www.samajalive.in
Tuesday, December 9, 2025
19.1 C
Bhubaneswar

ହରଭଙ୍ଗା ବ୍ଲକରେ ମୋ-ସରକାର କାର୍ଯ୍ୟକ୍ରମ ଦିଗହରା, ପ୍ରଚାରରେ ସୀମିତ ୫-ଟି

ହରଭଙ୍ଗା: ଏବେ ଯେଉଁ ସରକାରୀ ଅଫିସକୁ ଯିବ ସେଠି ଝୂଲୁଛି ୫-ଟିର ବଡ ବଡ ହୋଡିଂ। ସରକାରଙ୍କ ନୂଆ ନିୟମ ୫-ଟିକୁ ଅଦ୍ୟାବଧି ଅଢେଇ ବର୍ଷ ପୁରିସାରିଛି। ୨ ଅକ୍ଟୋବର ୨୦୧୯ରେ ରାଜ୍ୟ ସରକାରଙ୍କ ମୋ ସରକାର ଏବଂ ୫ଟି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପ୍ରାଥମିକତା ଭିତିରେ ସ୍ୱାସ୍ଥ୍ୟସେବା ଏବଂ ପୁଲିସ ସେବାରେ ମୋ-ସରକାର ନିୟମ କାର୍ଯ୍ୟକାରୀ ହେଲା।ପରବର୍ତୀ ସମୟରେ ଡିସେମ୍ବର ୨୦୧୯ରେ ପଂଚାୟତିରାଜ ବିଭାଗରେ ମୋ ସରକାର ନିୟମ ଲାଗୁହେଲା। ଏହାପରେ ସବୁ ବିଭାଗରେ ଏବେ ସରକାରଙ୍କ ୫ଟି ନିୟମ ଲାଗୁ ହୋଇ ସାରିଛି। ମାତ୍ର ବାସ୍ତବରେ ସରକାରଙ୍କ ପାଂଚୋଟି- ଟି ମଧ୍ୟରୁ ଗୋଟିଏ ବି-ଟି ସେଭଳି ଆଖିଦୃଶିଆ ଭାବେ କାମ କରୁନଥିବା ଜଳ ଜଳ ହୋଇ ଦିଶୁଛି। ନିୟମ ଲାଗୁ ପରେ ବ୍ଲକରେ ଖୋଲା ଯାଇଥିବା ୫-ଟି କକ୍ଷରେ ଦୀର୍ଘ ମାସ ଧରି ତାଲା ଝୁଲୁଥିବା ୫-ଟି ନିୟମର ଆଉ ଏକ ନମୁନା ଦେଖିବାକୁ ମିଳିଛି।

ଯଥା ପୂର୍ବ ତଥା ପରଂ ସ୍ଥିତିରେ ବ୍ଲକରେ ଚାଲିଥିବା ଆଖିବୁଜା ଦୁର୍ନୀତି ଏବଂ ଅଦୃଶ୍ୟ ପିସି କାରବାରରେ କୌଣସି ସୁଧାର ଆସିନାହିଁ। ବାସ୍ତବପକ୍ଷେ ନିୟମ ଲାଗୁ ପରେ ବରଂ ବ୍ଲକ ଭଳି ସରକାରୀ ଦପ୍ତରଗୁଡିକରେ ଦୁର୍ନୀତି ,ପି.ସି କାରବାର ବୃଦ୍ଧି ଘଟଣା ସରକାରଙ୍କ ୫-ଟି ନିୟମର ଆଉ ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ ବ୍ଲକରେ ମୃତିକା ସଂରକ୍ଷଣ ଜଳବିଭାଜିକା କାର୍ଯ୍ୟାଳୟ, ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ, ଉଦ୍ୟାନକୃଷି କାର୍ଯ୍ୟାଳୟର ଠିକଣା ଲୋକେ ପାଉନଥିବା ବେଳେ ସରକାରଙ୍କ ୫-ଟି ନିୟମକୁ ଆହୁରି ଉପହାସ କରିଛି। ଏତେ ପ୍ରକାର -ଟି ଲାଗୁପରେ ସବୁ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ମରୁଡ଼ି ଏକ ପ୍ରକାର ପ୍ରହସନରେ ପରିଣତ ହୋଇଛି। ଯାହାଫଳରେ ଟିମ ଓାର୍କ ଏବଂ ଟାଇମ ଲିମିଟରେ କାମ ହେବା ବଦଳରେ ଏହା କେବଳ ପ୍ରଚାର ସର୍ବସ୍ୱ ହୋଇଛି। ବ୍ଲକରେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମାଳ ମାଳ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଗୋଟିଏ ସ୍ଥାୟୀ ଜି.ପି.ଇ.ଓ ପଦବୀ ସାଙ୍ଗକୁ ୭ଟି ପିଇଓ, ଏବଂ ଜଣେ କନିଷ୍ଠ ରାଜସ୍ୱ ଆସିଷ୍ଟାଟଂ, ଜଣେ ରାତ୍ରି ଜଗୁଆଳି, ୦୩ ଜଣ ପିଅନ ଭଳି ୧୪ଟି ପଦବୀ ଏବେ ବି ଖାଲିପଡ଼ିଛି। ସେହିପରି ୧୦ଟି ଜି.ଆର.ଏସ ପଦବୀ ମଧ୍ୟ ଖାଲିପଡ଼ିଛି। ୫-ଟି ନିୟମ ଅନୁସାରେ ଗୋଟିଏ ସରକାରୀ କାର୍ଯ୍ୟାଳୟରେ ୫ ବର୍ଷ କାର୍ଯ୍ୟ କରିଥିବା କର୍ମଚାରୀଙ୍କ ବଦଳି ନିୟମ ରହିଥିଲେ ମଧ୍ୟ ଏଥିରେ ମଧ୍ୟ ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖାଦେଇଛି। ଏଭଳି ସ୍ଥିତିରେ ଜଣେ ଜଣେ ପି.ଇ.ଓଙ୍କୁ ଦୁଇ ଦୁଇଟି ପଂଚାୟତର ଦାୟିତ୍ୱ ପ୍ରଦାନ ବେଳେ ଜଣେ ପିଇଓ ଙ୍କୁ ଜି.ପି.ଇ.ଓ ସହିତ ଦୁଇଟି ପଂଚାୟତର ପି.ଇ.ଓ ଦାୟିତ୍ୱ ପ୍ରଦାନ କରାଯିବା ଫଳରେ ସରକାରୀ ସେବା ଯୋଗାଇବାରେ ବ୍ୟତିକ୍ରମ ଘଟୁଛି। ଏହା ସହିତ ସରକାରୀ କାର୍ଯ୍ୟର ସଠିକ୍‍ ତଦାରଖ ହୋଇପାରୁନଥିବାରୁ ସବୁ ସ୍ଥାନରେ ଦୁର୍ନୀତି ମଧ୍ୟ ବୃଦ୍ଧି ପାଉଛି।ସେହିପରି ବ୍ଲକରେ ବି.ଡି.ଓଙ୍କ ସହିତ ଜଣେ ଏ.ବି.ଡି.ଓ ରହିଥିଲେ ମଧ୍ୟ କୌଣସି ଉନ୍ନୟନ ମୂଳକ ଫାଇଲ ତାଙ୍କ ଟେବୁଲକୁ ପଂହଚୁନଥିବା ନିୟମ ବହିର୍ଭୁତ କାର୍ଯ୍ୟ ବ୍ଲକରେ ଚାଲିଛି। ଫଳରେ ଏବିଡିଓ ଦାୟିତ୍ୱରେ ଥିବା କର୍ମଚାରୀ ଜଣଙ୍କ ଏବେ ବିବାହ ପଞିକରଣ ଅଧିକାରୀ ଭାବେ ନୂଆ ପରିଚୟ ସୃଷ୍ଟି ହୋଇଛି। ସେହିପରି ବିଭିନ୍ନ ପଂଚାୟତରେ ଇନିସପେକ୍ସନ ରିପୋର୍ଟ ଗୁଡିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଯାହାଫଳରେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା କର୍ମଚାରୀଙ୍କ ଉପରେ ବର୍ଷ ବର୍ଷ ଧରି ଗଡ଼ୁଥିବା ମଧ୍ୟ ଦେଖିବାକୁ ମିଳିଛି।

- Advertisement -

 

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories