www.samajalive.in
Sunday, December 7, 2025
14.1 C
Bhubaneswar

ଆନ୍ଧ୍ରରେ ବନ୍ଧକ ତଳଗାଁର ୪ ଶ୍ରମିକ; ଉଦ୍ଧାର ପାଇଁ ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ପରିବାର

ହରଭଙ୍ଗା : ବୌଦ୍ଧ ଜିଲାର ବଣ ପାହାଡ଼ ଘେରା ଉପାନ୍ତ ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତର ଈଶ୍ୱର ବାଘ, ସଞ୍ଜୟ ସାହୁ, ବସନ୍ତ ମଲ୍ଲିକ, ଅରୁଣ ନାଏକ ପ୍ରମୁଖ ୪ଜଣ ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଆନ୍ଧ୍ରରେ ବନ୍ଧା ପଡ଼ିଥିବା ଜଣାପଡିଛି। ଶେଷରେ ପରିବାର ଲୋକେ ସେମାନଙ୍କ ଉଦ୍ଧାର ପାଇଁ ଗୁରୁବାର ବୌଦ୍ଧ ଜିଲା ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଅଭିଯୋଗ ଅନୁସାରେ, କାମ ଧନ୍ଦା ଅନ୍ୱେଷଣରେ ଗତ ସେପ୍ଟେମ୍ବର ମାସ ୨୦ତାରିଖରୁ ତଳଗାଁ ପଞ୍ଚାୟତର ୪ଜଣ ଶ୍ରମିକ ବାହାରକୁ ଯାଇଥିଲେ। ପ୍ରାୟ ୫ମାସ ହେଲା ଘରୁଯିବା ପରେ ଦୀର୍ଘ ଦିନ ଧରି ଘର ସହିତ ଯୋଗାଯୋଗ ନ କରିବା ଏବଂ ଘର ଲୋକ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମୋବାଇଲ ବନ୍ଦ ଥିବାରୁ ପରିବାର ଲୋକେ ସେମାନଙ୍କ ଚିନ୍ତାରେ ଭାଙ୍ଗି ପଡ଼ିଥିଲେ। ସେମାନଙ୍କ ଫେରିବା ବାଟକୁ ଚହିଁ ବସିଥିବା ପରିବାର ଲୋକଙ୍କୁ ତାଙ୍କ ସହ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର କାମ କରି ଯାଇଥିବା ବଚନ ନାମକ ଯୁବକ ସେଠାରୁ କୌଶଳକ୍ରମେ ଖସି ଆସି ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ଦେଇଥିଲେ। ବର୍ତମାନ ସେମାନେ ବିଜୟୱାଡ଼ା ନିକଟବର୍ତ୍ତୀ କୁଲୁରଠାରେ କାର୍ଯ୍ୟ କରୁଛନ୍ତି। ମାଲିକ ମୋବାଇଲ ଛଡେଇ ରଖିଛି। ଖାଇବାକୁ ନଦେଇ ହଇରାଣ ହରକତ ସହ ପିଟା ମରା ମଧ୍ୟ କରୁଛି। ଏଣୁ ତୁମ ପିଲାଙ୍କୁ ଉଦ୍ଧାର ବ୍ୟବସ୍ଥା କର ବୋଲି ବଚନ କହିଛନ୍ତି। ବଚନଠାରୁ ଖବର ପାଇବା ପରେ ଶେଷରେ ପିଲାଙ୍କୁ ଉଦ୍ଧାର ପାଇଁ ଜିଲା ଶ୍ରମଧିକାରୀଙ୍କ ଦ୍ୱାରସ୍ଥ ହେବା ସହ ଜିଲାପାଳ ଓ ଏସପିଙ୍କୁ ପିଲାଙ୍କୁ ଉଦ୍ଧାର ପାଇଁ କମଳା ବାଘ, ଅପର୍ତ୍ତି ସାହୁ, ସଇନ୍ଦ୍ରି ମଲ୍ଲିକ, ଅକ୍ଷୟ ନାଏକ ପ୍ରମୁଖ ଲିଖିତ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜିଲା ଶ୍ରମ ଅଧିକାରୀ ସୁଶାନ୍ତ ପାଇକରାୟଙ୍କୁ ପଚାରିବାରୁ ସେ କହିଲେ, ପରିବାର ଲୋକଙ୍କଠାରୁ ଏକ ଅଭିଯୋଗ ମିଳିଛି। ଆମେ ଏ ସମ୍ପର୍କରେ କମିଶନରଙ୍କୁ ଜଣାଇବୁ। ତା’ପରେ ଲିଆସିନିଙ୍ଗ ଅଫିସର ତାଙ୍କ ଠିକଣା ଯାଞ୍ଚ କରି ଉଦ୍ଧାରକାର୍ଯ୍ୟ ତ୍ୱରାନ୍ୱିତ କରିବେ ବୋଲି କହିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories