www.samajalive.in
Sunday, December 7, 2025
14.1 C
Bhubaneswar

ବିରେନ୍ଦ୍ର ସେହୱାଗଙ୍କୁ ଜନ୍ମ ଦିନର ଶୁଭେଚ୍ଛା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ତଥା ଓପନିଂ ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହୱାଗ ମଙ୍ଗଳବାର ୪୨ ବର୍ଷ ବୟସରେ ପାଦ ଦେଇଛନ୍ତି। ବୀରେନ୍ଦ୍ର ସେହୱାଗ  ୧୯୭୮ମସିହା ଅକ୍ଟୋବର ୨୦ ତାରିଖରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ। ସେହୱାଗ ଦିଲ୍ଲୀରେ ଏକ ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେହୱାଗ ପରିବାରର ତୄତୀୟ ସନ୍ତାନ ଥିଲେ। ତାଙ୍କର ଛୋଟ ବେଳୁ ହିଁ କ୍ରିକେଟରେ ତାଙ୍କର ଆଗ୍ରହ ଥିଲା। ସେ ଭାରତୀୟ ଦଳର ଓପନିଙ୍ଗ୍ ଓ ଡାହାଣ ହାତି ବ୍ୟାଟ୍ସ୍ ମ୍ୟାନ୍ ଓ ଡାହାଣ ହାତି ଅଫ ସ୍ପିନ୍ ବୋଲର ଥିଲେ। ସେ ତାଙ୍କ ପ୍ରଥମ ଦିନିକିଆ ଆର୍ନ୍ତଜାତୀକ ମ୍ୟାଚ୍ ୧୯୯୯ରେ ଖେଳିଥିଲେ ଓ ଭାରତୀୟ ଟେଷ୍ଟ ଟିମରେ ୨୦୦୧ ମସିହାରେ ଯୋଗ ଦେଇଥଲେ। ସେହୱାଗ୍ ବୀରୁ ନାମରେ ବେଶ୍ ପରିଚିତ। ସେ ୧୦୪ଟି ଟେଷ୍ଟ ମ୍ୟାଚ୍ ଖେଳି ୮୫୮୬ରନ୍ କରିଥିଲେ। ସେହିଭଳି ୨୫୧ଟି ଦିନିକିଆ ଓ ୧୯ଟି ଟ୍ବେଣ୍ଟି-୨୦ ମ୍ୟାଚ୍‌ରୁ ଯଥାକ୍ରମେ ୮୨୭୩ ଓ ୩୯୪ରନ୍ କରଥିଲେ।

ସେହୱାଗଙ୍କ ଜନ୍ମ ଦିନ ଅବସରରେ ତାଙ୍କୁ ସାଥି କ୍ରିକେଟରମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

- Advertisement -

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories