ବୈଷୟିକ ଡିଗ୍ରୀଧାରୀଙ୍କୁ ବିଶ୍ୱସ୍ତରୀୟ କୁଶଳୀ ଭାବେ ଗଢିତୋଳିବା ଲକ୍ଷ୍ୟ

ଆରତୀ କାରଖାନାରେ ଗୋଷ୍ଠୀ ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

ଗୁରୁଡିଝାଟିଆ: ବୈଷୟିକ କ୍ଷେତ୍ରରେ ଯୋଗ୍ୟତା ହାସଲ କରିଥିବା ଶିକ୍ଷିତ ଯୁବକମାନଙ୍କୁ କୁଶଳୀ ଭାବେ ଗଢିତୋଳି ବୈଶ୍ୱିକ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ଦକ୍ଷ କରିବା ଆରତୀ କାରଖାନାର ଉତ୍ତରଦାୟିତ୍ୱ। ଏହାକୁ ସଫଳ ରୂପରେଖ ଦେବା ପାଇଁ ଆରତୀ କାରଖାନା ପରିସରରେ ଗୋଷ୍ଠୀ ଦକ୍ଷତା ବିକାଶ କେନ୍ଦ୍ର ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷଣ କେନ୍ଦ୍ରକୁ ଉଦଘାଟିତ କରିବା ସହିତ ଆମ ଅଞ୍ଚଳର ଶିକ୍ଷିତ ବୈଷୟିକ ଡିଗ୍ରୀଧାରୀଙ୍କୁ ଅଧିକ କୁଶଳୀ କରିବା କ୍ଷେତ୍ରରେ ଏହା ଏକ ଅଭିନବ ପଦକ୍ଷେପ। କାରଖାନା କର୍ତ୍ତୃପକ୍ଷ ଏଭଳି ଉଦ୍ୟମ ବିଶ୍ୱରେ ଆମକୁ ଦକ୍ଷ କରିବା କ୍ଷେତ୍ରରେ ସହାୟକ ହୋଇପାରିବ। କୁଶଳୀ ମାନବସମ୍ବଳ ପାଇଁ ପାଶ୍ଚାତଦେଶ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଯେଭଳି ନିଜ ଦେଶକୁ ଅଗ୍ରଣୀ କରାଇଛନ୍ତି,ସେହିଭଳି ଆମ ଅଞ୍ଚଳରେ ଦକ୍ଷ ମାନବ ସମ୍ବଳ ଗଢିତୋଳବା ଏକ ଶୁଭଙ୍କର ପଦକ୍ଷେପ। କାରଖାନା କର୍ତ୍ତୃପକ୍ଷ ଶତକଡା ୯୦ ପ୍ରଶିଶତ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ଦେବା ସହିତ ପାରିପାର୍ଶିକ ଉନ୍ନୟନ କ୍ଷେତ୍ରରେ ନିଜର ବଳିଷ୍ଠ ଭୂମିକା ନିଭାଇ ଅନ୍ୟ ଶିଳ୍ପଗୋଷ୍ଠୀଙ୍କ ପାଇଁ ଉଦାହରଣ ସାଜିଛି। କେବଳ ସେତିକିନୁହଁ ବିଶ୍ୱସ୍ତରୀୟ ଇସ୍ପାତ ରତ୍ପାନୀକରି ରାଜ୍ୟର ନାମକୁ ଟେକ ରଖିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। କାରଖାନାର ସଭାପତି ଇଂ.ଲାଲା ତରୁଣ ପ୍ରକାଶ ନାରାୟଣ ଉତ୍ସବରେ ଅଧ୍ୟକ୍ଷତା କରି କହିଥିଲେ,ସ୍ଥାନୀୟ ଶିକ୍ଷିତ ବୈଷୟିକ ଡିଗ୍ରୀଧାରୀଙ୍କୁ କୁଶଳୀକରି ଗଢିତୋଳିବା କାରଖାନାର ଲକ୍ଷ୍ୟ। ଯେଭଳି ଭାବରେ ପ୍ରଶିକ୍ଷିତ ଶିକ୍ଷାର୍ତୀମାନେ ନିଜର ଦକ୍ଷତାକୁ ବିନିଯୋଗ କରି ଶିଳ୍ପ ବିକାଶ କ୍ଷେତ୍ରରେ ରାଜ୍ୟର ନାମକୁ ପ୍ରଜ୍ୱଳିତ କରିପାରିବେ।

 

prayash

କାରଖାନା ପକ୍ଷରୁ ନିର୍ବାଚନମଣ୍ଡଳୀର ୧୪୪୨ ଜଣଙ୍କ ନାମ କାରଖାନା କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିଲା। ୯୫୯ଜଣଙ୍କୁ ପ୍ରଶିକ୍ଷଣ ନେବା ପାଇଁ ଅବଗତ କରାଯାଇଥିବା ବେଳେ ସେଥିରୁ ୨୮୫ଜଣ ପ୍ରଶିକ୍ଷଣ ନେବା ପାଇଁ ସମ୍ମତି ପ୍ରକାଶ କରିଥିଲେ। ୭୭ଜଣ ପ୍ରଥମ ପର୍ଯ୍ୟାୟରେ ୬ମାସ ପାଇଁ ପ୍ରଶିକ୍ଷଣ ନେବେ। ପ୍ରଶିକ୍ଷଣ ପରେ ପାରଦର୍ଶିତାକୁ ଦେଖି କାରଖାନା କର୍ତ୍ତୃପକ୍ଷ ନିଯୁକ୍ତି ପ୍ରଦାନ କରିବେ। ଏପରିକି ଅନ୍ୟ ପ୍ରଶିକ୍ଷିତ ବିଶ୍ୱର ଯେକୌଣସି ଶିଳ୍ପ କ୍ଷେତ୍ରରେ ନିଜର କୁଶଳତାକୁ ପ୍ରମାଣିତ କରି ନିଯୁକ୍ତି ପାଇପାରିବେ ବୋଲି ବିଶଦ ଭାବରେ ବର୍ଣ୍ଣନା କରିବା ସହିତ କାରଖାନାରେ ବିଭିନ୍ନ ବିଭାଗ ଓ ବିଶ୍ୱ ସ୍ତରୀୟ ଅଟୋମୋବାଇଲ ଯନ୍ତାଂଶ ର ଉତ୍ପାଦନ ଉପରେ ସଭାପତି ଶ୍ରୀ ନାରାୟଣ ଉଲ୍ଲେଖ କରିଥିଲେ। କାରଖାନାର ପ୍ରତିଷ୍ଠାତା ରାଜୀବ ମିତ୍ତଲ ଓ ନିର୍ଦ୍ଦେଶକ ସୁଶେନ ମିତ୍ତଲ ଆଭାସୀ ଜରିଆରେ ସ୍ଥାନୀୟ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ ସ୍ୱାଗତ କରିବା ସହିତ କାରଖାନାର ମହନୀୟ ପ୍ରୟାସକୁ ସାଫଲ୍ୟ ମଣ୍ଡିତ କରିବାରେ ଶ୍ରମ,ସହଯୋଗ ଓ ଉତ୍ସାହ ପ୍ରଦାନ କରିଥିବାରିଥିବାରୁ ସାଧୁବାଦ ଜଣାଇଥିଲେ। କାରଖାନାର ବରିଷ୍ଠ ଅଧିକାରୀ ପରମେଶ ଭଟ୍ଟାଚାର୍ଯ୍ୟ, ଏନ ଶ୍ରୀନିବାସନ,ଶ୍ରୀନିବାସ ନାୟକ, ଅମିତେଶ ସିହ୍ନା,ଅନୁପ ଦାସ, ମନ୍ଦୀପ ମଜୁମଦାର, ସରୋଜ କୁମାର ଜେନା ଓ ଶରତ ନିଶାଙ୍କ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

kalyan agarbati

Comments are closed.