ଏସିଆନ ଗେମ୍ସରେ ପଦକ ବିଜେତା ଦିଲ୍ଲୀରେ ବିକୁଛନ୍ତି ଚା’

0

ନୂଆଦିଲ୍ଲୀ: ଇଣ୍ଡୋନେସିଆ ରାଜଧାନୀ ଜାକର୍ତାଠାରେ ଅନୁଷ୍ଠିତ ଏସିଆନ ଗେମ୍ସରେ ଭାରତ ଆଜି ପର୍ଯ୍ୟନ୍ତ ସବୁଠାରୁ ଭଲ ପ୍ରଦର୍ଶନ କରିଛି। ଭାରତକୁ ୬୯ଟି ପଦକ ମିଳିଛି। ସେମାନଙ୍କ ମଧ୍ୟରୁ କିଛି କ୍ରୀଡ଼ାବିତ୍‍ଙ୍କୁ କୋଟିକୋଟି ଟଙ୍କା ପ୍ରଦାନ କରାଯିବାର ଘୋଷଣା କରାଯାଇଛି। ଏହି ଟଙ୍କା ସେମାନଙ୍କ କ୍ରୀଡ଼ାରେ ଉନ୍ନତି କ୍ଷେତ୍ରରେ ଖର୍ଚ୍ଚ କରିବାକୁ ସରକାର ପ୍ରଦାନ କରିଛନ୍ତି। ହେଲେ କିଛି କ୍ରୀଡ଼ାବିତ୍‍ ଏସିଆନ୍‍ ଗେମ୍ସରେ ପଦକ ଜିତିବା ପରେ ମଧ୍ୟ ସରକାରୀ ଦୃଷ୍ଟି ଅଢୁଆଳରେ ରହିଯାଇଛନ୍ତି। ଭାରତର କାଂଶ ପଦକ ବିଜେତା ହରିଶ କୁମାର ସରକାରୀ ଉଦାସୀନତାର ଶିକାର ହୋଇ ଏବେ ଦିଲ୍ଲୀର ଏକ ଉଠା ଦୋକାନରେ ଚା’ ବିକ୍ରି କରୁଥିବା ଦେଖିବାକୁ ମିଳିଛି।
ଏସିଆନ ଗେମ୍ସରେ “ସେପକ ଟକରା'(କିକ୍‍ ଭଲିବଲ) କ୍ରୀଡ଼ାରେ ହରିଶ କୁମାର ଭାରତକୁ କାଂଶ ପଦକ ବିଜେତା ଟିମରେ ସାମିଲ ଥିଲେ। ଦିଲ୍ଲୀର ମଜନୁ କେ ଟିଲା ଅଞ୍ଚଳରେ ପିତାଙ୍କ ଚା’ ଦୋକାନରେ ହରିଶଙ୍କୁ ଚା’ ବିକ୍ରି କରି ପରିବାର ପ୍ରତିପୋଷଣ କରିବାକୁ ପଡ଼ୁଛି। ହରିଶଙ୍କ ପିତା ଜଣେ ଅଟୋ ଡ୍ରାଇଭର ହୋଇଥିବାବେଳେ ଏହି ଚା’ ଦୋକାନ ହରିଶଙ୍କ ମୁଖ୍ୟ ରୋଜଗାର ମାଧ୍ୟମ। ବଡ଼ ପରିବାର ହୋଇଥିବାରୁ ଦୋକାନର ଆୟ ପରିବାରବର୍ଗଙ୍କ ପେଟ ପାଟଣା ମେଣ୍ଟାଇ ଥାଏ।

Leave A Reply