ବାଇକ ଦୁର୍ଘଟଣାରେ ଜଣେ ଗୁରୁତର

ହରଭଙ୍ଗା: ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗିର୫୭ନଂ ଜାତୀୟ ରାଜପଥ କରଡାକୋଠା ନିକଟରେ ଏକ ବାଇକ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର ଆହାତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଗତ ସନ୍ଧ୍ୟାରେ ବଲାଙ୍ଗିରର ଅଜିତ ରଥ ବାଇକ ଯୋଗେ ବଲାଙ୍ଗିରରୁ ଭୁବନେଶ୍ୱର ଯାଉଥିବା ସମୟରେ କରଡାକୋଠା ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ। ଏଥିରେ ଅଜିତ ଗୁରୁତର ଆହାତ ହୋଇଥିଲେ। ଖବର ପାଇ ହରଭଙ୍ଗା ଦମକଳ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି ପୁରୁଣାକଟକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡିଛି।

Comments are closed.