www.samajalive.in
Saturday, December 6, 2025
14.1 C
Bhubaneswar

ଏହି ବିଧିରେ କରନ୍ତୁ ହନୁମାନ ଚାଳିଶା ପାଠ, ଜାଣନ୍ତୁ ଏହାର ମହତ୍ତ୍ବ !

ପୂଜା ପାଠରେ ହନୁମାନ ଚାଳିଶାର ବହୁତ ମହତ୍ତ୍ବ ରହିଛି । ହନୁମାନ ଚାଳିଶାର ସରଳ ଶବ୍ଦ ରାମ ଭକ୍ତ ହନୁମାନଙ୍କୁ ବହୁତ ଶୀଘ୍ର ପ୍ରସନ୍ନ କରିଥାଏ । ହନୁମାନ ଚାଳିଶା ଦ୍ବାରା କଠିନ କାମ ସହଜ ହୋଇଥାଏ ଏବଂ ହନୁମାନ କୃପା ପ୍ରାପ୍ତି ହୋଇଥାଏ । ହନୁମାନ ଚାଳିଶାର ୪୦ଟି ପଂକ୍ତି ଅସାଧ୍ୟ କାର୍ଯ୍ୟକୁ ବି ସିଦ୍ଧ କରିଥାଏ । ଭଗବାନ ହନୁମାନଙ୍କୁ କଦାପି ପରାଜୟର ସାମ୍ନାକୁ ପଡିନଥିଲା। ସେଥିପାଇଁ ଶ୍ରଦ୍ଧା ପୂର୍ବକ ହନୁମାନ ଚାଳିଶା ପାଠ କରି ଅତି ସହଜରେ କୌଣସି ଅସାଦ୍ଧ କାର୍ଯ୍ୟ ମଧ୍ୟ ସମ୍ପର୍ଣ୍ଣ କରାଯାଇପାରିବ । ତେଣୁ ହନୁମାନ ଚାଳିଶା ପୂଜାରେ ମହତ୍ତ୍ବପୂର୍ଣ୍ଣ ସ୍ଥାନ ଅଧିକାର କରିଛି ।

ହନୁମାନ ଚାଳିଶା ପାଠର ସଠିକ୍ ବିଧି

- Advertisement -

ସକାଳେ ଶୀଘ୍ର ଉଠି ସ୍ନାନ ସାରି ପରିଷ୍କାର ବସ୍ତ୍ର ଧାରଣ କରନ୍ତୁ ।
ପୂର୍ବ ବା ଦକ୍ଷିଣ ଦିଗକୁ ମୁହଁ କରି ନାଲି ରଙ୍ଗର ଆସନରେ ବସନ୍ତୁ ।
ହନୁମାନଙ୍କ ଫଟୋ ଦକ୍ଷିଣ ଓ ପୂର୍ବ ଦିଗରେ ନାଲି କପଡା ଉପରେ ରଖନ୍ତୁ ।
ଗାଈ ଘିଅରେ ଦୀପ ଜଳାନ୍ତୁ । ଲଡ୍ଡୁ ଭୋଗ ଲଗାନ୍ତୁ ।
ଏକ ଲୋଟାରେ ପାଣି ରଖି ଭଗବାନ ହନୁମାନଙ୍କ ଫଟୋ ସମ୍ମୁଖରେ ୩ ଥର ଚାଳିଶା ପାଠ କରନ୍ତୁ ।
ଏଭଳି ଲଗାତର ଭାବେ ୧୧ଟି ମଙ୍ଗଳବାର କରିବା ଦ୍ବାରା ହନୁମାନଙ୍କ କୃପା ପ୍ରାପ୍ତି ହୋଇଥାଏ ।

ହନୁମାନ ଚାଳିଶା ପାଠ ବେଳେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ହନୁମାନ ଚାଳିଶା ପାଠ ବେଳେ ସର୍ବଦା ସ୍ନାନ ବା ଧୁଆଧୋଇ ହୋଇ ପରିଷ୍କାର ପୋଷାକ ପିନ୍ଧନ୍ତୁ ।
ମଦ ମାଂସରୁ ଦୂରେଇ ରୁହନ୍ତୁ ।
ମନରେ ପୁରା ଶ୍ରଦ୍ଧା ଓ ବିଶ୍ବାସ ରଖନ୍ତୁ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories