କାର ଧକ୍କାରେ ଛାତ୍ରୀ ଗୁରୁତର

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର କଳାଖଣ୍ଡି ନିକଟରେ ସୋମବାର କାର ଧକ୍କାରେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ରୁନିତା ଭୋଇ(୧୧ବର୍ଷ) ଗୁରୁତର ହୋଇଥିବା ଜଣାପଡିଛି। ଦୁର୍ଘଟଣାପରେ କାର ଚାଳକ ଘଟଣାସ୍ଥଳରୁ ଫେରାର ମାରିଛି।
ସୂଚନା ଅନୁସାରେ ଆଜି ସକାଳେ କଳାଖଣ୍ଡୀ ଗ୍ରାମର ରୁନିତା ଭୋଇ ନିଜ ଭଉଣୀକୁ ବସରେ ବସାଇବା ପାଇଁ ରାସ୍ତାକୁ ଆସିଥିଲେ। ଭଉଣୀକୁ ଗାଡିରେ ବସାଇ ବସ ପଛଭାଗରେ ରାସ୍ତା ପାର ହେଉଥିବାବେଳେ ଚାରିଛକ ପଟୁ ପୁରୁଣାକଟକ ଆଡକୁ ଆସୁଥିବା ଏକ କାରରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଳରେ ରୁନିତାଙ୍କ ଗୋଡରେ ଏବଂ ମୁଣ୍ଡରେ ଆଘାତ ଲାଗିଥିଲା। ତାଙ୍କୁ ଚିକିତ୍ସା ପାଇଁ ପୁରୁଣାକଟକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରିରଖିଥିବା ପୁରୁଣାକଟକ ଆଇଆଇସି ଜ୍ୟୋସ୍ନା କାଉଁରୀ ସୂଚନା ଦେଇଛନ୍ତି।

kalyan agarbati

Comments are closed.