ନୟାଗଡ ବନ୍ୟପ୍ରାଣୀ ଏବଂ ବୌଦ୍ଧ ବନଖଣ୍ଡରେ ହାତୀଗଣନା ଆରମ୍ଭ, ମାଧପୁରରେ ଗୋଟିଏ ହାତୀ ପଲ୍ଲ ଚିହ୍ନଟ

ହରଭଙ୍ଗା: ନୟାଗଡ ମହାନଦୀ ବନ୍ୟପ୍ରାଣୀ ଏବଂ ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ସମସ୍ତ ରେଞରେ ଶୁକ୍ରବାର ହାତୀଗଣନା ଶେଷ ହୋଇଛି।ହାତିଗଣନା ପାଇଁ ବିଭିନ୍ନ ରେଞର ହାତୀ ଚଲାପଥ ଅଂଚଳରେ ମଚାଂ ତିଆରି କରାଯାଇଥିଲା।

ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ଥିବା କୁଶଙ୍ଗ,ଛାମୁଣ୍ଡିଆ,ବାଣିଗୋଛା (ପୂର୍ବ) ଏବଂ ବାଣିଗୋଛା (ପଶ୍ଚିମ) ଭଳି୪ଗୋଟି ରେଞ ଅଧିନରେ ହାତିଗଣନା ପାଇଁ ୩୬ଗୋଟି ମଂଚା ତିଆରି କରାଯାଇଛି।କୁଶଙ୍ଗ ରେଞରେ ୧୧ଟି, ଛାମୁଣ୍ଡିଆରେ ୧୧ଟି, ବାଣିଗୋଛା ପୂର୍ବ ଏବଂ ପଶ୍ଚିମରେ ୧୪ଟି ମଞ୍ଚା ନିର୍ମାଣ କରାଯାଇଥିଲା। ପ୍ରତ୍ୟେକ ୟୁନିଟିରେ ୩ଜଣ କର୍ମଚାରୀ ନିୟୋଜିତ କରାଯାଇଛି।

ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ହାତୀଗଣନା ପାଇଁ ୧୦୮ଜଣ ବନ୍ୟପ୍ରାଣୀ କର୍ମଚାରୀ ନିୟୋଜିତ ହୋଇଥିଲେ।ସେହିପରି ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ୫ଟି ରେଞରେ ହାତୀଗଣନା ପାଇଁ ୩୫ଟି ସ୍ଥାନରେ ମଚାଂ ନିର୍ମାଣ କରାଯାଇଥିଲା।ଏହି ବନଖଣ୍ଡ ଅଧିନରେ ରହିଥିବା ହରଭଙ୍ଗା ବ୍ଲକର ମାଧପୁର ରେଞରେ ସର୍ବାଧିକ ୧୮ଟି ,ପୁରୁଣାକଟକ ରେଞରେ ୦୨ଟି ସ୍ଥାନରେ ମଂଚା ନିର୍ମାଣ କରାଯାଇଥିଲା।

ଏଥିପାଇଁ ୪୫ ଟି ୟୁନିଟିରେ ମୋଟ ୧୩୫ଜଣ ବନକର୍ମଚାରୀ ନିୟୋଜିତ ଥିଲେ। ଗଣନା ପରେ କୁଶଙ୍ଗ ବନ୍ୟପ୍ରାଣୀ ରେଞରେ ହାତୀପଲ୍ଲ ନଥିବା ସ୍ପଷ୍ଟ ହୋଇଛି।ଅନ୍ୟପଟେ ମାଧପୁର ରେଞରେ ଗୋଟିଏ ହାତୀପଲ୍ଲ ଥିବା ସୂଚନା ମିଳିଛି। ଏହି ହାତୀ ପଲରେ ୧୪ଟି ଛୋଟରୁ ବଡ ପର୍ଯ୍ୟନ୍ତ ହାତୀ ଥିବା ସୂଚନା ମିଳିଛି।ଦୀର୍ଘ ୫ବର୍ଷରେ ଥରେ ହାତୀଗଣନା କରାଯାଉଥିବା ବେଳେ ଗଣନା ରିପୋର୍ଟ ଆସିବା ପରେ ଦୁଇ ବନଖଣ୍ଡ ଅଂଚଳରେ ହାତୀଙ୍କ ସଂଖ୍ୟା ବୃଦ୍ଧି ଘଟିଛି କି ନାହିଁ ଜଣାପଡିବ।

 

Comments are closed.