www.samajalive.in
Sunday, December 7, 2025
18.1 C
Bhubaneswar

ଶିଶୁ ଦୃଷ୍ଟିହୀନତା ବୃଦ୍ଧିକୁ ନେଇ ବିଶେଷଜ୍ଞଙ୍କ ଉଦବେଗ

ଭୁବନେଶ୍ୱର: ଦିନକୁ ଦିନ ଶିଶୁ ଦୃଷ୍ଟିହୀନତା ବୃଦ୍ଧି ପାଉଛି। ଚିକିତ୍ସା ବିଜ୍ଞାନରେ ଅଗ୍ରଗତି କାରଣରୁ ଶିଶୁ ମୃତ୍ୟୁହାର ହ୍ରାସ ଘଟିଛି। ମାତ୍ର ଶିଶୁଙ୍କ ନିକଟରେ ଅପରିପକ୍ୱତା, ହାଇପୋକ୍ସିଆ ଏବଂ ପୁଷ୍ଟିହୀନତା ଭଳି ବିଭିନ୍ନ କାରଣ ବଢ଼ିବାରେ ଲାଗିଛି। ଏପରି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଗ୍ରାମୀଣ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ଅତ୍ୟାଧୁନିକ ଅକୁଲୋପ୍ଲାଷ୍ଟି ସେବା ବୃଦ୍ଧି କରିବା ଏବଂ ଚକ୍ଷୁ ସମସ୍ୟାର ସମାଧାନ ତଥା ଦୃଷ୍ଟିହୀନତା ଭାର କମାଇବା ପାଇଁ ଅଧିକ ଚକ୍ଷୁ ବିଶେଷଜ୍ଞଙ୍କୁ ତାଲିମ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ବରିଷ୍ଠ ଚକ୍ଷୁ ବିଶେଷଜ୍ଞ। ଏମ୍ସ ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ରାଜ୍ୟ ଚକ୍ଷୁ ଚିକିତ୍ସା ସୋସାଇଟିର ମଧ୍ୟବର୍ତ୍ତୀକାଳୀନ ବାର୍ଷିକ ସମ୍ମିଳନୀରେ ଏପରି ମତ ପ୍ରକାଶ ପାଇଛି।

ଏହି ଦିନିକିଆ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜଗୁଡ଼ିକର ସ୍ନାତକୋତ୍ତର ଡାକ୍ତରଙ୍କ ସମେତ ୨୩୦ ଚକ୍ଷୁ ବିଶେଷଜ୍ଞ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଗ୍ଲୁକୋମା ସଂପର୍କରେ ବ୍ୟାପକ ସଚେତନତାର ଆବଶ୍ୟକତାକୁ ନେଇ ସମସ୍ତେ ଗୁରୁତ୍ୱାରୋପ କରିଥିଲେ। ବର୍ତ୍ତମାନ ସମୟରେ ପ୍ରତି ଚାରି ଜଣରେ ଜଣଙ୍କୁ ଏହି କାରଣରୁ ହସ୍ପିଟାଲ ଆସୁଥିବା ଦେଖାଯାଉଛି।

- Advertisement -

କାର୍ଯ୍ୟକ୍ରମରେ ଏମ୍ସ ନୂଆଦିଲ୍ଲୀର ପ୍ରଫେସର ଜୀବନ ଏସ୍ ଟିଟିୟାଲ୍, ସର୍ବଭାରତୀୟ ଚକ୍ଷୁ ଚିକିତ୍ସା ସମିତିର ପୂର୍ବତନ ସଭାପତି ଡ. ଅଜିତ ବାବୁ ମଜଜୀ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।

ଗୁରୁପୂର୍ଣ୍ଣିମା ଭଳି ପବିତ୍ର ଦିନକୁ ଦୃଷ୍ଟିରେ ରଖି ୯୭ ବର୍ଷ ବୟସ୍କ ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ତଥା ବିଶିଷ୍ଟ ଶିକ୍ଷକ ପ୍ରଫେସର ବିଶ୍ବମ୍ବର ରାଜଗୁରୁଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଓଡ଼ିଶାର ଦ୍ୱିତୀୟ ଚକ୍ଷୁ ଚିକିତ୍ସକ ପ୍ରଫେସର ରାଜଗୁରୁଙ୍କୁ ଚକ୍ଷୁ ବିଜ୍ଞାନ ଏବଂ ସମାଜର ବିକାଶରେ ଆଜୀବନ ଉତ୍ସର୍ଗୀକୃତ ହୋଇଥିବାରୁ ସମ୍ମାନିତ କରାଯାଇଥିଲା। ମାଡ୍ରାସ ମେଡିକାଲ କଲେଜରୁ ଚକ୍ଷୁ ଚିକିତ୍ସା ଡିଗ୍ରୀ ହାସଲ କରିଥିବା ବେଳେ ତାଙ୍କର ପ୍ରାଥମିକ ବର୍ଷରେ, ବ୍ରିଟିଶ ଯୁଗ ଏବଂ ରାଜାରାଜୁଡ଼ା ଯୁଗରେ ସେ ସମ୍ମୁଖୀନ ହୋଇଥିବା ଆହ୍ଵାନ ବାବଦରେ ସେ ତାଙ୍କର ଅଭିଜ୍ଞତାକୁ ପ୍ରକାଶ କରିଥଲେ।

ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏହି କାର୍ଯ୍ୟକ୍ରମର ସଫଳତା କାମନା କରିଥଲେ। ଉଦଘାଟନୀ ସମାରୋହରେ ଏହି ଜାତୀୟ ଅନୁଷ୍ଠାନର ଡ. ଏନ. ଦୀପ ବ୍ୟାଗ, ଡିନ ଡ. ପି. ଆର. ମହାପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ଚକ୍ଷୁ ଶରୀରର ଝରକା ହୋଇଥିବା ବେଳେ ଏହାର ଯତ୍ନ ଉପରେ ଗୁରୁତ୍ୱ ଦେଇଥିଲେ ଦୁଇ ବିଶେଷଜ୍ଞ।

ସଂଗଠନ ସମ୍ପାଦକ ତଥା ଏମ୍ସ ଭୁବନେଶ୍ୱର ଚକ୍ଷୁ ବିଭାଗ ମୁଖ୍ୟ ଡ. ସୁଚେତା ପରିଜା ଧନ୍ୟବାଦ ଅର୍ପଣ କରିଥିଲେ। ଆୟୋଜକ କମିଟି ପକ୍ଷରୁ, ଡ. ପି. କେ. ମହାନ୍ତି, ଡ. ଇନ୍ଦ୍ରାଣୀ ରଥ, ଡ. କେ.ସି. ପାଢ଼ି, ଡ. ସୁବଳ କିଶୋର କର, ଡ .ଶ୍ରୀମନ୍ତ ବେହେରା, ଡ. ସମୀର ପାତ୍ର, ଡ. ଶର୍ମିଷ୍ଠା ବେହେରା, ଡ. ଜୟେଶ ଟପ୍ପୋ, ଡ. ପ୍ରିୟଦର୍ଶିନୀ ମିଶ୍ର, ଡ. ଭାଗବତ ନାୟକ, ଡ. ସନ୍ଦୀପ କୁମାର ସାହୁ, ଡ. ବୃତେନ୍ଦୁ ମହାରଣା, ଡ. ବିଜ୍ଞା ପଣ୍ଡା ଏବଂ ଆବାସିକ ଡାକ୍ତର ଏବଂ କର୍ମଚାରୀମାନେ କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନା କରିଥିଲେ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories