www.samajalive.in
Monday, December 15, 2025
27.1 C
Bhubaneswar

ମିଶନ ଜୀବିକା ସହାୟତାରେ କୃଷି ଯନ୍ତ୍ରପାତି ବଣ୍ଟନ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ଡିଣ୍ଡିରା ଗାଁ ପଞ୍ଚାୟତ କୁଡୁକି ଗ୍ରାମରେ ମିଶନ ଜୀବିକା ମାଧ୍ୟମରେ ସ୍ବୟଂ ସହାୟିକା ଗୋଷ୍ଠୀକୁ କୃଷି ଯନ୍ତ୍ରପାତି ପାୱାର ଟିଲର ବଣ୍ଟନ କରାଯାଇଛି। ସୂଚନା ପ୍ରକାରେ କୁଡୁକି ଗ୍ରାମର ସ୍ଵୟଂ ସହାୟିକା ଗୋଷ୍ଠୀରେ ୧୨ ଜଣ ସଦସ୍ୟା ଅଛନ୍ତି  । ମିଶନ ସାଥୀ ବଡଣା କହଁରଙ୍କ ପ୍ରୟାସରେ ଫୁଲବାଣୀ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆଁଙ୍କ ଦ୍ୱାରା ଏହି ଦଳକୁ ପାୱାର ଟିଲର ବଣ୍ଟନ କରାଯାଇଛି। ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଖରାଦିନିଆ ଚାଷ କରିବା ସହିତ ସୂର୍ଯ୍ୟମୁଖୀ ଚାଷ କରିବାକୁ ପରାମର୍ଶ ଦେଇଥିଲେ ।

ପ୍ରୋଜେକ୍ଟ ମ୍ୟାନେଜର ପି.ମୂରଲିମୋହନ ଏହି ଗ୍ରାମର ଚାଷୀ ଭାଇମାନେ ସମସ୍ତେ ମୂଲ୍ୟବାନ ଅର୍ଥକାରୀ ଫସଲ ଯଥା ମିଠା ମକା, କଲରା ଓ କାକୁଡ଼ି ପରି ପନିପରିବା ଚାଷ କରୁଥିବାବେଳେ  ୨୦ ଏକର ଜମିରେ ସୂର୍ଯ୍ୟମୁଖୀ ଚାଷ କରି ଆଗାମୀ ୬ ମାସ ମଧ୍ୟରେ ଏହାର ମୂଲ୍ୟ ବାହାର କରିବାକୁ ପଡ଼ିବ ବୋଲି କହିଥିଲେ। ଏଥିରେ ଡିଣ୍ଡିରା ଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ରଞ୍ଜିତା ମଲିକ ଉପସ୍ଥିତ ଥିଲେ । ଏହାର ପ୍ରାରମ୍ଭିକ ସ୍ୱାଗତ କାର୍ଯ୍ୟକ୍ରମକୁ ଜୀବିକା  ବିଶେଷଜ୍ଞ ଦାୟିତ୍ୱରେ ଥିବା ଶ୍ରୀପତି ପାତ୍ରଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା। ଶେଷରେ ସ୍ଵୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ମାନିନୀ କହଁର ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

 

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories