ଗୁରୁଗ୍ରାମରେ ବିଦେଶୀ ମହିଳାଙ୍କୁ ଗଣବଳାତ୍କାର

0

ଗୁରୁଗ୍ରାମ : ଗୁରୁଗ୍ରାମରେ ରହୁଥିବା ଜଣେ ୩୦ ବର୍ଷିୟ କେନିଆ ମହିଳାଙ୍କ ସହ ବୁଧବାର ରାତିରେ ଗଣବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ପୁଲିସ୍‍ ଅନୁସାରେ ମହିଳା ଜଣକ ଏକ ପାର୍ଟି ସାରି ଘରକୁ ଫେରିବା ପାଇଁ ରାତିରେ ଏମ୍‍ଜି ରୋଡର ବ୍ରିଷ୍ଟେଲ୍‍ ଛକ ନିକଟରେ ଗାଡ଼ିକୁ ଅପେକ୍ଷା କରିଥିଲେ। ସେହି ସମୟରେ ଧଳାରଙ୍ଗର ଏକ ସ୍ପର୍ପିଓରେ ୩ ଜଣ ଯୁବକ ଆସି ମହିଳାଙ୍କୁ ଦିଲ୍ଲୀରେ ଛାଡ଼ିଦେବାକୁ ପ୍ରସ୍ତାବ ଦେଇଥିଲେ। ମହିଳା ଜଣକ ଗାଡ଼ିରେ ବସିବା ପରେ ସେମାନେ ତାଙ୍କୁ ବଳପୂର୍ବକ ଗୋଲ୍ଡ କୋର୍ସ ରୋଡକୁ ନେଇଯାଇଥିଲେ। ସେଠାରେ ଆଗରୁ ଉପସ୍ଥିତ ଥିବା ଆଉ ୨ ଯୁବକଙ୍କ ସହ ମିଶି ସେମାନେ ମହିଳାଙ୍କୁ ଗଣବଳାତ୍କାର କରିଥିଲେ। ପୀଡ଼ିତାଙ୍କ କହିବା ଅନୁସାରେ ୫ ଜଣ ଯୁବକ ତାଙ୍କୁ ଗଣବଳାତ୍କାର କରିବା ପରେ ଗୁରୁଗ୍ରାମର ଏକ ଶୂନଶାନ ସ୍ଥାନରେ ଛାଡ଼ି ଦେଇଥିଲେ। ପୁଲିସ୍‍ ମହିଳାଙ୍କ ଅଭିଯୋଗ ଆଧାରରେ ୩ ଜଣଙ୍କୁ ଗିରଫ କରିଛି। ଅନ୍ୟ ୨ ଜଣଙ୍କୁ ଗିରଫ କରିବା ପାଇଁ ଚଢଉ ଜାରି ରହିଛି ବୋଲି ଡିସିପି କୁଳଦୀପ ଯାଦବ ପ୍ରକାଶ କରିଛନ୍ତି।

Leave A Reply