www.samajalive.in
Saturday, December 13, 2025
26.1 C
Bhubaneswar

ମା’ ଭୈରବୀ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା

ହରଭଙ୍ଗା : ବୌଦ୍ଧ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ନାମରେ ଆୟୋଜିତ ତୃତୀୟ ମା’ ଭୈରବୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଞ୍ଚଳିକ କଳାକାରମାନଙ୍କ ଦ୍ୱାରା ଆୟୋଜିତ କୃଷ୍ଣ ଗୁରୁ ଓ ଦଣ୍ଡ ନୃତ୍ୟ ପରିବେଷଣ କରାଯାଇଥିଲା।

କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ,ସମ୍ମାନିତ ଅତିଥି ଭାବେ ହରଭଙ୍ଗା ତହସିଲଦାର ଶିବାନୀ ଦାଶ, ୮ନଂ ଜିଲାପରିଷଦ ତାରାମଣୀ ପ୍ରଧାନ, ପୁରୁଣାକଟକ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି, ରାଜ୍ୟ ସଂସ୍କୃତି ଓ କଲାପରିଷଦ ଅଧକ୍ଷ ଲଷ୍ମୀଧର ସାହୁ, ପୁରୁଣାକଟକ ପଞ୍ଚାୟତ ସମିତି ସଭ୍ୟ ସରୋଜ ପ୍ରଧାନ ଓ ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ଅଗ୍ରୱାଲ ପ୍ରମୁଖ ମଞ୍ଚାସିନ ରହିଥିଲେ। ଉକ୍ତ ମଞ୍ଚ ପରିଚାଳନା କାର୍ୟ୍ୟକ୍ରମ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରିଣୀଆ, ମନୋଜ ପାଠି ତୁଲାଇ ଥିବା ବେଳେ ଅଶୋକ ମହାନ୍ତି ସଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

- Advertisement -

ରଙ୍ଗ କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍କୁଲ, ଭୈରବୀ ଯୁକ୍ତ ଦୁଇ ମହାବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ତିଲେଶ୍ୱର, ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ, କସ୍ତୁରବା ବାଳିକା ବିଦ୍ୟାଳୟ, ପୁରୁଣାକଟକ ଛାତ୍ରଛାତ୍ରୀଙ୍କ ଦ୍ୱାରା ଓଡ଼ଶୀ, ଆଧୁନିକ ଓ ସମ୍ବଲପୁରୀ ନୃତ୍ୟ ଗୀତ ସହିତ ଆଦିନୃତ୍ୟ କଳା ଏକାଡେମୀ-କଲିକତା, ସୃଷ୍ଟି ଗୋଟିପୁଅ ନୃତ୍ୟ ପୁରୀ, ଫୁଲବାଣୀ ଆଦିବାସୀ ନୃତ୍ୟ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ଉକ୍ତ କାର୍ୟ୍ୟକ୍ରମରେ କମିଟି ସମସ୍ତ ସଦସ୍ୟଙ୍କ ସଂପୂର୍ଣ ସହଯୋଗ ଜାରିରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories