www.samajalive.in
Monday, December 15, 2025
24.1 C
Bhubaneswar

ଗୋପବନ୍ଧୁ ଚିକିତ୍ସାଳୟର କର୍ମଚାରୀ ନିଗମାନନ୍ଦ ସ୍ୱାଇଁଙ୍କୁ ସମର୍ପିତ ରୋଗୀସେବା ପାଇଁ ସମ୍ବର୍ଦ୍ଧିତ

ଗୁରୁଡିଝାଟିଆ: ଆଠଗଡ ବିକାଶ ମଞ୍ଚ ପକ୍ଷରୁ ଗୋପବନ୍ଧୁ ଚିକିତ୍ସାଳୟର କର୍ମଚାରୀ ନିଗମାନନ୍ଦ ସ୍ୱାଇଁଙ୍କୁ ସମର୍ପିତ ରୋଗୀସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ଶ୍ରୀ ସ୍ୱାଇଁଙ୍କ ନିର୍ଲିପ୍ତ ଭାବରେ ପୋକସାଲୁବାଲୁ ରୋଗୀକୁ ଗାଧୋଇଦେବା ଏବଂ ପୋକ କାଢିବା ମହନୀୟ ସେବା କାର୍ଯ୍ୟକୁ ମଞ୍ଚର ସଭାପତି ତଥା ସମାଜସେବୀ ମାନସ ବସ୍ତିଆ ପ୍ରଶଂସା କରି ତାଙ୍କୁ ସମ୍ମାନୀତ କରିଛନ୍ତି। ଆଜି ଶ୍ରୀ ବସ୍ତିଆ ମାଧବପୁରସ୍ଥିତ ଗୋପବନ୍ଧୁ ଚିକିତ୍ସାଳୟକୁ ଆସି ଶ୍ରୀ ସ୍ୱାଇଁଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ବଡମ୍ବା ଶଙ୍ଖାମାରି ଗ୍ରାମର ସଦାନନ୍ଦ ନାୟକ(୭୨) ଅସହାୟ ଅବସ୍ଥାରେ ପୋକସାଲୁବାଲୁ ହୋଇ ଜୀବନ ଜିଇଁବା ପାଇଁ ଆର୍ତ୍ତ ଚିତ୍କାର କରୁଥିଲେ। କେହି ସାହା ହେଉନଥିଲେ । ଦେଖି ମୁହଁ ଫେରାଇଦେଉଥିଲେ। କେତେବେଳେ ଗାଁ ଅଙ୍ଗନାୱାର୍ଡି ବାରଣ୍ଡାରେ ତ ପୁଣି କୋଠଘରେ ପଡୁଥିଲେ। ଏପରିକି ବଡମ୍ବା ଚିକିତ୍ସାଳୟର ଚିକିତ୍ସାସେବା ନାମରେ ଗୋଟିଏ କୋଣରେ ପୋକ ସାଲୁବାଲୁ ଅବସ୍ଥାରେ ପଡିରହିଥିଲେ।

ଏ ସଂପର୍କରେ ଲୋକ ସେବକ ମଣ୍ଡଳ ଓଡିଶା ଶାଖାର ଅଧ୍ୟକ୍ଷ ତଥା ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଖବର ପାଇ ପୋକସାଲୁବାଲୁ ମୁର୍ମୁଷୁ ଅବସ୍ଥାରେ ପଡିଥିବା ସଦାନନ୍ଦକୁ ଚିକିତ୍ସାସେବା ଯୋଗାଇଦେବା ନିମନ୍ତେ ବ୍ୟବସ୍ଥା କରିଥିଲେ। ଚିକିତ୍ସାଳୟର କର୍ମଚାରୀ ନିଗମାନନ୍ଦ ସ୍ୱାଇଁ ବଡମ୍ବା ଚିକିତ୍ସାଳୟରେ ପହଞ୍ôଚ ଅସହାୟ ଯନ୍ତ୍ରଣାରେ ଛଟପଟ ହେଉଥିବା ସନାନନ୍ଦକୁ ଦେଖି ବ୍ୟଥିତ ହୋଇଥିଲେ। ପୋକ ସାଲୁବାଲୁ ଅବସ୍ଥାରେ ସଦାନନ୍ଦକୁ ଆମ୍ବୁଲାନ୍ସ ଯୋଗେ ମାଧବପୁରସ୍ଥିତ ଗୋପବନ୍ଧୁ ଚିକିତ୍ସାଳୟକୁ ଆଣିଥିଲେ।

- Advertisement -

ଏଠାରେ ଶ୍ରୀ ସ୍ୱାଇଁ ଅଣ୍ଟା ଠାରୁ ପାଦ ପର୍ଯ୍ୟନ୍ତ କ୍ଷତ ହୋଇ ପୋକସାଲୁବାଲୁ ହୋଇଥିବା ସଦାନନ୍ଦକୁ ଗାଧୋଇଦେଇ ସଫାସୁତରା କରିବା ସହ ଡାକ୍ତରଙ୍କ ସହିତ ମିଶି ସଂକ୍ରମିତ ସ୍ଥାନରୁ ପୋକ କାଢିଥିଲେ। ଏଭଳି କାର୍ଯ୍ୟକୁ ମଞ୍ଚର ସଭାପତି ଶ୍ରୀ ବସ୍ତ୍ରିଆ ମୁ୍ଣ୍ଡ ନୂଆଇଁ ପ୍ରଣିପାତ କରିଥିଲେ। ଗୋପବନ୍ଧୁ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଦ୍ମଚରଣ ଦାଶ ,ପ୍ରକଳ୍ପ ପ୍ରବନ୍ଧକ ଭବାନୀ ପ୍ରସାଦ ଖୁଣ୍ଟିଆ ଓ ସେବିକା ସ୍ମୀତାରାଣୀ ଲେଙ୍କା ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories