www.samajalive.in
Saturday, December 6, 2025
14.1 C
Bhubaneswar

ରାସ୍ତା ଅବସ୍ଥା ଶୋଚନୀୟ ; ଶୀଘ୍ର ମରାମତି ପାଇଁ ଦାବି

ହରଭଙ୍ଗା :କେନ୍ଦ୍ରସରକାରଙ୍କ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଗ୍ରାମାଚଂଳ ରାସ୍ତାର ଉନ୍ନତିକରଣ ପାଇଁ ଏହି ମହତ୍ ଯୋଜନା କାର୍ଯ୍ୟକାରୀ କରାଗଲା। ଏହି ଯୋଜନାରେ ନିର୍ମାଣ ହୋଇଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଂଚାୟତର ବେଲପଦର ପ୍ରଧାନମନ୍ତ୍ରୀ ସଡକ ଅବସ୍ଥା ବର୍ତମାନ ଶୋଚନୀୟ ହୋଇ ପଡିଛି। ଯାହାଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକେ ଯାତାୟତ ପାଇଁ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଅନ୍ୟପଟେ ରାସ୍ତାର ରକ୍ଷଣାବେବେକ୍ଷଣା କାର୍ଯ୍ୟ ୫ବର୍ଷ ମିଆଦି ରହିଥିଲେ ସୁଦ୍ଧା କରାଯାଉ ନାହିଁ।


ପ୍ରକାଶ ଯେ ୨୦୧୯ ମସିହାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ପୁରୁଣାକଟକ-ଧଳପୁର ପୂର୍ତବିଭାଗ ରାସ୍ତାରୁ ବେଲପଦର –ଶାକୁଶିଙ୍ଗା ଗ୍ରାମ ପର୍ଯ୍ୟନ୍ତ ୨କିଲୋମିଟର ୭ ଶହ ମିଟର ପିଚୁ ରାସ୍ତା ନିର୍ମାଣ କରାଗଲା। ଏହି ରାସ୍ତା ନିର୍ମାଣ ଶେଷ ପରଦିନଠାରୁ ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣା କରାଯିବା ପାଇଁ ସୂଚନା ଫଳକରେ ଦର୍ଶାଯାଇଛି। ଚଳିତମାସ ୧୯ ତାରିଖରେ ଏହାର ରକ୍ଷଣାବେକ୍ଷଣା ମିଆଦି ସମ୍ପୂର୍ଣ୍ଣ ହେବାକୁ ଯାଉଛି। ମାତ୍ର ନିର୍ମାଣ ଦିନଠାରୁ ରାସ୍ତାର କୌଣସି ରକ୍ଷଣାବେକ୍ଷଣା ହେଉନଥିବାରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ସମ୍ପ୍ରତି ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହେବା ସାଙ୍ଗକୁ ବିଭିନ୍ନ ସ୍ଥାନରେ ପିଚୁ ଉଠିଯିବା ସହିତ ନିର୍ମାଣଧିନ ପୋଲ ଗୁଡିକର ଅବସ୍ଥା ଶୋଚନୀୟ ହୋଇପଡିଛି।

ରାଜଧାନୀରେ ଚାଂଚଲ୍ୟ ; ଯୁବତୀଙ୍କୁ ହତ୍ୟା କରି ନଦୀ ପଠାରେ ଫିଙ୍ଗିଲେ

- Advertisement -


ଏପରିକି ଖରଶଙ୍କୁଲେଇଠାରେ ମହାନଦୀ ଉପରେ ଧଳପୁର- ଆଠମଲ୍ଲିକ ସେତୁ ନିର୍ମାଣ ପରେ ଏହି ରାସ୍ତାର ଗୁରୁତ୍ୱ ବୃଦ୍ଧି ପାଇଛି। ସିଧାସଳଖ ବ୍ରିଜରୁ ଓହ୍ଲେଇବା ପରେ ପୁରୁଣାକଟକ, ତିଲେଶ୍ୱର, ଚାରିଛକ ଫୁଲବାଣି, ବୌଦ୍ଧ ଯିବା ପାଇଁ ରାସ୍ତାଟି ବେଶ ସହାୟକ ହେଉଛି। ମାତ୍ର ଅଣଓସାରିଆ ଖାଲଖମା ରାସ୍ତାରେ ଯାତାୟତ ପାଇଁ ଯାତ୍ରୀ ବେଶ ଅସୁବିଧା ଯୋଗୁଁ ଲୋକେ ଏହି ରାସ୍ତାରୁ ମୁହଁ ଫେରାଇବାକୁ ବାଧ୍ୟ ହେଉଛନ୍ତି।

ଅଙ୍ଗଦାନ କରିବେ ଏହି ଓଡ଼ିଆ ଅଭିନେତ୍ରୀ ଓ ତାଙ୍କ ସ୍ୱାମୀ


ସାଧାରଣ ଲୋକଙ୍କ ଯାତାୟତ ସୁବିଧା ଦୃଷ୍ଟିରୁ ଯୁଦ୍ଧକାଳିନ ଭିତିରେ ରାସ୍ତାର ମରାମତି କରାଗଲେ ଏହା ସମସ୍ତଙ୍କ ପାଇଁ ବେଶ ସହାୟକ ହୋଇପାରିବ ବୋଲି ସବୁ ମହଲରୁ ମତପ୍ରକାଶ ପାଉଛି। ଏ ଦିଗରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସ୍ୱତନ୍ତ୍ର ଦୃଷ୍ଟିଦେବା ସହ ରାସ୍ତା କାମ ଅବିଳମ୍ବେ କରିବାକୁ ଦାବୀ ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories