ହରମନପ୍ରୀତଙ୍କୁ ଏଫଆଇଏଚ୍‌ ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର

ନୂଆଦିଲ୍ଲୀ : ଭାରତୀୟ ପୁରୁଷ ହକି ଦଳର ଡିଫେଣ୍ଡର ହରମନପ୍ରୀତ ସିଂହ କ୍ରମାଗତ ଭାବେ ଦ୍ବିତୀୟ ଥର ଲାଗି ଏଫ୍‌ଆଇଏଚ୍‌ ବର୍ଷର ଶ୍ରେଷ୍ଠ ହକି ଖେଳାଳି ପୁରସ୍କାର ପାଇଛନ୍ତି। ଅନ୍ତର୍ଜାତୀୟ ହକି ମହାସଂଘ ପକ୍ଷରୁ ସ୍ବିଜରଲାଣ୍ଡର ଲାଓସେନାରେ ଆୟୋଜିତ ଉତ୍ସବରେ ହରମନପ୍ରୀତଙ୍କୁ ପୁରୁଷ ବର୍ଗରେ ଏହି ପୁରସ୍କାର ମିଳିଛି।
ବିଶ୍ବର ୪ର୍ଥ ଖେଳାଳି ଭାବେ ହରମନପ୍ରୀତ କ୍ରମାଗତ ଭାବେ ଦୁଇଥର ଏଫଆଇଏଚ୍‌ ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ପୂର୍ବରୁ ନେଦରଲାଣ୍ଡ୍‌ସର ଟୁନ୍ ଡି ନୋଜିର, ଅଷ୍ଟ୍ରେଲିଆର ଜେନିମ ଡାୱାର ଓ ବେଲଜିୟମର ଅଥୁର ଭାନ ଡୁସେନ କ୍ରମାଗତ ଭାବେ ଦୁଇଥର ଏହି ପୁରସ୍କାର ପାଇଥିଲେ। ୨୬ ବର୍ଷୀୟ ଡିଫେଣ୍ଡର ହରମନପ୍ରିତ କ୍ରମାଗତ ଭାବେ ବିଶ୍ବ ହକିରେ ପ୍ରାଧାନ୍ୟବିସ୍ତାର କରି ଚାଲିଛନ୍ତି। ଗୋଲ ପରେ ଗୋଲ ମଧ୍ୟ ସ୍କୋର କରୁଛନ୍ତି। ଉକ୍ତ ପ୍ରଦର୍ଶନକୁ ଆଧାର କରି ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି ବୋଲି ଏଫ୍‌ଆଇଏ୍ଚ ପକ୍ଷରୁ କୁହାଯାଇଛି। ଉକ୍ତ ପୁରସ୍କାର ଦୌଡ଼ରେ ହରମନପ୍ରୀତ ୨୯.୪ ପଏଣ୍ଟ ପାଇ ଆଗରେ ରହିଥିବାବେଳେ ଥିଓରି ବ୍ରିଙ୍କମ୍ୟାନ ୨୩.୬ ପଏଣ୍ଟ ପାଇ ଦ୍ବିତୀୟ ଓ ଟମ୍‌ ବୁନ୍‌ ୨୩.୪ ପଏଣ୍ଟ ପାଇ ୩ୟ ସ୍ଥାନ​‌େ​‌ର ରହିଥିଲେ। ଭାରତୀୟ ଦଳର ଉପ ଅଧିନାୟକ ରହିଥିବା ହରମନପ୍ରୀତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ୨୦୨୧-୨୨ରେ ୧୬ଟି ମ୍ୟାଚରୁ ୧୮ଟି ଗୋଲ ଦେଇଛନ୍ତି। ଏଥିରେ ଦୁଇଟି ହ୍ୟାଟ୍ରିକ୍‌ ମଧ୍ୟ ରହିଛି। ଗତବର୍ଷ ଢାକାରେ ଖେଳାଯାଇଥିବା ଏସିଆନ ଚମ୍ପିଆନ୍‌ ଟ୍ରଫିରେ ୬ଟି ମ୍ୟାଚରୁ ୮ଟି ଗୋଲ ଦେଇଥିଲେ। ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ଫଳରେ ଭାରତ ଉକ୍ତ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିଲା।
ସେହିପରି ମହିଳା ବର୍ଗରେ ନେଦରଲାଣ୍ଡ୍‌ସର ଫେଲିସ ଆଲବ୍ରିସ ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ୨୨ ବର୍ଷୀୟା ଆଲବ୍ରିସ ସର୍ବକନିଷ୍ଠା ମହିଳା ଖେଳାଳି  ଭାବେ ଏହି ପୁରସ୍କାର ପାଇଛନ୍ତି। ଆଲବ୍ରିସ ମୋଟ ୨୯.୧ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଥିବାବେଳେ ମାରିଆ ଗ୍ରାନାଟୋ ୨୬.୯ ପଏଣ୍ଟ ସହ ୨ୟ ସ୍ଥାନରେ ରହିଥିଲେ।

kalyan agarbati

Comments are closed.