ରାସ୍ତା ପାର୍ଶ୍ବରେ କୁକୁଡା ଫାର୍ମ, ଦୁର୍ଗନ୍ଧରେ ଅତିଷ୍ଠ ପଥଚାରୀ ଓ ଗାଡିଚାଳକ

ଗୁରୁଡିଝାଟିଆ:  ରାସ୍ତା ପାର୍ଶ୍ବରେ ନିର୍ମାଣ ହୋଇଛି କୁକୁଡା ଫାର୍ମ । ଦୁର୍ଗନ୍ଧରେ ନାକ ଫାଟି ପଡୁଛି । ଗ୍ରାମ୍ୟ ଉନ୍ନୟନ ରାସ୍ତା ଓ ପୁରୁଣା କଟକ-ସମ୍ବଲପୁର ଅନ୍ତର୍ଗତ ବାଳିର ଛଅଗାଁକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ବରେ ସମସ୍ତ ନୀତି ନିୟମକୁ ଉଲଙ୍ଘନ ରି କୁକୁଡା ଫାର୍ମ ଗଢିଉଠିଛି।  ବାଳି-ଛଅଗାଁ ରାସ୍ତା ଦେଇ କୁମାରପୁର, ଛଅଗାଁ, ଗୋବରା, ପର୍ବତିଆ, ବାଘୁଆ, ସରକୁଆଁ, ଚରାଭଉଁରୀ ଆଦି ଗାଁର ଜନସାଧାରଣଙ୍କ ଠାରୁ ଆରମ୍ଭ କରି ବିଦ୍ୟାର୍ଥୀ ପର୍ଯ୍ୟନ୍ତ ଯାତାୟାତ କରିଥାନ୍ତି । ବିଦ୍ୟାର୍ଥୀମାନେ ବାଳି କଲେଜକୁ ଯାଉଥିବା ବେଳେ ନାକରେ ରୁମାଲ ଭିଡି ଯିବା ପାଇଁ ବାଧ୍ୟ ହେଉଛନ୍ତି । ସେହିଭଳି ଦୈନନ୍ଦିନ କାର୍ଯ୍ୟରେ ଯାଆସ କରୁଥିବା ଲୋକ ଓ ଛଅଗାଁ ରେଳଷ୍ଟେସନକୁ ଯାଉଥିବା ଯାତ୍ରୀମାନେ ଏହି କୁକୁଡା ଫାର୍ମର ଦୁର୍ଘନ୍ଧରେ ଅତିଷ୍ଠ ହୋଇପଡିଛନ୍ତି । ଏହି ଫାର୍ମ ପାଇଁ ରାସ୍ତା ଦେଇ ଗମନାଗମନ କରୁଥିବା ଜନସାଧାରଣ ଦୁର୍ଗନ୍ଧ ଯୋଗୁଁ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି ।

ଏତଦବ୍ୟତୀତ ପୁରୁଣା କଟକ-ସମ୍ବଲପୁର ରସ୍ତାର ମାଧବପୁର ଠାରୁ ମଞ୍ଚେଶ୍ୱର ପର୍ଯ୍ୟନ୍ତ ଏକାଧିକ କୁକୁଡା ଫାର୍ମ ରହିଅଛି । ଏହା ଜନବସତି ଠାରୁ ସ୍ୱଳ୍ପ ଦୂରତା ଅଟେ । ଲୋକମାନେ ନାହିଁ ନଥିବା ଦୁର୍ଗନ୍ଧର ଶିକାର ହେଉଛନ୍ତି । ଏହି ରାସ୍ତା ଦେଇ ଶହଶହ ଗାଡି ମଟର ଯାତାୟାତ ହେଉଥିବା ବେଳେ ଉକ୍ରଟ ଦୁର୍ଗନ୍ଧରେ ଅତିଷ୍ଠ ହୋଇପଡୁଛନ୍ତି । ଏଥିପ୍ରତି ଉପଖଣ୍ଡ ପ୍ରଶାସନ ବା ପ୍ରାଣୀ ଚିକିତ୍ସାଧିକାରୀ ତଦନ୍ତ କରି କୌଣସି ପଦକ୍ଷେପ ନନେବା ପଛରେ କି ରହସ୍ୟ ରହିଛି ତାହା ବୁଝାପଡୁନାହିଁ । ଏଥିପ୍ରତି ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟିଦେବା ପାଇଁ ସ୍ଥାନୀୟ ବୁଦ୍ଧିଜୀବି ଓ ପରିବେଶବିତ୍‌ମାନେ ଦାବି କରିଛନ୍ତି ।

Comments are closed.