www.samajalive.in
Sunday, November 16, 2025
15.1 C
Bhubaneswar

ଲାଗିଲା ସୂଚନା ଫଳକ: ୮ଦିନ ହେଲା ଯାତାୟତ ଠପ୍‌, ଆପ୍ରୋଚ୍‌ ରାସ୍ତା ମରାମତି ପାଇଁ ଦାବୀ

ହରଭଙ୍ଗା : ଲଗାଣ ବର୍ଷା ପ୍ରଭାବରେ ହରଭଙ୍ଗା ବ୍ଲକ  ସାକୁସିଙ୍ଗା ନାଳ ଉପରେ ନିର୍ମାଣ ହୋଇଥିବା ଆପ୍ରୋଚ୍‌ ରାସ୍ତା ବର୍ଷାରେ ଧୋଇ ହୋଇଯାଇଥିଲା।  ଗତ ୨୪ ତାରିଖରେ ସମାଜରେ ଏହି ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶ ପରେ ପୂର୍ତ୍ତବିଭାଗ ପକ୍ଷରୁ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାସ୍ତା ବନ୍ଦ ଥିବା ସର୍ମ୍ପକିତ ସୂଚନା ଫଳକ ଲଗାଯାଇଛି । ଏ ସର୍ମ୍ପକରେ ନିକଟସ୍ଥ ଥାନା ଅଧିକାରୀଙ୍କୁ ମଧ୍ୟ ଅବଗତ କରାଯାଇଥିବା ସୂଚନା ମିଳିଛି । ମାତ୍ର ଆପ୍ରୋଚ୍‌ ରାସ୍ତା ଧୋଇହେବା ଫଳରେ ଏହି ରାସ୍ତାରେ ଦୀର୍ଘ ୮ ଦିନହେଲା ଯାତାୟତ ଠପ୍‌ ହୋଇଯାଇଛି । ଯାହାଫଳରେ ସାଧାରଣ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ​‌ଏପରିକି ଧଳପୁର ପାର୍ଶ୍ବରୁ ଏହି ରାସ୍ତା ଦେଇ ଆଠମଲ୍ଲିକ ମହାନଦୀ ସେତୁକୁ ଯାତାୟତ ଠପ୍‌ ହୋଇଯାଇଛି । ଆଠମଲ୍ଲିକରୁ ଆସୁଥିବା ଟ୍ରକ ,ବସ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ଯୋଗୁଁ ବୌଦ୍ଧ କିଆକଟା ମହାନଦୀ ସେତୁ ରାସ୍ତାରେ ଅଧିକ ଶହେ କିଲୋମିଟର ବାଟ ଅତିକ୍ରମ କରି ଫୁଲବାଣୀ,ବ୍ରହ୍ମପୁର ଅଂଚଳକୁ ଗାଡି ଚଳାଚଳ କରୁଥିବା ଜଣାପଡିଛି । ଅନ୍ୟପଟେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ହରଭଙ୍ଗା,ସଙ୍କୁଲେଇ ଧଳପୁର,ରାମଗଡ,ତିଲେଶ୍ୱର ପଂଚାୟତର ହଜାର ହଜାର ଜନସାଧାରଣଙ୍କୁ ଦୂର୍ଗାପୁର ଗ୍ରାମ୍ୟ ରାସ୍ତା ଦେଇ ଯିବାଆସିବା କରିବାକୁ ପଡୁଛି । ଜନସାଧାରଣଙ୍କ ସୁବିଧା ଦୃଷ୍ଟି କୋଣରୁ ତୁରନ୍ତ ଆପ୍ରୋଚ୍‌ ରାସ୍ତା ମରାମତି ଦିଗରେ ବିଭାଗୀୟ କର୍ତ୍ତୁପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି । ସେପଟେ ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଯନ୍ତ୍ରୀ ଇଂ ପଂଚାନନ ସାହୁ କହିଛନ୍ତି ବର୍ଷା ଛାଡିଲେ ତୁୂରନ୍ତ ଆପ୍ରୋଚ୍‌ ରାସ୍ତା ନିର୍ମାଣ କରାଯିବ । ରାସ୍ତା ଖରାପ ଥିବାରୁ ଆମେ ଦୂଃଖିତ । ସେ ନେଇ ନିକଟସ୍ଥ ଥାନାକୁ ମଧ୍ୟ ଆମେ ଅବଗତ କରିଛୁ ।

 

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories