ଖରଶଙ୍କୁଲେଇ ପାହାଡରୁ ଚାଲିଛି ବେନିୟମ ପଥର ଉତ୍ତୋଳନ

ହରଭଙ୍ଗା:ହରଭଙ୍ଗା ତହସିଲ ଅର୍ନ୍ତଗତ ଧଳପୁର ଆରଆଇ ସର୍କଲର ଖରଶଙ୍କୁଲେଇ ପାହାଡରୁ ବିନା ଅନୁମତିରେ ଏକ ଘରୋଇ ଠିକାସଂସ୍ଥା ବେନିୟମଭାବେ ପଥର ଉତ୍ତୋଳନ ଚଳାଇଛି। ବର୍ଷ ବର୍ଷ ଧରି ଏଭଳି ବେନିୟମ ପଥର ଉତ୍ତୋଳନ ଯୋଗୁଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱହାନୀ ଘଟୁଥିବାବେଳେ ବିନା ଅନୁମତିରେ ଏହି ଠିକାସଂସ୍ଥା ଦିନ ଦ୍ୱିପହରରେ ପଥର ଚୋରି ନେଇ ମଧ୍ୟ ପ୍ରଶ୍ନଉଠିଛି। ଠିକସଂସ୍ଥା ବିରୁଦ୍ଧରେ ତହସିଲ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ ଯୋଗୁଁ ବ୍ୟାପକ ରାଜସ୍ୱ ହାନୀ ଘଟୁଛି। ଠିକାସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହରଭଙ୍ଗା ତହସିଲଦାର ଧଳପୁର ଆରଆଇଙ୍କୁ ଏକ ଡିମାଣ୍ଡ ନୋଟିସ ଦେବାକୁ ନିର୍ଦ୍ଦେଶ ଦେଇଛି ।ତହସିଲଦାରଙ୍କ ନିର୍ଦ୍ଦେଶ ଅନୁସାରେ ଧଳପୁର ଆରଆଇ ପଙ୍କଜ କହଁର ଦୁଇଦିନ ତଳେ ଖରଶଙ୍କୁଲେଇ ପାହାଡରୁ ବେନିୟମ ପଥର ଉତ୍ତୋଳନ କରୁଥିବା ଠିକାସଂସ୍ଥା ବିରୁଦ୍ଧରେ ୨୩ଲକ୍ଷ୯୫ହଜାରଟଙ୍କାର ରୟାଲଟି ସହ ଜୋରିମାନା ଭଳି ଏକ ଡିମାଣ୍ଡ ନୋଟିସ ତହସିଲଦାରଙ୍କୁ ପ୍ରଦାନ କରିଥିବା ଜଣାପଡିଛି। ଆଗକୁ ତହସିଲଦାର ଠିକାସଂସ୍ଥା ବିରୁଦ୍ଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା କେବଳ ଦେଖିବାକୁ ବାକି ରହିଛି।

prayash

ସୂଚନା ଥାଉ କି ୨୦୧୯ରୁ ରଣଜିତ ବିଲଡକନ ନାମକ ଠିକାସଂସ୍ଥା ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣକାର୍ଯ୍ୟ ଆରମ୍ଭ କରିଛି। ଖରଶଙ୍କୁଲେଇ ପାହାଡରୁ ପଥରପେକିଂ ପାଇଁ ସ୍ୱଳ୍ପ ମିଆଦି ୩ମାସିଆ ଲିଜ୍ ଜରିଆରେ ପଥର ଉତ୍ତୋଳନ ପାଇଁ ହରଭଙ୍ଗା ତହସିଲଦାର ଉକ୍ତ ଠିକାସଂସ୍ଥାକୁ ଏକ ଲିଜ ପ୍ରଦାନ କରିଥିଲେ। ମାତ୍ର ୨୦୧୯ରୁ ଠିକାସଂସ୍ଥା ଏହି ପାହାଡରୁ ପଥର ଉତ୍ତୋଳନ କରୁଥିବାବେଳେ ଲିଜ୍ ମିଆଦି ନବୀକରଣ ନକରି ବେନିୟମଭାବେ ପଥରଉତ୍ତୋଳନ କରୁଥିବାବେଳେ ଏଥିପ୍ରତି ରାଜସ୍ୱ ବିଭାଗ ଆଖି ବୁଜି ଦେଇଛି। ଅନ୍ୟପଟେ ଠିକାସଂସ୍ଥା ମହାନଦୀ ସେତୁ ନିର୍ମାଣ ବିଲରେ ପଥର ରୟାଲଟି ଦେଉଥିବା ନିଜର ପୂର୍ତବିଭାଗ େଓବ ପୋର୍ଟାଲରେ ଦର୍ଶାଇ ବାର୍ଷୀକ କୋଟି କୋଟି ଟଙ୍କା ରାଜସ୍ୱ ଫାଙ୍କିବାକୁ ସକ୍ଷମ ହୋଇଛି। ଏହାଦ୍ୱାରା ସରକାର ଡେଡ୍ ରେଣ୍ଟ,ସେସ୍ ରେଣ୍ଟ ଏବଂ ସରଫେସ ରେଣ୍ଟ ଭଳି ତିନୋଟି ରେଣ୍ଟ ବାବଦକୁ ୨୩ପ୍ରତିଶ୍ରତ ରାଜସ୍ୱ କ୍ଷତି ସହୁଥିବା ଜଣାପଡିଛି। ବିନା ଲିଜରେ ବେନିୟମଭାବେ ପଥର ଉତ୍ତୋଳନ କରୁଥିବା ରଣଜିତ ବିଲଡକନ ଠିକାସଂସ୍ଥା ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବା ସହ ସମସ୍ତ ରାଜସ୍ୱ ପାଉଣା ଆଦାୟ ପାଇଁ କଡା ପଦକ୍ଷେପ ନେବାକୁ ସାଧାରଣରେ ଦାବି ଉଠୁଛି। ଏସର୍ମ୍ପକରେ ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

kalyan agarbati

Comments are closed.