବିଜେପି ପ୍ରଭାରୀ ବିପ୍ଲବ ଦେବ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଧନ୍ୟବାଦ ଜଣାଉଛି।

ବାୟୁସେନା ବିମାନ ତେଜସ ଦୁର୍ଘଟଣାଗ୍ରସ୍ତ, ପାଇଲଟ ସୁରକ୍ଷିତ

ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଆଲୋଚନା ବିଫଳ ହେବା ପରେ ଦୁଇ ଦଳ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା। ଖଟ୍ଟର କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୪ ଜଣ ମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଚୌଟାଲାଙ୍କ ନେତୃତ୍ୱାଧୀନ ଜେଜେପିର ତିନି ଜଣ ସଦସ୍ୟ ଥିଲେ ଏବଂ ସମସ୍ତେ ଇସ୍ତଫା ଦେଇଛନ୍ତି।

ବର୍ତ୍ତମାନ ୯୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପିର ୪୧ ବିଧାୟକ ଥିବା ବେଳେ ଜେଜେପିର ୧୦ ବିଧାୟକ ଅଛନ୍ତି। ଶାସକ ମେଣ୍ଟକୁ ୭ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ ୬ ଜଣଙ୍କ ସମର୍ଥନ ରହିଛି। ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ୩୦ ଜଣ ବିଧାୟକ ଥିବା ବେଳେ ଇଣ୍ଡିଆନ ନ୍ୟାସନାଲ ଲୋକଦଳ ଓ ହରିୟାଣା ଲୋକହିତ ପାର୍ଟିର ଗୋଟିଏ ଲେଖାଏଁ ଆସନ ରହିଛି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ରାଜ୍ୟର ସମସ୍ତ ୧୦ଟି ଲୋକସଭା ଆସନରେ ବିଜୟୀ ହୋଇଥିଲା।

ଖଟ୍ଟରଙ୍କ ଇସ୍ତଫା ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ସାଂସଦ ଦୀପେନ୍ଦ୍ର ହୁଡା କହିଛନ୍ତି, ହରିୟାଣାରେ ଯାହା ହେଉଛି ସେଥିପାଇଁ ଜନସାଧାରଣ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ବର୍ତମାନର ସରକାରଙ୍କ ଉପରେ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଥିଲେ। ଆମେ ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖିଛୁ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories