nua o banner

ଗୋପବନ୍ଧୁ ନର୍ସିଂ କଲେଜରେ ଲାଲାଜୀଙ୍କ ତିରୋଧାନ ଦିବସ ପାଳିତ

BJD Bijuli 480×75 Mob

ଗୁରୁଡିଝାଟିଆ: ଜାତୀୟ ସ୍ୱାଧୀନତା ସଂଗ୍ରାମକୁ ନିଜ ବଳିଷ୍ଠ ବ୍ୟକ୍ତିତ୍ୱ, ସାହସ ଓ ଅଫୁରନ୍ତ ଶକ୍ତିବଳରେ ଏକ ନୂତନ ରାହା ଦେବାରେ ପୁରୁଷ ସିଂହ ଲାଲା ଲଜପତ ରାୟଙ୍କ ଭୂମିକା ଅନନ୍ୟ। ନିଜର ଉଜ୍ଜ୍ୱଳ ବ୍ୟକ୍ତିସତ୍ତା, ଅନୀତି, ଅନ୍ୟାୟ ବିରୋଧରେ ଲଢେଇ କରିବା ସହିତ ବିଦେଶୀ ଇଂରେଜ ସରକାରଙ୍କ ଦ୍ୱାରା ପୀଡିତ ସାଇମନ କମିସନକୁ ବିରୋଧ କରି ମହାଆନ୍ଦୋଳନର ରୂପ ଦେଇଥିବା ଲାଲାଜୀ ଯୁବସମାଜ ଭିତରେ ଏବେବି ବଂଚି ରହିଛନ୍ତି ବୋଲି ଗୋପବନ୍ଧୁ ନର୍ସିଂ କଲେଜ ପରିସରେ ଆୟୋଜିତ ଲାଲାଜୀଙ୍କ ତିରୋଧାନ ଦିବସରେ ନର୍ସିଂ କଲେଜର ଅଧ୍ୟକ୍ଷା ପ୍ରଫେସର ତାମିଲ ସିଲଭା ମତପ୍ରକାଶ କରିବା ସହ ପ୍ରତ୍ୟେକ ବିଦ୍ୟାର୍ଥୀ ଲାଲାଜୀଙ୍କ ଦେଶପ୍ରୀତି ସାଲିସ ବିହୀନ ଜୀବନଶୈଳୀ ଓ ବୀରତ୍ୱର ଗାଥା ମହାମନ୍ତ୍ରରେ ଉଦବୁଦ୍ଧ ହେବା ପାଇଁ କହିଥିଲେ।

ଅନୁଷ୍ଠାନର ଉପପ୍ରବନ୍ଧକ ନିତ୍ୟ ସୁନ୍ଦର ସିଏ ଶ୍ରାଦ୍ଧ ଉତ୍ସବରେ ଅଧ୍ୟକ୍ଷତା କରି ଲାଲାଜୀଙ୍କ ଭଳି ନିଜ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ବୀରତ୍ୱର ସହିତ ଦେଶ ଗଠନରେ ବିନିଯୋଗ କଲେ ଦେଶ ଆଗକୁ ବଢିବା ସହିତ ନିଜେ ମଧ୍ୟ ଜଣେ ଜଣେ ଉଜ୍ଜ୍ୱଳ ତାରକା ଭାବରେ ଉଭା ହୋଇପାରିବେ ବୋଲି କହିଥିଲେ। ନର୍ସିଂ କଲେଜର ଉପାଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ, ପରାଧୀନ ଭାରତବର୍ଷକୁ ଇଂରେଜ କବଳରୁ ମୁକ୍ତ କରିବା କ୍ଷେତ୍ରରେ ଲାଲାଜୀଙ୍କ ସଂଗ୍ରାମ ଚିର ଭାସ୍ୱର ଓ ଦୀଦିପ୍ତମାନ ବୋଲି କହିଥିଲେ। ନର୍ସିଂ ଛାତ୍ରୀ ସୁଧା ସଞ୍ଜବନୀଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ଅନନ୍ୟା ପାତ୍ର, ରଞ୍ଜିତା ନାୟକ,ବିକେ ଶୁଭଲକ୍ଷ୍ମୀ ଓ ସ୍ନେହା ପ୍ରମୁଖ ଲାଲାଜୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଅଧ୍ୟାପିକା ମଧୁସ୍ମୀତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.