ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ବିଶ୍ବ ଏଡ଼ସ ଦିବସ ପାଳିତ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣା କଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ନୁଆ ଓ ଯୁବ ରେଡକ୍ରସ୍ ଓ ରେଡ ରିବନ୍ କ୍ଲବ୍ ମିଳିତ ଆନୁକୁଲ୍ୟରେ ବିଶ୍ବ ଏଡ଼ସ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସଚେତନତା ସଭାରେ ମହାବିଦ୍ୟାଳୟର ଅଧକ୍ଷ ଡ଼ ରମେଶ ଚନ୍ଦ୍ର ତରେଣିଆ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ରଜତ କୁମାର ମହାନନ୍ଦିଆ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଏଚଆଇଭି/ଏଡ୍ସ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରି ସଚେତନ କରିଥିଲେ।

ସମ୍ମାନିତ ଅତିଥି ଭାବେ ମୁଖ୍ୟ ନୋଡାଲ ଅଫିସର ପ୍ରମୋଦ କୁମାର ମହାପାତ୍ର, ଅଧ୍ୟାପକ ଲଳିତ କୁମାର ମେହେର, ଅଧ୍ୟାପିକା ସୁଷମା ରାଣୀ ବୋହିଦର୍, ରଞ୍ଜିତ କୁମାର ସାମଲ ଯୋଗ ଦେଇ ଏଡ଼ସ ଠାରୁ କିପରି ରକ୍ଷା ପାଇ ପରିବା ସେ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ। ଯୁବ ରେଡକ୍ରସ୍ ଜିଲା ସଂଯାଯୋକ ଅଧ୍ୟାପକ ସୁରେଶ୍ବର ଯୋଶୀଙ୍କ ସଂଯୋଜନାରେ କାର୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ଯାଇ ନିକଟସ୍ଥ ଗ୍ରାମଗୁଡିକରେ ସଚେତନତା ସୃଷ୍ଟି କରିଥିଲେ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Comments are closed.