ଜିଲାପାଳଙ୍କ ବିଭିନ୍ନ ଭୋଟଗ୍ରହଣ କେନ୍ଦ୍ର ଅନୁଧ୍ୟାନ

ଗୁରୁଡିଝାଟିଆ: ଜିଲାପାଳ ଭବାନୀଶଙ୍କର ଚଇନି ଆଜି କଖଡି ଓ ଅନନ୍ତପୁର ପଞ୍ଚାୟତର ବିଭିନ୍ନ ଭୋଟଗ୍ରହଣ କେନ୍ଦ୍ର ବୁଲି ଅନୁଧ୍ୟାନ କରିଛନ୍ତି। ଭୋଟଗ୍ରହଣ କେନ୍ଦ୍ରଗୁଡିକରେ ଗହଳି ଲାଗିରହିଥିବାରୁ କଖଡିଠାରେ ଜିଲାପାଳ ଶ୍ରୀ ଚଇନି ଉପସ୍ଥିତ ପୁଲିସ ଅଧିକାରୀଙ୍କୁ ଶୃଙ୍ଖଳିତ ଭାବରେ ମତଦାନ କରିବା ଓ ଭିଡକୁ ହ୍ରାସ କରିବା ନିମନ୍ତେ ପଦକ୍ଷେପ ନେବା ସର୍ବୋପରି ମହିଳା ଭୋଟରମାନଙ୍କୁ ଯେଭଳି ଶୀଘ୍ର ମଦନାଦ କରିବା ସୁଯୋଗଦିଆଯିବ ସେଥିପାଇଁ ଉପସ୍ଥିତ ପୋଲିଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଅନନ୍ତପୁର ପଞ୍ଚାୟତର ବ୍ରହ୍ମପୁର ରେ ଉତ୍ତେଜନା ଲାଗିରହିଥିବାରୁ ସେଠାରେ ପହଞ୍ôଚ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେବା ସହିତ ବିଶୃଙ୍ଖଳା ସୃଷ୍ଟିକଲେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ।

 

prayash

ପ୍ରକାଶଯୋଗ୍ୟ ଅନନ୍ତପୁର ପଞ୍ଚାୟତର ଅନନ୍ତପୁର ଭୋଟଗ୍ରହଣ କେନ୍ଦ୍ରରେ କୌଣସି ବାହାର ଗ୍ରାମର ସରପଞ୍ଚ ପ୍ରାର୍ଥୀଙ୍କର ଏଜେଣ୍ଟଙ୍କୁ ପୁରାଇନଦେବାର ଅଭିଯୋଗ ଆସିଥିବା ବେଳେ ବ୍ରହ୍ମପୁରରେ ମଧ୍ୟ ଏଭଳି ଅବସ୍ଥା ହୋଇଥିବାର ଅଭିଯୋଗ ହୋଇଛି। ହେଲେ କୌଣସି ପ୍ରକାର ଅଭିଯୋଗ ଥାନାରେ ଏପର୍ଯ୍ୟନ୍ତ ହୋଇନାହିଁ। ମୋଟାମୋଟି ଭାବରେ ଗୁରୁଡିଝାଟିଆ, ଗୋବରା, ଛଅଗାଁ, ବାଳି, ଓରନ୍ଦା, ଖୁଣ୍ଟୁଣୀ, କୁଷ୍ପଙ୍ଗି ଆଦି ପଞ୍ଚାୟତମାନଙ୍କରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଛି। ଶୃଙ୍ଖଳାର ସହିତ ମତଦାନ କରିବା ନିମନ୍ତେ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା।

kalyan agarbati

Comments are closed.