www.samajalive.in
Sunday, December 7, 2025
14.1 C
Bhubaneswar

ମା’ ଭୈରବୀ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା

ହରଭଙ୍ଗା : ବୌଦ୍ଧ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ନାମରେ ଆୟୋଜିତ ତୃତୀୟ ମା’ ଭୈରବୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଞ୍ଚଳିକ କଳାକାରମାନଙ୍କ ଦ୍ୱାରା ଆୟୋଜିତ କୃଷ୍ଣ ଗୁରୁ ଓ ଦଣ୍ଡ ନୃତ୍ୟ ପରିବେଷଣ କରାଯାଇଥିଲା।

କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ,ସମ୍ମାନିତ ଅତିଥି ଭାବେ ହରଭଙ୍ଗା ତହସିଲଦାର ଶିବାନୀ ଦାଶ, ୮ନଂ ଜିଲାପରିଷଦ ତାରାମଣୀ ପ୍ରଧାନ, ପୁରୁଣାକଟକ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି, ରାଜ୍ୟ ସଂସ୍କୃତି ଓ କଲାପରିଷଦ ଅଧକ୍ଷ ଲଷ୍ମୀଧର ସାହୁ, ପୁରୁଣାକଟକ ପଞ୍ଚାୟତ ସମିତି ସଭ୍ୟ ସରୋଜ ପ୍ରଧାନ ଓ ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ଅଗ୍ରୱାଲ ପ୍ରମୁଖ ମଞ୍ଚାସିନ ରହିଥିଲେ। ଉକ୍ତ ମଞ୍ଚ ପରିଚାଳନା କାର୍ୟ୍ୟକ୍ରମ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରିଣୀଆ, ମନୋଜ ପାଠି ତୁଲାଇ ଥିବା ବେଳେ ଅଶୋକ ମହାନ୍ତି ସଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

- Advertisement -

ରଙ୍ଗ କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍କୁଲ, ଭୈରବୀ ଯୁକ୍ତ ଦୁଇ ମହାବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ତିଲେଶ୍ୱର, ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ, କସ୍ତୁରବା ବାଳିକା ବିଦ୍ୟାଳୟ, ପୁରୁଣାକଟକ ଛାତ୍ରଛାତ୍ରୀଙ୍କ ଦ୍ୱାରା ଓଡ଼ଶୀ, ଆଧୁନିକ ଓ ସମ୍ବଲପୁରୀ ନୃତ୍ୟ ଗୀତ ସହିତ ଆଦିନୃତ୍ୟ କଳା ଏକାଡେମୀ-କଲିକତା, ସୃଷ୍ଟି ଗୋଟିପୁଅ ନୃତ୍ୟ ପୁରୀ, ଫୁଲବାଣୀ ଆଦିବାସୀ ନୃତ୍ୟ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ଉକ୍ତ କାର୍ୟ୍ୟକ୍ରମରେ କମିଟି ସମସ୍ତ ସଦସ୍ୟଙ୍କ ସଂପୂର୍ଣ ସହଯୋଗ ଜାରିରହିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories